ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଏବଂ ଅନିୟମିତ ବିଦ୍ୟୁତ ସରବରାହକୁ ନେଇ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବିଦ୍ୟୁତ ଗ୍ରାହକ ସଂଘର ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନ ଯୋଗୁଁ ସମଗ୍ର ଦଶପଲ୍ଲା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିଲା।
ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଅନୁସାରେ, ବାରମ୍ବାର ଓ ବିନା ସୂଚନାରେ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ଲୋକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ଅତ୍ୟାବଶ୍ୟକ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ସେମାନେ ସ୍ଥାୟୀ ସମାଧାନ ସହ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣର ଦାବି କରିଛନ୍ତି।
ଆନ୍ଦୋଳନର ଅଂଶ ଭାବେ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିଲା। ଏହାଫଳରେ ଜାତୀୟ ରାଜପଥ-୫୭ ସମେତ ପ୍ରମୁଖ ସଡ଼କରେ ଶହ ଶହ ଯାନବାହନ ଅଟକି ରହିଥିଲା ଏବଂ ଯାତାୟାତ ଦୀର୍ଘ ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।
ଆନ୍ଦୋଳନକାରୀ ତ୍ରିନାଥ ସାହୁ କହିଛନ୍ତି ଯେ, ଦଶପଲ୍ଲାର ୮ରୁ ୧୦ଟି ସ୍ଥାନରେ ବିକ୍ଷୋଭ କରାଯାଇଛି। ସମସ୍ତ ରାଜନୈତିକ ଦଳର ସମର୍ଥନରେ ଏହି ବନ୍ଦ ସଫଳ ହୋଇଥିବା ବେଳେ ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦେବା ଦାବି କରାଯାଇଛି। ସେ କହିଛନ୍ତି, ୩୫ ଦିନ ପୂର୍ବରୁ ବିଦ୍ୟୁତ ବିଭାଗ, ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ହଜାରରୁ ଅଧିକ ଚିଠି ପଠାଯାଇଥିଲେ ମଧ୍ୟ କୌଣସି ସମାଧାନ ମିଳିନଥିଲା। ଶେଷରେ ବାଧ୍ୟ ହୋଇ ବନ୍ଦ ଡାକରା ଦିଆଯାଇଥିଲା।
ପରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାର ଆଶ୍ୱାସନ ଦେଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ବନ୍ଦ ଓ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ।
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ଟାଟା ମାଲିକାନାଧୀନJaguar Land Rover (JLR)ବ୍ରିଟେନ୍ରେ...
ଗୁରୁଗ୍ରାମରDLF Primus ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟ କଡ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
**‘ମିର୍ଜାପୁର: ଦି ମୁଭି’**ରେ ଏକ ପ୍ରାୟ ୫୦...
ବୀମା ପଲିସି କିଣିବା ପରେ ଅନେକ ଲୋକଙ୍କ ପାଇଁ ସବୁଠୁ ବଡ଼ ସ...
‘ମିର୍ଜାପୁର: ଦି ମୁଭି’ବକ୍ସ ଅଫିସ୍ରେ ଜବରଦସ...
ମାଲାୟାଲମ୍ ସୁପରଷ୍ଟାରମମୁଟ୍ଟିଙ୍କ ୭୫ତମ ଜନ୍ମଦିନରେ ତାଙ୍କ...
ଅଭିନେତ୍ରୀବିପାଶା ବାସୁନିଜ ଫିଲ୍ମ କ୍ୟାରିୟରର ଏକ ଗୁରୁତ୍ୱ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ମାରୁତି ସୁଜୁକି କାର୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍...