‘ଆର୍ଣ୍ଣବ’କୁ ନେଇ ମାଲକାନଗିରିରେ ହାଇଆଲର୍ଟ: ମୁତୟନ ହେଲେ NDRF-ODRAF ଟିମ୍‌, ପ୍ରସ୍ତୁତ ଆଶ୍ରୟସ୍ଥଳୀ

ସମ୍ଭାବ୍ୟ ବାତ୍ୟା ‘ଆର୍ଣ୍ଣବ’ର ପ୍ରଭାବକୁ ନଜରରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବିପଦପ୍ରବଣ ଅଞ୍ଚଳ ଚିହ୍ନଟ ସହ ୪ଟି ବହୁମୁଖୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।
Cyclone Arnab
Cyclone Arnab

ସମ୍ଭାବ୍ୟ ବାତ୍ୟା ‘ଆର୍ଣ୍ଣବ’କୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ସଜାଗ ହୋଇଛି। ଜିଲ୍ଲାର ବିପଦପ୍ରବଣ ଅଞ୍ଚଳ, ତଳିଆ ଅଞ୍ଚଳ ଏବଂ ଭୂସ୍ଖଳନ ଓ ଜଳବନ୍ଦୀ ଆଶଙ୍କା ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅନୁସାରେ, ବାତ୍ୟାର ପ୍ରଭାବ ନେଇ ପ୍ରଶାସନ ନିରନ୍ତର ନଜର ରଖିଛି। ତଳିଆ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ପଡ଼ିଲେ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ।

ଜିଲ୍ଲାରେ ୪ଟି ବହୁମୁଖୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଏହା ସହ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ମଧ୍ୟ ଆବଶ୍ୟକ ସମୟରେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବାର ବ୍ୟବସ୍ଥା ହୋଇଛି। ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି CHC, PHC ଓ Maternity Waiting Homeକୁ ସ୍ଥାନାନ୍ତର କରାଯାଇଛି।

ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ କେତେକ ପୋଲ ବୁଡ଼ିଯିବାର ଆଶଙ୍କା ଥିବାରୁ ବିକଳ୍ପ ରାସ୍ତା ମଧ୍ୟ ଚିହ୍ନଟ କରାଯାଇଛି। ଲୋକଙ୍କୁ ସମ୍ଭାବ୍ୟ ବିପଦ ଏବଂ ବିକଳ୍ପ ଯାତାୟାତ ମାର୍ଗ ସମ୍ପର୍କରେ ସୂଚନା ଦିଆଯାଉଛି।

ଉଦ୍ଧାର ଓ ଜରୁରୀକାଳୀନ ପ୍ରତିକାର ପାଇଁ ବିଭିନ୍ନ ସ୍ଥାନରେ ୩ଟି ODRAF, ୧ଟି NDRF ଏବଂ ୭ଟି ଫାୟାର ସର୍ଭିସ୍‌ ଟିମ୍‌ ମୁତୟନ କରାଯାଇଛି। ନିକଟରେ ଦୁଇଟି ଲଘୁଚାପ ପ୍ରଣାଳୀ ଯୋଗୁଁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ଏଥର ପ୍ରଶାସନ ପୂର୍ବପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦେଇଛି।

ପ୍ରଶାସନ ପକ୍ଷରୁ ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା, ଆବଶ୍ୟକ ସମୟରେ ନିରାପଦ ଆଶ୍ରୟସ୍ଥଳୀକୁ ଯିବା ଏବଂ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

LIVE TV
LIVE
Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+