ଦୁଇ ବ୍ୟବସାୟୀଙ୍କ ଝଗଡ଼ା ରୋକିବାକୁ ଯାଇ କନଷ୍ଟେବଳଙ୍କ ମୁଣ୍ଡ ଫଟାଇଦେଲେ! ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି

ପୁରୀ ଜିଲ୍ଲା ଡେଲାଙ୍ଗ ଫାଣ୍ଡି ନିକଟରେ ଦୁଇ ବ୍ୟବସାୟୀଙ୍କ ମଧ୍ୟରେ ହେଉଥିବା ଝଗଡ଼ା ରୋକିବାକୁ ଯାଇ ଜଣେ ପୋଲିସ କନଷ୍ଟେବଳ ଆକ୍ରମଣର ଶିକାର ହୋଇଛନ୍ତି। ଡ୍ୟୁଟିରେ ଥିବା କନଷ୍ଟେବଳ ମିଥୁନ ସିଂହ ଉଭୟଙ୍କୁ ବୁଝାଇବାକୁ ଯାଇଥିବା ବେଳେ ଜଣେ ବ୍ୟବସାୟୀ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ଆଘାତ କରିଥିବା ଅଭିଯୋଗ ହୋଇଛି।
delang-puri-constable-mithun-singh
delang-puri-constable-mithun-singh

ପୁରୀ: ଆଇନଶୃଙ୍ଖଳା ରକ୍ଷା କରିବାକୁ ଯାଇ ନିଜେ ଆକ୍ରମଣର ଶିକାର ହେଲେ ପୋଲିସ କର୍ମଚାରୀ। ଦୁଇ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ରୋକିବାକୁ ଯାଇ ଡେଲାଙ୍ଗ ଫାଣ୍ଡିରେ କାର୍ଯ୍ୟରତ କନଷ୍ଟେବଳ ମିଥୁନ ସିଂହ ଠେଙ୍ଗା ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପୁରୀ ଜିଲ୍ଲା ଡେଲାଙ୍ଗ ଫାଣ୍ଡି ନିକଟରେ ଘଟିଛି।

ଝଗଡ଼ା ରୋକିବାକୁ ଯାଇଥିଲେ କନଷ୍ଟେବଳ

ସୂଚନା ଅନୁଯାୟୀ, ଡେଲାଙ୍ଗ ଫାଣ୍ଡି ନିକଟରେ କୌଣସି କାରଣକୁ ନେଇ ଦୁଇଜଣ ବ୍ୟବସାୟୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏହି ସମୟରେ ଫାଣ୍ଡିରେ ଡ୍ୟୁଟି କରୁଥିବା କନଷ୍ଟେବଳ ମିଥୁନ ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ବ୍ୟବସାୟୀଙ୍କୁ ଝଗଡ଼ା ନକରିବାକୁ ବୁଝାଇବା ସହ ପାଟିତୁଣ୍ଡରୁ ନିବୃତ୍ତ ରହିବାକୁ କହିଥିଲେ।

ଠେଙ୍ଗା ମାଡ଼ରେ ଫାଟିଲା ମୁଣ୍ଡ

ତେବେ ଏହି ସମୟରେ ଜଣେ ବ୍ୟବସାୟୀ ହଠାତ୍ ଏକ ଠେଙ୍ଗାରେ କନଷ୍ଟେବଳଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟିଯାଇଥିଲା ଏବଂ ସେ ଗୁରୁତର ଆହତ ହୋଇଥିଲେ।

ଘଟଣା ପରେ ତାଙ୍କୁ ତୁରନ୍ତ ଡେଲାଙ୍ଗ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଥିଲେ। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଦୁଇ ବ୍ୟବସାୟୀଙ୍କ ନାମରେ ମାମଲା, ତଦନ୍ତ ଜାରି

ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ ଦୁଇ ବ୍ୟବସାୟୀଙ୍କ ନାମରେ ମାମଲା ରୁଜୁ କରିଛି। ଘଟଣାର ପ୍ରକୃତ କାରଣ ଓ ଆକ୍ରମଣରେ କାହାର କେତେ ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଚାଲିଛି।

ଆଇନ ରକ୍ଷା କରିବାକୁ ଯାଇ ଜଣେ ପୋଲିସ କର୍ମଚାରୀ ଆକ୍ରମଣର ଶିକାର ହେବା ଘଟଣା ଡେଲାଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

LIVE TV
LIVE
Latest News
ଦୀପାବଳି ପୂର୍ବରୁ ଦଲାଲ ଷ୍ଟ୍ରିଟ୍‌ରେ ଧମାକା! ୧,୭୧୮ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ, ୨୫ ହଜାର ପାର୍‌ କଲା ନିଫ୍ଟି

ଦୀପାବଳି ପୂର୍ବରୁ ଦଲାଲ ଷ୍ଟ୍ରିଟ୍‌ରେ ଧମାକା! ୧,୭୧୮...

୧,୭୧୮ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ, ୨୫ ହଜାର ଉପରେ ନ...

୧୦ ବର୍ଷରେ ଦୁଇଗୁଣ ହେଲା ପାକିସ୍ତାନର ବିଦେଶୀ ଋଣ! ୧୩୫ ବିଲିୟନ ଡଲାର ଟପିଲା, ସବୁଠୁ ବଡ଼ ଋଣଦାତା ଚୀନ୍

୧୦ ବର୍ଷରେ ଦୁଇଗୁଣ ହେଲା ପାକିସ୍ତାନର ବିଦେଶୀ...

ଇସଲାମାବାଦ: ଆର୍ଥିକ ସଙ୍କଟ ଓ ବିଦେଶୀ ଋଣ ଚାପରେ ଥିବା ପାକ...

କଂଗ୍ରେସକୁ ଚାନ୍ଦା ଝଟକା! ₹୫୧୭ କୋଟିରୁ ଖସି ₹୧୩୦.୬୯ କୋଟିରେ ପହଞ୍ଚିଲା ଦାନ, ୭୫% ହ୍ରାସ

କଂଗ୍ରେସକୁ ଚାନ୍ଦା ଝଟକା! ₹୫୧୭ କୋଟିରୁ ଖସି...

  କଂଗ୍ରେସକୁ ଚାନ୍ଦା ଝଟକା! ₹୫୧୭ କୋଟିରୁ ଖସି ₹...

ଅଯୋଧ୍ୟା ଦୀପୋତ୍ସବକୁ ନେଇ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ବଡ଼ ବୟାନ, କହିଲେ- ଐତିହାସିକ ଅନ୍ୟାୟର ସଂଶୋଧନ ହୋଇଛି

ଅଯୋଧ୍ୟା ଦୀପୋତ୍ସବକୁ ନେଇ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ...

ଲକ୍ଷ୍ନୌ: ଅଯୋଧ୍ୟାରେ ଦଶମ ଦୀପୋତ୍ସବ ପାଳନ ପାଇଁ ପ୍ରସ୍ତୁତ...

ସୁନା ବନ୍ଧକ ରଖି କୃଷି ଋଣ ନେଲେ କଡ଼ା ଯାଞ୍ଚ, ନୂଆ ନିୟମ ଆଣିବାକୁ RBIର ପ୍ରସ୍ତାବ

ସୁନା ବନ୍ଧକ ରଖି କୃଷି ଋଣ ନେଲେ...

ମୁମ୍ବାଇ: ସୁନା ଅଳଙ୍କାର ବନ୍ଧକ ରଖି ଚାଷ ପାଇଁ ଋଣ ନେଉଥିବ...

ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍ ଆଶଙ୍କା! ଗୁଳିମାଡ଼ରେ ଯୁବକ ମୃତ, ମାଷ୍ଟରମାଇଣ୍ଡ ସମେତ ୧୩ ଗିରଫ

ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍...

ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍ ଆଶଙ୍କା! ଗୁଳ...

ଦୀପାବଳିରେ କଣାସରୁ ୧୦ ଟନ୍‌ରୁ ଅଧିକ ଗୋମାଂସ ଜବତ! ଜଣେ ଅଟକ, ଆଉ ଜଣେ ଫେରାର

ଦୀପାବଳିରେ କଣାସରୁ ୧୦ ଟନ୍‌ରୁ ଅଧିକ ଗୋମାଂସ...

ଦୀପାବଳିରେ କଣାସରୁ ୧୦ ଟନ୍ରୁ ଅଧିକ ଗୋମାଂସ ଜବତ! ଜଣେ ଅଟକ...

ଦୀପାବଳି ପରେ ପୁଣି ତେଜିବ କଂଗ୍ରେସର ଆନ୍ଦୋଳନ! CEC ଜ୍ଞାନେଶ କୁମାରଙ୍କୁ ହଟାଇବା ଯାଏଁ ଲଢ଼େଇ ଜାରି ରହିବ: ବେଣୁଗୋପାଳ

ଦୀପାବଳି ପରେ ପୁଣି ତେଜିବ କଂଗ୍ରେସର ଆନ୍ଦୋଳନ!...

ଦୀପାବଳି ପରେ ପୁଣି ତେଜିବ କଂଗ୍ରେସର ଆନ୍ଦୋଳନ! CEC ଜ୍ଞାନ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+