‘ଚାପୁଡ଼ା’ ବିବାଦ: ପରବେଶ ବର୍ମା ଓ ଦିଲ୍ଲୀ ପୁଲିସକୁ ହାଇକୋର୍ଟଙ୍କ ନୋଟିସ୍

ଦିଲ୍ଲୀରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ଅଭିଯୋଗକୁ ନେଇ ଦାଏର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ପରବେଶ ବର୍ମା ଓ ଦିଲ୍ଲୀ ପୁଲିସଙ୍କଠାରୁ ଜବାବ ମାଗିଛନ୍ତି।
‘ଚାପୁଡ଼ା’ ବିବାଦରେ ନୂଆ ମୋଡ଼!
‘ଚାପୁଡ଼ା’ ବିବାଦରେ ନୂଆ ମୋଡ଼!

ନୂଆଦିଲ୍ଲୀ: ପରବେଶ ବର୍ମାଙ୍କୁ ନେଇ ଚାଲିଥିବା ‘ଚାପୁଡ଼ା’ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ଅଭିଯୋଗର ଏକ ସ୍ୱାଧୀନ ତଦନ୍ତ ଦାବି କରି ଦାଏର ହୋଇଥିବା ଆବେଦନ ଉପରେ ହାଇକୋର୍ଟ ପରବେଶ ବର୍ମା ଏବଂ ଦିଲ୍ଲୀ ପୁଲିସଙ୍କୁ ଜବାବ ଦେବାକୁ କହିଛନ୍ତି। ଆବେଦନକାରୀ ନିଜ ପାଇଁ ବ୍ୟକ୍ତିଗତ ସୁରକ୍ଷା ମଧ୍ୟ ଦାବି କରିଛନ୍ତି।

ଏହି ବିବାଦର ମୂଳ ଘଟଣା ଦିଲ୍ଲୀର ପଶ୍ଚିମ ଅଞ୍ଚଳରେ ରାସ୍ତା ନିର୍ମାଣ କାମର ଯାଞ୍ଚ ସମୟରେ ଘଟିଥିଲା। ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ମାମଲାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଥିଲା। 

ଅଭିଯୋଗ ଅନୁସାରେ, ରାସ୍ତାର ଗୁଣବତ୍ତାକୁ ନେଇ ଆଲୋଚନା ଚାଲିଥିବା ସମୟରେ ଭିଡିଓ ରେକର୍ଡ କରୁଥିବା ୨୨ ବର୍ଷୀୟ ସାହିବ ସିଂହଙ୍କୁ ପରବେଶ ବର୍ମା ଚାପୁଡ଼ା ମାରିଥିବା ଦେଖାଯାଇଥିଲା। ତେବେ ଘଟଣାର ପୂରା ପରିପ୍ରେକ୍ଷିତ ନେଇ ଭିନ୍ନ ଦାବି ମଧ୍ୟ ସାମ୍ନାକୁ ଆସିଛି। 

ଏହା ପରେ ସାହିବ ସିଂହଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ ପରବେଶ ବର୍ମାଙ୍କ ବିରୋଧରେ Non-Cognisable Report (NCR) ରୁଜୁ କରିଥିଲା। ଅନ୍ୟପଟେ, ଆମ୍ ଆଦମୀ ପାର୍ଟି ବିଧାୟକ ଜରନୈଲ ସିଂହଙ୍କ ବିରୋଧରେ ମଧ୍ୟ ଏକ ଅଲଗା ମାମଲା ରୁଜୁ ହୋଇଥିଲା। 

ଏବେ ସ୍ୱାଧୀନ ତଦନ୍ତ ଦାବି ଉପରେ ହାଇକୋର୍ଟ ପରବେଶ ବର୍ମା ଓ ପୁଲିସର ପକ୍ଷ ଜାଣିବାକୁ ଚାହିଁଛନ୍ତି। ଆଗାମୀ ଶୁଣାଣିରେ ଏହି ମାମଲାରେ ଆହୁରି ସ୍ପଷ୍ଟତା ଆସିବାର ସମ୍ଭାବନା ରହିଛି।

LIVE TV
LIVE
Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+