ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଏନ୍ସିଆର ଅଞ୍ଚଳରେ ସୋମବାର ଅପରାହ୍ଣରେ ହଠାତ୍ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଯାଇଥିଲା। ପ୍ରାୟ ଅପରାହ୍ଣ ୩ଟା ବେଳେ ଆକାଶରେ ଘନ କଳା ବାଦଲ ଛାଇଯାଇଥିଲା ଏବଂ ପ୍ରବଳ ପବନ ସହ ଧୁଳିଝଡ଼ ଆରମ୍ଭ ହୋଇଥିଲା। ଏହି ପରିସ୍ଥିତି ଯୋଗୁଁ କିଛି ସମୟ ପାଇଁ ଦିନ ମଧ୍ୟ ଅନ୍ଧାର ଭଳି ଲାଗୁଥିଲା।
ବିଶେଷକରି ନୋଏଡା ଅଞ୍ଚଳରେ ପ୍ରବଳ ପବନ ସହ ଧୁଳିଝଡ଼ର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା। ରାସ୍ତାଘାଟରେ ଧୂଳିର ଘନ ଆବରଣ ସୃଷ୍ଟି ହେବାରୁ ଦୃଶ୍ୟମାନତା ହ୍ରାସ ପାଇଥିଲା ଏବଂ ଯାତାୟାତରେ ସମସ୍ୟା ଦେଖାଦେଇଥିଲା।
ପ୍ରବଳ ପବନର ପ୍ରଭାବରେ କିଛି ସ୍ଥାନରେ ଗଛର ଡାଳ ଭାଙ୍ଗି ପଡ଼ିଥିବାବେଳେ ଅସ୍ଥାୟୀ ଟିଣ ଛାଉଣୀ ଓ ଆଜବେଷ୍ଟ ଛାତ ଉଡ଼ିଯାଇଥିବା ସୂଚନା ମିଳିଛି। ତେବେ ଦୀର୍ଘଦିନ ଧରି ଚାଲିଥିବା ଗରମ ଓ ଉମସ ଭିତରେ ଏହି ପାଣିପାଗ ପରିବର୍ତ୍ତନ ସାଧାରଣ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି।
ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଏପର୍ଯ୍ୟନ୍ତ ମୌସୁମୀ ବର୍ଷା ସକ୍ରିୟ ହୋଇନାହିଁ। ଏହା ଯୋଗୁଁ ଅତ୍ୟଧିକ ଗରମ ଓ ତାତି ଜାରି ରହିଛି। ଏହି ଝଡ଼ ଓ ହାଲୁକା ବର୍ଷା ମୌସୁମୀ ଆଗମନର ସଙ୍କେତ ଭାବେ ଦେଖାଯାଉଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ସାଧାରଣତଃ ଜୁନ ୨୭ ସୁଦ୍ଧା ଦିଲ୍ଲୀରେ ମୌସୁମୀ ପହଞ୍ଚିଥାଏ। ତେବେ ଚଳିତ ବର୍ଷ ଏହାର ଆଗମନରେ ବିଳମ୍ବ ହେବାର ସମ୍ଭାବନା ରହିଛି। ବିଭାଗର ଆକଳନ ଅନୁଯାୟୀ, ଜୁଲାଇର ପ୍ରଥମ ସପ୍ତାହରେ ମୌସୁମୀ ଦିଲ୍ଲୀରେ ପହଞ୍ଚିପାରେ।
ୟୁରୋପ ବର୍ତ୍ତମାନ ଏକ ଅଭୂତପୂର୍ବ ତାପପ୍ରବାହର ସମ୍ମୁଖୀନ ହ...
ଓଡ଼ିଶାରେ ସୁନା ଦରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଡ଼ ଧରଣ...
ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀ Quettaର ଏକ ଆ...
ଓଡ଼ିଶାର ଗଣପର୍ବ ରଜ ଆସିଲେ ଘରେ ଘରେ ଦୋଳି ଖେଳର ଉତ୍ସାହ ଦ...
ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର...
ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍...
ଆମେରିକାର ଜଣେ ଫେଡେରାଲ ବିଚାରପତି ଟ୍ରମ୍ପ ପ୍ରଶାସନକୁ ବଡ଼...
ଗାଜା ଷ୍ଟ୍ରିପରେ ଚାଲିଥିବା ସଂଘର୍ଷ ମଧ୍ୟରେ ପୁଣି ଥରେ ନିର...
କେନ୍ଦୁଝର ଜିଲ୍ଲାର ଟେଲକୋଇ ବ୍ଲକ୍ ପ୍ରତିବର୍ଷ ହଜାର ହଜାର...
ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ଓ ଦୀର୍ଘମିଆଦି ସମ୍ପଦ ବିକା...