କେନ୍ଦ୍ରାପଡ଼ା: ଚାଷ ଜମିରେ କୁମ୍ଭୀର ଦେଖାଯିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଶନିବାର ବ୍ରାହ୍ମଣୀକୋହଳା ଗାଁ ନିକଟ ଏକ ଚାଷ ଜମିରୁ ପ୍ରାୟ ୬ ଫୁଟ ଲମ୍ବର ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ଉକ୍ତ ଚାଷ ଜମିରେ ମାଛ ଧରିବା ପାଇଁ ଏକ ଜାଲ ବିଛାଯାଇଥିଲା। ଜମି ମଧ୍ୟଦେଇ ଯିବା ସମୟରେ କୁମ୍ଭୀରଟି ସେହି ଜାଲରେ ଫସିଯାଇଥିଲା। ଜାଲରେ କୁମ୍ଭୀର ଫସିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସୁରକ୍ଷିତ ଭାବେ ଜାଲରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇଥିଲା।
ଗାଁ ନିକଟ ଚାଷ ଜମିରେ କୁମ୍ଭୀର ଦେଖାଯିବା ଘଟଣାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ତେବେ ବନ ବିଭାଗର ଉଦ୍ଧାର କାର୍ଯ୍ୟ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି।
ଚାଷ ଜମି ନିକଟକୁ କୁମ୍ଭୀର କିପରି ଆସିଲା, ସେନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...
ବେଙ୍ଗାଲୁରୁ:ବିଦେଶୀ ନିବେଶ ଓ ସୀମାପାର ଆର୍ଥିକ କାରବାରକୁ...
ଅହମଦାବାଦ:ଗୁଜରାଟରେ ଏଣିକି ଦୋକାନ, ମଲ୍, ରେସ୍ତୋରାଁ, ହୋଟ...
ମୁମ୍ବାଇ:ମହାରାଷ୍ଟ୍ରର ମହାୟୁତି ସରକାରରେ ମନ୍ତ୍ରୀଙ୍କ କାର...
ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ନକଲି ପ୍ରଧାନମନ୍ତ୍ରୀ କ...
ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...
ସଙ୍ଗଠିତ ଅପରାଧ ବିରୋଧରେ ପଞ୍ଜାବ ପୁଲିସ ଏବଂ କେନ୍ଦ୍ରୀୟ ଏ...
ନୂଆଦିଲ୍ଲୀ:ଦୀର୍ଘ ୧୧ ବର୍ଷ ପରେ ଭାରତକୁ ଫେରାଇ ଅଣାଯାଇଛି...