ବ୍ରହ୍ମପୁର: ଦିନକୁ ଦିନ ବଢ଼ୁଥିବା ମଧୁମେହ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବ୍ରହ୍ମପୁରରେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଛି। ବିଶ୍ୱ ମଧୁମେହ ଦିବସ ଅବସରରେ ଶୀତଳାପଲ୍ଲୀ ସମ୍ ହସ୍ପିଟାଲ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଗାନ୍ଧୀନଗରରୁ ଆରମ୍ଭ ହୋଇଥିବା ପଦଯାତ୍ରା ରାମଲିଙ୍ଗମ୍ ପାର୍କରେ ଶେଷ ହୋଇଥିଲା।
ଏଥିରେ ବହୁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ବୁଦ୍ଧିଜୀବୀ ଓ ହସ୍ପିଟାଲର କର୍ମଚାରୀ ଯୋଗ ଦେଇଥିଲେ। ପଦଯାତ୍ରା ମାଧ୍ୟମରେ ମଧୁମେହ ରୋଗର ନିରାକରଣ, ଶୀଘ୍ର ଚିହ୍ନଟ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।
ପଦଯାତ୍ରା ଶେଷରେ ରାମଲିଙ୍ଗମ୍ ପାର୍କଠାରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଠାରେ ଲୋକଙ୍କ ରକ୍ତଶର୍କରା ପରୀକ୍ଷା କରାଯିବା ସହ ବିଶେଷଜ୍ଞ ଡାକ୍ତରମାନେ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଦେଇଥିଲେ।
ମଧୁମେହ ଓ ହର୍ମୋନ୍ଜନିତ ରୋଗ ବିଶେଷଜ୍ଞ ଡାକ୍ତର ଜୀବନ ପ୍ରଧାନ ପରୀକ୍ଷାର ଫଳାଫଳ ବୁଝାଇବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ। ଟାଇପ୍-୨ ମଧୁମେହର ପ୍ରାରମ୍ଭିକ ଅବସ୍ଥାରେ ଅନେକ ସମୟରେ ସ୍ପଷ୍ଟ ଲକ୍ଷଣ ଦେଖାଯାଇନପାରେ। ତେଣୁ ପରିବାରରେ କାହାର ମଧୁମେହ ରୋଗ ଥିଲେ କେବେ ଓ କିପରି ପରୀକ୍ଷା କରାଇବା ଆବଶ୍ୟକ, ସେନେଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ସେ କହିଥିଲେ।
ମଧୁମେହକୁ ଠିକ୍ ସମୟରେ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ଆରମ୍ଭ କରିବା ଉପରେ ହସ୍ପିଟାଲର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଅଯୋଧ୍ୟାନାଥ ପାଢ଼ୀ ଗୁରୁତ୍ୱ ଦେଇଥିଲେ।
ସେହିପରି ଉପ ଚିକିତ୍ସା ଅଧୀକ୍ଷକ ଡାକ୍ତର ପ୍ରିୟଜିତ ପାଣିଗ୍ରାହୀ କହିଥିଲେ, ସ୍ୱାସ୍ଥ୍ୟ ଶିବିରରେ ଯଦି କାହାର ରକ୍ତଶର୍କରା ଅଧିକ ଥିବା ଜଣାପଡ଼େ, ତେବେ ସେହି ରିପୋର୍ଟକୁ ଡାକ୍ତରଙ୍କୁ ଦେଖାଇ ପରବର୍ତ୍ତୀ ପରୀକ୍ଷା ଓ ଚିକିତ୍ସା ସମ୍ପର୍କରେ ପରାମର୍ଶ ନେବା ଜରୁରୀ।
ଚଳିତ ବର୍ଷ ବିଶ୍ୱ ମଧୁମେହ ଦିବସର ବିଷୟବସ୍ତୁ ଥିଲା ‘Early Action on Diabetes’। ଦୈନନ୍ଦିନ ଜୀବନରେ ଚାଲିବା ଏକ ସହଜ ଅଭ୍ୟାସ ହୋଇଥିବାରୁ ଏହାକୁ ସଚେତନତାର ମାଧ୍ୟମ ଭାବେ ବାଛିଥିବା କହିଛନ୍ତି ହସ୍ପିଟାଲର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ।
ତାଙ୍କ କହିବା ଅନୁସାରେ, ନିୟମିତ ଚାଲିବା ଟାଇପ୍-୨ ମଧୁମେହ ହେବାର ଆଶଙ୍କା କମାଇବାରେ ସହାୟକ ହୋଇପାରେ। ଯେଉଁମାନଙ୍କର ପୂର୍ବରୁ ମଧୁମେହ ରହିଛି, ସେମାନଙ୍କ ରକ୍ତଶର୍କରା ନିୟନ୍ତ୍ରଣରେ ମଧ୍ୟ ନିୟମିତ ଶାରୀରିକ କାର୍ଯ୍ୟକଳାପ ସହାୟକ ହୁଏ।
ଏହି ପଦଯାତ୍ରାରେ ଡାକ୍ତର ଜ୍ୟୋତି ପଟ୍ଟନାୟକ, ଡାକ୍ତର ଅଭିଜିତ ଦେବର୍ଷି, ଇଞ୍ଜିନିୟର କିଶୋର ଚନ୍ଦ୍ର ପ୍ରଧାନ, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ହସ୍ପିଟାଲର ବହୁ କର୍ମଚାରୀ ସାମିଲ ହୋଇଥିଲେ। ‘ପ୍ରମେୟ’ର ଡିଜିଏମ୍ ଅମ୍ବିକା ପ୍ରସାଦ ଦାଶ ଓ ‘ନ୍ୟୁଜ୍୭’ ବ୍ରହ୍ମପୁର ବ୍ୟୁରୋ ଚିଫ୍ ସୁରଜିତ କୁମାର ପଣ୍ଡା ମଧ୍ୟ ପଦଯାତ୍ରାରେ ଯୋଗ ଦେଇଥିଲେ।
ମଧୁମେହ ଭଳି ଜୀବନଶୈଳୀ ସହ ଜଡ଼ିତ ରୋଗ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ନିୟମିତ ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା ପାଇଁ ଏହି ପଦଯାତ୍ରା ଏକ ସକାରାତ୍ମକ ପଦକ୍ଷେପ ବୋଲି ଆଶା ପ୍ରକାଶ କରାଯାଇଛି।
ଅନ୍ତର୍ଜାତୀୟ ମଞ୍ଚରେ ପୁଣି ଥରେ ଭାରତୀୟ ସଂସ୍କୃତି...
ଦରବୃଦ୍ଧି ବିରୋଧରେ ବେଙ୍ଗାଲୁରୁରେ ବିଜେପିର ପ୍ରତିବାଦ...
ବାଂଲାଦେଶର ରାଜନୀତିରେ ପୁଣି ହଲଚଲ୍ ସୃଷ୍ଟି ହୋଇଛି।...
ଇରାନ ସହ ଚାଲିଥିବା ଯୁଦ୍ଧ ଓ ଶାନ୍ତି ଆଲୋଚନାକୁ ନେଇ ଆମେରି...
ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେମାପ୍ରେମୀଙ୍କ ପାଇଁ ଆସିଛି...
ଅଖିଳେଶଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ଲକ୍ଷ୍ନୌ:...
ମୁମ୍ବାଇ: ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରୁଛ...
ମୁମ୍ବାଇ:ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ବ...