ଢେଙ୍କାନାଳ ଜିଲ୍ଲାରେ ଏକ ବଡ଼ ବସ୍ ଦୁର୍ଘଟଣାରୁ ପ୍ରାୟ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି। ରବିବାର ତେଲକୋଇରୁ ଭୁବନେଶ୍ୱର ଯାଉଥିବା ‘ପୂଜା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଶକ୍ତି ସୁଗାର ମିଲ୍ ନିକଟରେ NH-55ରୁ ଖସି ରାସ୍ତାକଡ଼ର ଏକ ଗାତରେ ପଶିଯାଇଥିଲା।
ପ୍ରାଥମିକ ସୂଚନା ଅନୁସାରେ, ବସ୍ଟି ତେଲକୋଇରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଅଧିକ ବେଗ ଯୋଗୁଁ ଚାଳକ ଗାଡ଼ିର ନିୟନ୍ତ୍ରଣ ହରାଇଥିବା ଅନୁମାନ କରାଯାଉଛି। ଏହାପରେ ବସ୍ଟି ରାସ୍ତାରୁ ଖସି ଗାତ ଭିତରକୁ ପଶିଯାଇଥିଲା।
ଦୁର୍ଘଟଣା ପରେ ବସ୍ରେ ଥିବା ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି ହୋଇଥିଲା। ତେବେ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ କୌଣସି ବଡ଼ ଧରଣର ଆହତ ହୋଇନଥିବା ଜଣାପଡ଼ିଛି। ଯାତ୍ରୀମାନଙ୍କ ମଧ୍ୟରେ ତେଲକୋଇ, କଟକ ଓ ଭୁବନେଶ୍ୱର ଅଞ୍ଚଳର ଲୋକ ଥିଲେ।
ଘଟଣାର ସୂଚନା ପାଇବା ପରେ ଟାଉନ୍ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏକ JCB ସାହାଯ୍ୟରେ ଗାତ ଭିତରୁ ବସ୍ଟିକୁ ବାହାର କରାଯାଇଥିଲା। ବସ୍ଟି ଉଦ୍ଧାର ହେବା ପରେ ଯାତ୍ରୀମାନେ ସେହି ବସ୍ରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା ଜାରି ରଖିଥିଲେ।
ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ଭାବେ ଅଧିକ ବେଗ ଯୋଗୁଁ ଚାଳକ ନିୟନ୍ତ୍ରଣ ହରାଇଥିବା ଅନୁମାନ କରାଯାଉଛି।
ଓଡ଼ିଶାରେ ସଡ଼କ ଦୁର୍ଘଟଣା ଘଟଣା ବଢ଼ୁଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଗତ ୧୦ ବର୍ଷରେ ରାଜ୍ୟରେ ୧,୧୩,୩୨୫ଟି ସଡ଼କ ଦୁର୍ଘଟଣା ମାମଲା ରେକର୍ଡ ହୋଇଛି।
୨୦୨୪ରେ ୧୨,୩୭୫ଟି ଦୁର୍ଘଟଣା ମାମଲାରେ ୬,୪୮୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୫ରେ ୧୨,୭୮୨ଟି ମାମଲା ରେକର୍ଡ ହୋଇଥିବା ବେଳେ ୬,୪୮୩ ଜଣଙ୍କ ଜୀବନ ଯାଇଥିଲା।
ଗତ ୧୦ ବର୍ଷ ମଧ୍ୟରେ ସଡ଼କ ଦୁର୍ଘଟଣାରେ ରାଜ୍ୟରେ ୫୩,୪୫୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୫,୭୮୩ ଜଣ ଗୁରୁତର ଏବଂ ୪୫,୧୪୬ ଜଣ ସାମାନ୍ୟ ଆହତ ହୋଇଛନ୍ତି।
ବିଧାନସଭାରେ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ତଥ୍ୟ ଦେଇଥିଲେ।
ଆମେରିକାର Federal Bureau of Investigation (FBI) ମଞ୍...
ଆମେ ପିଲାଦିନରୁ ଯେଉଁ ବିଶ୍ୱ ମାନଚିତ୍ର ଦେଖିଆସୁଛେ, ତାହା...
ଗୁଜରାଟ: ୬ ଲକ୍ଷ ଟଙ୍କାର ଋଣ ଶୁଝିବାରୁ ବଞ୍ଚିବା ଏବଂ ଋଣ ବ...
ଜମ୍ମୁ-କଶ୍ମୀରର ଡୋଡାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ବି...