ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅସ୍ୱାଭାବିକ ଦୃଶ୍ୟ ଦେଖିବାକୁ ମିଳିଛି। ମୌସୁମୀ ବର୍ଷା ଜାରି ରହିଥିବା ସମୟରେ ଅଚାନକ ଅଞ୍ଚଳର ବିଭିନ୍ନ ସ୍ଥାନ ଘନ କୁହୁଡ଼ିରେ ଢାଙ୍କି ହୋଇଯାଇଥିଲା। ବର୍ଷା ସହ ଏଭଳି ଘନ କୁହୁଡ଼ି ଦେଖାଯିବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଗତ ୨ରୁ ୩ ଦିନ ଧରି ବଣାଇ ଅଞ୍ଚଳରେ ଲଗାତାର ବର୍ଷା ହେଉଥିବା ବେଳେ ଶନିବାର ସକାଳ ପ୍ରାୟ ୬ଟା ସମୟରେ ଲୋକମାନେ ଘନ କୁହୁଡ଼ି ଅନୁଭବ କରିଥିଲେ। ସୂଚନା ଅନୁସାରେ, ପ୍ରାୟ ସାଢ଼େ ୭ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହିଥିଲା।
ଘନ କୁହୁଡ଼ି ଯୋଗୁଁ କିଛି ସ୍ଥାନରେ ଦୃଶ୍ୟମାନତା ବହୁତ କମିଯାଇଥିଲା। ଦୂରରେ ଥିବା ଗଛ ତ ଦୂରର କଥା, ନିକଟରେ ଥିବା ଘର ଓ ଯାନବାହନକୁ ମଧ୍ୟ ସ୍ପଷ୍ଟ ଭାବେ ଚିହ୍ନଟ କରିବା କଷ୍ଟକର ହୋଇଥିବା କୁହାଯାଇଛି। ସକାଳୁ ମର୍ଣ୍ଣିଂ ୱାକ୍ରେ ବାହାରିଥିବା ଲୋକମାନେ ଏହି ଅସ୍ୱାଭାବିକ ପାଣିପାଗର ସାକ୍ଷୀ ହୋଇଥିଲେ।
ବଣାଇରେ ଏଭଳି ଘନ କୁହୁଡ଼ି ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ଦେଖିବାକୁ ମିଳେ। କିନ୍ତୁ ମୌସୁମୀ ବର୍ଷା ସମୟରେ ଏଭଳି ଘନ କୁହୁଡ଼ି ଦେଖାଯିବା ଏକ ବିରଳ ଦୃଶ୍ୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କୁହୁଡ଼ିର ଚାଦରରେ ଢାଙ୍କି ହୋଇଥିବା ଅଞ୍ଚଳର ଦୃଶ୍ୟ ସମ୍ପୂର୍ଣ୍ଣ ବଦଳିଯାଇଥିଲା।
ସୁନ୍ଦରଗଡ଼ର ଟେନ୍ସା ଅଞ୍ଚଳରେ ମଧ୍ୟ ନିକଟରେ ଏଭଳି ଘନ କୁହୁଡ଼ି ଦେଖାଯାଇଥିଲା। ସେପ୍ଟେମ୍ବର ୧ରେ କୋଇଡ଼ା ବ୍ଲକ୍ର ଟେନ୍ସା ସହର ଘନ କୁହୁଡ଼ିରେ ଢାଙ୍କି ହୋଇଯିବା ସହ ଦୃଶ୍ୟମାନତା କମିଯାଇଥିବାରୁ ଯାତାୟାତରେ ମଧ୍ୟ ସମସ୍ୟା ହୋଇଥିବା ରିପୋର୍ଟ ହୋଇଥିଲା।
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ବୟସ ମାତ୍ର ୧୭ ବର୍ଷ। ହାତରେ ନଥିଲା କୌଣସି ବଡ଼ ୱାର୍କସପ୍&...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ନୂଆଦିଲ୍ଲୀ: CA ପାଠ୍ୟକ୍ରମର ଫାଉଣ୍ଡେସନ୍ ପରୀକ୍ଷା ଦେଇଥିବ...
ସରକାରୀ ସ୍କୁଲରେ ପାଠପଢ଼ାର ମାନ ବଢ଼ାଇବା ସହ ଛାତ୍ରଛାତ୍ରୀ...
ସରକାରୀ ଚାକିରି ପାଇଁ ଦୀର୍ଘଦିନ ଧରି ପ୍ରସ୍ତୁତି କରୁଥିବା...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...