Minor girl from Dhenkanal rescued after alleged trafficking and abuse in Jhansi

ଢେଙ୍କାନାଳର ନାବାଳିକାକୁ ଝାନ୍ସିରେ ୧ ଲକ୍ଷ ଟଙ୍କାରେ ବିକ୍ରି ଅଭିଯୋଗ, ନିର୍ଯାତନା ପରେ ଘରକୁ ଫେରିଲେ ପୀଡିତା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ଚାକିରିର ପ୍ରଲୋଭନ ଦେଇ ଝାନ୍ସିକୁ ନେଇ ୧ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ନିର୍ଯାତନା ସହିବା ପରେ ପୀଡିତା କଷ୍ଟକର ଭାବେ ପଳାଇ ଘରକୁ ଫେରି ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରୁ ଜଣେ ନାବାଳିକାଙ୍କ ମାନବ ତସକରି ଏବଂ ଯୌନ ଶୋଷଣ ଘଟଣା ସାମ୍ନାକୁ ଆସିଛି। ଚାକିରି ଯୋଗାଇଦେବା ନାମରେ ତାଙ୍କୁ ଝାନ୍ସିକୁ ନେଇ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, କଙ୍କଡାହାଡ଼ ଅଞ୍ଚଳର ଏହି ନାବାଳିକା ନିଜ ମାଆଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଜଣେ ପରିଚିତ ବ୍ୟକ୍ତିଙ୍କ ସହ ଭୁବନେଶ୍ୱରକୁ କାମ ଖୋଜିବାକୁ ଯାଇଥିଲେ। କିନ୍ତୁ ସହାୟତା କରିବା ନାମରେ ଅଭିଯୁକ୍ତ ତାଙ୍କୁ ଝାନ୍ସିକୁ ନେଇ ଯାଇ ପ୍ରାୟ ୧ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ପୀଡିତା ଅଭିଯୋଗ କରିଛନ୍ତି।

ପୀଡିତାଙ୍କ କହିବା ଅନୁଯାୟୀ, ଝାନ୍ସିରେ ତାଙ୍କୁ କିଛି ଦିନ ଧରି ଗୋଟିଏ ଘରରେ ବନ୍ଦୀ କରି ରଖାଯାଇଥିଲା। ପରେ ପୁଣି ତାଙ୍କୁ ଅନ୍ୟ ଜଣଙ୍କୁ ବିକ୍ରି କରାଯାଇଥିଲା। ଏହି ସମୟରେ ସେ ଲଗାତାର ନିର୍ଯାତନା ଓ ଶାରୀରିକ ଶୋଷଣର ସମ୍ମୁଖୀନ ହୋଇଥିଲେ।

ଦୀର୍ଘଦିନ ଧରି ନିର୍ଯାତନା ସହିବା ପରେ ସେ କୌଶଳକ୍ରମେ ସେଠାରୁ ପଳାଇ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ସେ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ସଂପୃକ୍ତ ଦଲାଲ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।

କାମାକ୍ଷାନଗର ଏସ୍ଡିପିଓ ଚିତ୍ତରଞ୍ଜନ ବେହେରା କହିଛନ୍ତି ଯେ, ଘଟଣାକୁ ନେଇ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପୁଲିସ୍ ଚେଷ୍ଟା ଜାରି ରଖିଛି।

Latest News
ଟିଏମ୍‌ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ମମତାଙ୍କ ଚେତାବନୀ, ବିଜେପି ନେତାଙ୍କ ଘର ଆଗରେ ଧାରଣା ଦେବାକୁ ଧମକ

ଟିଏମ୍‌ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ମମତାଙ୍କ ଚେତାବନୀ,...

କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍‌ରେ ଥିବା ତୃଣମୂଳ କଂଗ...

ସରଲା ଭଟ୍ଟ ହତ୍ୟା ମାମଲାରେ ୟାସିନ ମଲିକଙ୍କ ବଡ଼ ଦାବି, କହିଲେ- ‘ମୋତେ ମୃତ୍ୟୁଦଣ୍ଡ ଦିଅ’

ସରଲା ଭଟ୍ଟ ହତ୍ୟା ମାମଲାରେ ୟାସିନ ମଲିକଙ୍କ...

ଜେଲ୍‌ରେ ଥିବା ଜମ୍ମୁ-କଶ୍ମୀର ଲିବରେସନ୍ ଫ୍ରଣ୍ଟ (JK...

ଚାଇନା ମାଷ୍ଟର୍ସରେ ଉନ୍ନତି ହୁଡ୍ଡାଙ୍କ ଅଭିଯାନ ଆରମ୍ଭରୁ ଶେଷ, ପ୍ରଥମ ରାଉଣ୍ଡରେ ହାରିଲେ

ଚାଇନା ମାଷ୍ଟର୍ସରେ ଉନ୍ନତି ହୁଡ୍ଡାଙ୍କ ଅଭିଯାନ ଆରମ୍ଭରୁ...

ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...

ଆଫଗାନିସ୍ତାନ ବିପକ୍ଷ T20I ସିରିଜ୍: ସାମସନ୍-ବୁମରାହ ଫେରିଲେ, ହାର୍ଦ୍ଦିକ ବାଦ

ଆଫଗାନିସ୍ତାନ ବିପକ୍ଷ T20I ସିରିଜ୍: ସାମସନ୍-ବୁମରାହ ଫେରିଲେ,...

ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...

ବ୍ରାଜିଲ, ଉରୁଗୁଏ ଓ ପାନାମାକୁ ଟକ୍କର ଦେବ ଭାରତ: ଖାଲିଦ ଜାମିଲ ଘୋଷଣା କଲେ ୨୬ ଜଣିଆ ଦଳ

ବ୍ରାଜିଲ, ଉରୁଗୁଏ ଓ ପାନାମାକୁ ଟକ୍କର ଦେବ...

ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...

କଶ୍ମୀରୀ ପଣ୍ଡିତଙ୍କୁ ଧମକ ନେଇ ଫାରୁକ ଅବଦୁଲ୍ଲାଙ୍କ ବଡ଼ ଅଭିଯୋଗ, କହିଲେ- ରାଜ୍ୟ ମାନ୍ୟତା ରୋକିବାକୁ ଷଡ଼ଯନ୍ତ୍ର

କଶ୍ମୀରୀ ପଣ୍ଡିତଙ୍କୁ ଧମକ ନେଇ ଫାରୁକ ଅବଦୁଲ୍ଲାଙ୍କ...

ଜମ୍ମୁ-କଶ୍ମୀରରେ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଧମକ ମିଳ...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି ମାମଲା: AAP ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ

ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି ମାମଲା:...

ଦିଲ୍ଲୀ ଜଳ ବୋର୍ଡ (DJB)ର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ...

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର କାହାଣୀ, ଯାହା ବଦଳାଇଦେଲା ଅନ୍ତର୍ଜାତୀୟ ଫୁଟବଲ୍‌ର ଇତିହାସ

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର...

ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+