ୟୁରୋପରୁ ପ୍ରଥମଥର ଗ୍ୟାଙ୍ଗଷ୍ଟରଙ୍କୁ ଭାରତ ଆଣିଲା ପଞ୍ଜାବ ପୁଲିସ, ମୋଲଡୋଭାରୁ ଅମୃତପାଲ ସିଂହ ଏକ୍ସଟ୍ରାଡିଟ୍‌

ସଙ୍ଗଠିତ ଅପରାଧ ବିରୋଧରେ ପଞ୍ଜାବ ପୁଲିସକୁ ବଡ଼ ସଫଳତା ମିଳିଛି। ଜଗ୍ଗୁ ଭଗବାନପୁରିଆ ଗ୍ୟାଙ୍ଗର ମୁଖ୍ୟ ସଦସ୍ୟ ତଥା ମୋଷ୍ଟ ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ଅମୃତପାଲ ସିଂହ ଓରଫ ଅମୃତ ଦଲମଙ୍କୁ ମୋଲଡୋଭାରୁ ଭାରତ ଅଣାଯାଇଛି। ପଞ୍ଜାବ ପୁଲିସ ଡିଜିପି ଗୌରବ ଯାଦବଙ୍କ ଅନୁସାରେ, ୟୁରୋପର କୌଣସି ଦେଶରୁ ପଞ୍ଜାବ ପୁଲିସ ଦ୍ୱାରା ଏହା ପ୍ରଥମ ଏକ୍ସଟ୍ରାଡିସନ୍‌।
Punjab Police extradites wanted gangster Amritpal Singh alias Amrit Dalam from Moldova
Punjab Police extradites wanted gangster Amritpal Singh alias Amrit Dalam from Moldova

ସଙ୍ଗଠିତ ଅପରାଧ ବିରୋଧରେ ପଞ୍ଜାବ ପୁଲିସ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବଡ଼ ସଫଳତା ମିଳିଛି। ମୋଲଡୋଭାରୁ ଜଗ୍ଗୁ ଭଗବାନପୁରିଆ ଗ୍ୟାଙ୍ଗର ଜଣେ ପ୍ରମୁଖ ସଦସ୍ୟ ଅମୃତପାଲ ସିଂହ ଓରଫ ଅମୃତ ଦଲମଙ୍କୁ ଭାରତ ଅଣାଯାଇଛି।

ପଞ୍ଜାବ ପୁଲିସ ଡିଜିପି ଗୌରବ ଯାଦବ କହିଛନ୍ତି ଯେ, ୟୁରୋପର କୌଣସି ଦେଶରୁ ପଞ୍ଜାବ ପୁଲିସ ଦ୍ୱାରା ଏହା ପ୍ରଥମ ଏକ୍ସଟ୍ରାଡିସନ୍‌। ୨୭ ବର୍ଷୀୟ ଅମୃତପାଲଙ୍କ ବିରୋଧରେ ପଞ୍ଜାବର ବିଭିନ୍ନ ସ୍ଥାନରେ ହତ୍ୟା, ହତ୍ୟା ଉଦ୍ୟମ, UAPA, Arms Act ଏବଂ ନିଶାଦ୍ରବ୍ୟ ସମ୍ବନ୍ଧୀୟ ଏକାଧିକ ମାମଲା ରହିଥିବା ପୁଲିସ କହିଛି।

ପୁଲିସ ଅନୁସାରେ, ଅମୃତପାଲ ୨୦୨୪ ଅକ୍ଟୋବର ଶେଷ ଆଡ଼କୁ ନକଲି ପାସପୋର୍ଟ ବ୍ୟବହାର କରି ‘ଗୁରପାଲ ସିଂହ’ ନାମରେ ଭାରତ ଛାଡ଼ିଥିଲେ। ପ୍ରଥମେ ସେ UAE ଯାଇଥିଲେ। ପରେ ବିଭିନ୍ନ ଦେଶ ଦେଇ ମୋଲଡୋଭାରେ ପହଞ୍ଚିଥିବା ପୁଲିସ ସୂଚନା ଦେଇଛି।

ଇଣ୍ଟରପୋଲ୍‌ର ରେଡ୍‌ ନୋଟିସ୍‌ ଜାରି ହେବା ପରେ ମୋଲଡୋଭା କର୍ତ୍ତୃପକ୍ଷ ତାଙ୍କୁ ମୋଲଡୋଭା-ୟୁକ୍ରେନ୍‌ ସୀମାରେ ଅଟକ ରଖିଥିଲେ। ତାଙ୍କୁ ଭାରତ ଆଣିବା ପାଇଁ ମୋଲଡୋଭା କୋର୍ଟ ଚଳିତ ବର୍ଷ ମେ’ ୨୬ରେ ଅନୁମତି ଦେଇଥିଲେ। ଅମୃତପାଲ ଏହି ରାୟ ବିରୋଧରେ ଉଚ୍ଚ ଅଦାଲତରେ ଆବେଦନ କରିଥିଲେ ମଧ୍ୟ ଜୁଲାଇରେ ତାଙ୍କ ଆବେଦନ ଖାରଜ ହୋଇଥିଲା।

ପଞ୍ଜାବ ପୁଲିସ କହିଛି ଯେ, ଶୁକ୍ରବାର ସେପ୍ଟେମ୍ବର ୧୧ରେ ଚାରିଜଣିଆ ପୁଲିସ ଟିମ୍‌ ମୋଲଡୋଭାର ଚିସିନାଉ ବିମାନବନ୍ଦରରୁ ଅମୃତପାଲଙ୍କୁ ନିଜ ହେପାଜତକୁ ନେଇ ଭାରତ ଆଣିଛି।

ଏହି ଏକ୍ସଟ୍ରାଡିସନ୍‌ ପଛରେ ପଞ୍ଜାବ ପୁଲିସର Operation Eastern Reach ରହିଛି। ପ୍ରାୟ ୬ ମାସ ଧରି ଚାଲିଥିବା ଏହି ଆନ୍ତର୍ଜାତୀୟ ଅଭିଯାନରେ Anti-Gangster Task Force, Overseas Fugitive Tracking and Extradition Cell (OFTEC), କେନ୍ଦ୍ରୀୟ ଏଜେନ୍ସି ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସହଯୋଗୀ ସାମିଲ ଥିଲେ।

ପଞ୍ଜାବ ପୁଲିସ ଡିଜିପି ଗୌରବ ଯାଦବ ମୋଲଡୋଭା ଓ ଆଜରବାଇଜାନ୍‌ କର୍ତ୍ତୃପକ୍ଷ, IPCU-CBI, ଗୃହ ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ବିଦେଶରେ ଥିବା ଗ୍ୟାଙ୍ଗଷ୍ଟର ଏବଂ ଅପରାଧୀଙ୍କୁ ଭାରତ ଫେରାଇ ଆଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପଞ୍ଜାବ ପୁଲିସ OFTEC ଗଠନ କରିଛି। ଏହି ୟୁନିଟ୍‌ର ନେତୃତ୍ୱ IGP ଆଶିଷ ଚୌଧୁରୀ କରୁଛନ୍ତି।

LIVE TV
LIVE
Latest News
ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ପୁରୀ ହସ୍ପିଟାଲରେ ରକ୍ତ ବଦଳର ଅଭିଯୋଗ: A+ ରୋଗୀଙ୍କୁ ଦିଆଗଲା B+ ରକ୍ତ, ଭୁବନେଶ୍ୱର ସ୍ଥାନାନ୍ତର

ପୁରୀ ହସ୍ପିଟାଲରେ ରକ୍ତ ବଦଳର ଅଭିଯୋଗ: A+...

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଦେବାକୁ ନ...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ...

ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...

ଏଥର ଆଗୁଆ ଆସିପାରେ ଖରାଦିନ! ତାତି ଓ ଗୁଳୁଗୁଳି ବଢ଼ିବା ଆଶଙ୍କା, ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର

ଏଥର ଆଗୁଆ ଆସିପାରେ ଖରାଦିନ! ତାତି ଓ...

ଭୁବନେଶ୍ୱର: ଚଳିତବର୍ଷ ଓଡ଼ିଶାରେ ଖରାଦିନ ଆଗୁଆ ଆରମ୍ଭ ହୋଇ...

କଳାହାଣ୍ଡିରେ ବର୍ଷାର ତାଣ୍ଡବ, ୨୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ

କଳାହାଣ୍ଡିରେ ବର୍ଷାର ତାଣ୍ଡବ, ୨୩ଟି ସ୍ଥାନରେ ପ୍ରବଳ...

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାର...

ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଓ କନ୍ଧମାଳକୁ ରେଡ୍ ୱାର୍ଣ୍ଣିଂ, ଏକାଧିକ ଜିଲ୍ଲାକୁ ଅରେଞ୍ଜ-ୟେଲୋ ଆଲର୍ଟ

ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଓ...

ଭୁବନେଶ୍ୱର:ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି ମୌସୁମୀ ବର୍ଷା।...

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ କାହାର ଚମକିବ ଭାଗ୍ୟ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ...

ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...

ଛେନା, ପନିର ପରେ କଦଳୀରେ ବିଷ! ଗୋଦାମରେ ଚଢ଼ାଉ ପରେ ଖାଉଟି ଆତଙ୍କିତ

ଛେନା, ପନିର ପରେ କଦଳୀରେ ବିଷ! ଗୋଦାମରେ...

କଦଳୀକୁ ସାଧାରଣତଃ ସ୍ୱାସ୍ଥ୍ୟକର ଫଳ ଭାବେ ଲୋକେ ଖାଇଥାନ୍ତି...

ଚଳନ ହିଁ ଚିକିତ୍ସା!

ଚଳନ ହିଁ ଚିକିତ୍ସା!

ଭୁବନେଶ୍ୱର:ହୃଦ୍ରୋଗ କିମ୍ବା ଷ୍ଟ୍ରୋକ୍ ପରେ ରୋଗୀଙ୍କ ଶାରୀ...

ଗ୍ଲୋବାଲ୍ ୱାର୍ମିଂରେ ନୂଆ ରେକର୍ଡ: ଇତିହାସର ସବୁଠୁ ଗରମ ମାସ ତାଲିକାରେ ଅଗଷ୍ଟ, ତାପମାତ୍ରା ୧.୬୫°C ଅଧିକ

ଗ୍ଲୋବାଲ୍ ୱାର୍ମିଂରେ ନୂଆ ରେକର୍ଡ: ଇତିହାସର ସବୁଠୁ...

ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...

Metformin ଖାଉଛନ୍ତି, ତଥାପି ଶୁଗାର ୨୦୦ ପାର୍! କାହିଁକି କମୁନି ବ୍ଲଡ୍ ସୁଗାର?

Metformin ଖାଉଛନ୍ତି, ତଥାପି ଶୁଗାର ୨୦୦ ପାର୍!...

ଭୁବନେଶ୍ୱର: ଡାଇବେଟିସ୍‌ ରୋଗୀଙ୍କ ଚିକିତ୍ସାରେ Metf...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା
+