ଦିଲ୍ଲୀ ପୁଲିସ ଏକ ବଡ଼ ସଫଳତା ହାସଲ କରିଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗସହ ଜଡିତ୩ ଜଣ ସୁଟରଙ୍କୁଗିରଫ କରିଛି। ବାହ୍ୟ ଦିଲ୍ଲୀରରୋହିଣୀ ଜିଲ୍ଲା ପୁଲିସର ସ୍ପେଶାଲ୍ ଷ୍ଟାଫ୍ଏହି ଅଭିଯାନ ଚଳାଇ ସେମାନଙ୍କୁ କାବୁ କରିଛି।
ପୁଲିସ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ତିନି ଜଣଙ୍କ ମଧ୍ୟରୁଦୁଇଜଣ ଉତ୍ତର ପ୍ରଦେଶର ଆଜମଗଡ଼ଏବଂଜଣେ ଦିଲ୍ଲୀର ବାସିନ୍ଦା।
ତଦନ୍ତରେ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଦିଲ୍ଲୀରେ ଏକଟାର୍ଗେଟ କିଲିଂସହ ବଡ଼ ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିଲେ। ଗୁପ୍ତ ସୂଚନା ଆଧାରରେ ପୁଲିସ ସେମାନଙ୍କ ଉପରେ ନଜର ରଖିଥିଲା।
ସୂଚନା ମିଳିବା ପରେ ରୋହିଣୀ ଜିଲ୍ଲା ପୁଲିସର ସ୍ପେଶାଲ୍ ଷ୍ଟାଫ୍ ଟିମ୍ ଅଭିଯୁକ୍ତମାନଙ୍କ ଗତିବିଧିକୁ ଟ୍ରାକ୍ କରିଥିଲା। ପରେନିରୀକ୍ଷଣ, ଟେକ୍ନିକାଲ୍ ସର୍ଭିଲାନ୍ସ ଓ ତଦନ୍ତଆଧାରରେ ସେମାନଙ୍କୁ ଗିରଫ କରାଯାଇଥିଲା।
ପୁଲିସର କହିବା ଅନୁଯାୟୀ, ଏହି ସୁଟରମାନେବିଦେଶରେ ଥିବା ଅପରାଧିକ ନେଟୱାର୍କମାଧ୍ୟମରେ ନିର୍ଦ୍ଦେଶ ପାଉଥିଲେ। ସେହି ନିର୍ଦ୍ଦେଶ ଅନୁଯାୟୀ ସେମାନେ ବିଭିନ୍ନ ଅପରାଧ ଘଟାଇବାକୁ ପ୍ରସ୍ତୁତ ହେଉଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ସୁଟରମାନଙ୍କ ନାମରେ ଦିଲ୍ଲୀରେହତ୍ୟା, ଗୁଳିକାଣ୍ଡ ଓ ଅନ୍ୟାନ୍ୟ ସଙ୍ଗୀନ ଅପରାଧସମ୍ବନ୍ଧୀୟ ମାମଲା ରହିଛି। ସେମାନେ ଦିଲ୍ଲୀ ପୁଲିସରମୋଷ୍ଟ ୱାଣ୍ଟେଡ୍ତାଲିକାରେ ମଧ୍ୟ ସାମିଲ ଥିଲେ।
ଏହି ଗିରଫଦାରୀ ଫଳରେ ଦିଲ୍ଲୀରେ ଏକ ବଡ଼ ଟାର୍ଗେଟ କିଲିଂ ଯୋଜନା ପଣ୍ଡ ହୋଇଥିବା ପୁଲିସ କହିଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ଏବଂ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରାଯାଉଛି।
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...