ବାତ୍ୟା ଅକଭାନ୍‌ରେ ଉଜୁଡ଼ିଲା ପାଚିଲା ଧାନ, ପାଣିରେ ବୁଡ଼ିଲା ପନିପରିବା ଫସଲ! ଚିନ୍ତାରେ ଚାଷୀ

ବାତ୍ୟା ଅକଭାନ୍‌ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକରେ ବ୍ୟାପକ ଫସଲ କ୍ଷତି ହୋଇଛି। ଲଗାଣ ବର୍ଷା ଓ ପବନ ଯୋଗୁଁ ଅମଳ ପାଇଁ ପ୍ରସ୍ତୁତ ପାଚିଲା ଧାନ ଜମିରେ ଶୋଇପଡ଼ିଥିବା ବେଳେ ବିଭିନ୍ନ ପନିପରିବା ଫସଲ ପାଣିରେ ବୁଡ଼ି ରହିଛି।
Crop Damage
Crop Damage

ଭୁବନେଶ୍ୱର: ବାତ୍ୟା ଅକଭାନ୍‌ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ଅମଳ ସମୟରେ ଉଜୁଡ଼ି ଯାଇଛି ପାଚିଲା ଧାନ ଫସଲ। କେବଳ ଧାନ ନୁହେଁ, ପନିପରିବା ଚାଷ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ବିଭିନ୍ନ ଅଞ୍ଚଳରେ।

ଅମଳ ପୂର୍ବରୁ ମାଟିରେ ଲୋଟିଲା ପାଚିଲା ଧାନ

ବାତ୍ୟା ଅକଭାନ୍‌ ପ୍ରଭାବରେ ମେଘ ଓ ପବନ ମାଡ଼ରେ ଖାଲୁଆ ଜମିରେ ଥିବା ପାଚିଲା ଧାନ ଗଛ ସବୁ ଭୂଇଁରେ ଲୋଟି ପଡ଼ିଛି। ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଜମିରେ ପାଣି ଜମି ରହିଥିବାରୁ ଧାନ କେଣ୍ଡା ସବୁ ପାଣିରେ ବୁଡ଼ି ରହିଛି। ଫଳରେ ଧାନ ଗଜା ହେବା ଓ ପଚି ନଷ୍ଟ ହେବାର ଆଶଙ୍କା ବଢ଼ିଯାଇଛି।

ବିଶେଷ କରି ସରକଣା, ପୂରଣ ପଧାନ, ଉମଦେଇ ବ୍ରହ୍ମପୁର, ଜୟଦେବ, ପ୍ରତାପରୁଦ୍ରପୁର, ସତ୍ୟଭାମାପୁର, ଝିଣ୍ଟି ଶାସନ ଓ ପୁରୋହିତପୁର ସମେତ ବିଭିନ୍ନ ପଞ୍ଚାୟତରେ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

ପନିପରିବା ଚାଷ ମଧ୍ୟ ଛାରଖାର

କେବଳ ଧାନ ନୁହେଁ, ବାତ୍ୟାର ପ୍ରଭାବରୁ ପନିପରିବା ଚାଷ ମଧ୍ୟ ବର୍ତ୍ତିପାରିନାହିଁ। ରାଜଧାନୀ ଉପକଣ୍ଠରେ ଥିବା କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀପଠା ଅଞ୍ଚଳରେ ଚାଷ ହୋଇଥିବା ବିଭିନ୍ନ ଫସଲ ପାଣିରେ ବୁଡ଼ି ରହିଛି।

ସରଦେଇପୁର, ଝିଣ୍ଟି ଶାସନ, ନୂଆସାହି, ପ୍ରତାପରୁଦ୍ରପୁର, କାକରୁଦ୍ରପୁର ଓ ଜୟଦେବ ଅଞ୍ଚଳରେ ଫୁଲକୋବି, ବାଇଗଣ, ଟମାଟୋ, ପୋଟଳ, ଜହ୍ନି ଓ କାକୁଡ଼ି ଚାଷ ପ୍ରଭାବିତ ହୋଇଛି। ଜମିରେ ପାଣି ଜମି ରହିଥିବାରୁ ପନିପରିବା ଚାରା ସବୁ ପଚି ନଷ୍ଟ ହେବାକୁ ବସିଛି।

ଧାରକରଜ କରି ଚାଷ କରିଥିବା ଚାଷୀ ଚିନ୍ତାରେ

ଫସଲ ନଷ୍ଟ ହେବା ପରେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଅନେକ ଚାଷୀ ଧାରକରଜ କରି ଚାଷ କରିଥିବାରୁ ଏବେ ଋଣ କିପରି ପରିଶୋଧ କରିବେ ଓ କ୍ଷତି କିପରି ଭରଣା କରିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି।

ଚାଷୀମାନେ ବ୍ଲକ କୃଷି ବିଭାଗକୁ ତୁରନ୍ତ ଗାଁ ଗାଁ ବୁଲି ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ଦାବି କରିଛନ୍ତି।

କ୍ଷତିପୂରଣ ସହ ରିହାତିରେ ବିହନ ଓ ସାର ଦାବି

କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ରିହାତି ମୂଲ୍ୟରେ ପନିପରିବା ମଞ୍ଜି, ଆଳୁ ବିହନ, ସାର ଓ କୀଟନାଶକ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ଏହାସହ ଆଗାମୀ ରବି ଋତୁ ଚାଷ ପାଇଁ ବିରି, ମୁଗ ଓ ସୋରିଷ ଭଳି ଫସଲର ବିହନ ମଧ୍ୟ ରିହାତି ଦରରେ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ଏବେ ସମସ୍ତଙ୍କ ନଜର କୃଷି ବିଭାଗର କ୍ଷୟକ୍ଷତି ଆକଳନ ଓ ସରକାରୀ ସହାୟତା ଉପରେ ରହିଛି। ବାତ୍ୟାରେ ଫସଲ ହରାଇଥିବା ବାଲିଅନ୍ତାର ଚାଷୀଙ୍କୁ କେବେ ମିଳିବ ଉପଯୁକ୍ତ ସହାୟତା, ତାହା ଏବେ ବଡ଼ ପ୍ରଶ୍ନ।

Latest News
ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ୧.୭୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ! ୪୭୨ ଜଣଙ୍କୁ ପିଏଚ୍‌ଡି, ମହିଳାଙ୍କ ସଂଖ୍ୟା ଅଧିକ

ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ୧.୭୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ!...

ନୂଆଦିଲ୍ଲୀ:ଶିକ୍ଷା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିଛି...

ଗୋଟିଏ ନୁହେଁ, ତିନି ତିନିଟି ଅବତାରରେ ସାଇ ପଲ୍ଲବୀ! କେବେ ସୀତା, କେବେ ପୋଲିସ ଅଫିସର

ଗୋଟିଏ ନୁହେଁ, ତିନି ତିନିଟି ଅବତାରରେ ସାଇ...

ମନୋରଞ୍ଜନ ଜଗତରେ ନିଜର ଅଭିନୟ ଦକ୍ଷତା ଓ ଭିନ୍ନ ଧରଣର ଚରିତ...

AI, ସୋସିଆଲ୍ ମିଡିଆ ଓ ବଦଳୁଥିବା ଦୁନିଆ! Oxfordର ୨୦୨୬ ‘Word of the Year’ ତାଲିକାରେ ୪ଟି ଚର୍ଚ୍ଚିତ ଶବ୍ଦ

AI, ସୋସିଆଲ୍ ମିଡିଆ ଓ ବଦଳୁଥିବା ଦୁନିଆ!...

AIର ଭୟ, ପଢ଼ିବା ଅଭ୍ୟାସରେ ହ୍ରାସ ଓ ମୋବାଇଲ୍ ଡ୍ରାମା! Ox...

CSIR-UGC NET ଡିସେମ୍ବର ୨୦୨୬ ପରୀକ୍ଷା ସୂଚୀ ଜାରି: ଡିସେମ୍ବର ୧୯, ୨୨ ଓ ୨୭ରେ ପରୀକ୍ଷା

CSIR-UGC NET ଡିସେମ୍ବର ୨୦୨୬ ପରୀକ୍ଷା ସୂଚୀ...

CSIR-UGC NET ଡିସେମ୍ବର ୨୦୨୬ ପରୀକ୍ଷାକୁ ଅପେକ୍ଷା କରିଥି...

‘କଫି ୱିଥ୍ କରଣ ୯’ରେ ଧମାଲ୍‌ କରିବେ ଅକ୍ଷୟ-ରବି କିଶନ! ଭୋଜପୁରୀ ହୁକ୍‌ଷ୍ଟେପ୍‌ ଶିଖିଲେ ଖିଲାଡ଼ି କୁମାର

‘କଫି ୱିଥ୍ କରଣ ୯’ରେ ଧମାଲ୍‌ କରିବେ...

ମୁମ୍ବାଇ: ମନୋରଞ୍ଜନ ଜଗତରେ ଏବେ ‘କଫି ୱିଥ୍ କରଣ ୯&...

ବକ୍ସ ଅଫିସ୍‌ରେ ‘ରାମାୟଣ’ର ରେକର୍ଡ ବର୍ଷା! ୧୬ ଦିନରେ ୧୫୭୪ କୋଟି ଆୟ, ‘KGF 2’କୁ ପଛରେ ପକାଇଲା ରଣବୀର-ୟଶଙ୍କ ଫିଲ୍ମ

ବକ୍ସ ଅଫିସ୍‌ରେ ‘ରାମାୟଣ’ର ରେକର୍ଡ ବର୍ଷା! ୧୬...

ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରୁଛି ରଣବୀର କ...

ITI ଛାତ୍ରଛାତ୍ରୀଙ୍କୁ ମିଳୁ IIT ଭଳି ସମ୍ମାନ, ଲକ୍ଷ୍ନୌରୁ ବଡ଼ ବାର୍ତ୍ତା ଦେଲେ ମୋଦୀ!

ITI ଛାତ୍ରଛାତ୍ରୀଙ୍କୁ ମିଳୁ IIT ଭଳି ସମ୍ମାନ,...

ଲକ୍ଷ୍ନୌ: ଆଇଆଇଟି ଓ ଆଇଟିଆଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍...

ଆଇଆଇଟି ଖଡ଼ଗପୁରର ୭୫ ବର୍ଷର ଗୌରବଗାଥାକୁ ମୋଦୀଙ୍କ ସଲାମ୍, ପୂର୍ବତନ ଛାତ୍ରଙ୍କୁ ନେଇ କହିଲେ ବଡ଼ କଥା!

ଆଇଆଇଟି ଖଡ଼ଗପୁରର ୭୫ ବର୍ଷର ଗୌରବଗାଥାକୁ ମୋଦୀଙ୍କ...

ପଶ୍ଚିମବଙ୍ଗ: ଭାରତର ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ଐତିହା...

Breaking News
ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅକଭାନ୍’! ଆହୁରି ୨ ଘଣ୍ଟା ଜାରି ରହିବ ଲ୍ୟାଣ୍ଡଫଲ୍... ବାତ୍ୟା ‘ଅକଭାନ୍’ ପାଇଁ ୩୯ ଟ୍ରେନ୍ ବାତିଲ୍! ଚଳିବନି ବନ୍ଦେ ଭାରତ, ଏକ୍ସପ୍ରେସ୍ ଓ MEMU ରାମାୟଣ ପରେ ଚର୍ଚ୍ଚାରେ ଜଟାୟୁ! କେରଳର ଜଟାୟୁ ଆର୍ଥ ସେଣ୍ଟର ଯିବେ କି ପ୍ରଧାନମନ୍ତ୍ରୀ ମୋଦି? ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି! ନଭେମ୍ବର ୨୪ରେ ତିରୁପରଙ୍କୁନ୍ଦ୍ରମ ପାହାଡ଼ ଉପରେ ଜଳିବ କାର୍ତ୍ତିଗାଇ ଦୀପମ୍ ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା! ୮ ଜିଲ୍ଲାରେ କିଙ୍ଗମେକର... ଗଙ୍ଗା ଉପରେ ନିର୍ମାଣ ହେଲା ‘ନୀତୀଶ ସେତୁ’, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ! ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅକଭାନ୍’! ଆହୁରି ୨ ଘଣ୍ଟା ଜାରି ରହିବ ଲ୍ୟାଣ୍ଡଫଲ୍... ବାତ୍ୟା ‘ଅକଭାନ୍’ ପାଇଁ ୩୯ ଟ୍ରେନ୍ ବାତିଲ୍! ଚଳିବନି ବନ୍ଦେ ଭାରତ, ଏକ୍ସପ୍ରେସ୍ ଓ MEMU ରାମାୟଣ ପରେ ଚର୍ଚ୍ଚାରେ ଜଟାୟୁ! କେରଳର ଜଟାୟୁ ଆର୍ଥ ସେଣ୍ଟର ଯିବେ କି ପ୍ରଧାନମନ୍ତ୍ରୀ ମୋଦି? ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି! ନଭେମ୍ବର ୨୪ରେ ତିରୁପରଙ୍କୁନ୍ଦ୍ରମ ପାହାଡ଼ ଉପରେ ଜଳିବ କାର୍ତ୍ତିଗାଇ ଦୀପମ୍ ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା! ୮ ଜିଲ୍ଲାରେ କିଙ୍ଗମେକର... ଗଙ୍ଗା ଉପରେ ନିର୍ମାଣ ହେଲା ‘ନୀତୀଶ ସେତୁ’, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ!
+