ଓଡ଼ିଶା ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଚାଲିଥିବା ମାମଲାର ତଦନ୍ତକୁ କ୍ରାଇମବ୍ରାଞ୍ଚ ଆହୁରି ଜୋରଦାର କରିଛି। ଶୁକ୍ରବାର କ୍ରାଇମବ୍ରାଞ୍ଚର ଏକ ପାଞ୍ଚ ଜଣିଆ ଟିମ୍ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ସ୍କୁଲ ଏଡୁକେସନ ପ୍ରୋଗ୍ରାମ ଅଥରିଟି (OSEPA) ମୁଖ୍ୟାଳୟରେ ପହଞ୍ଚି ବିସ୍ତୃତ ତଦନ୍ତ କରିଛି।
ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚର ଚାରି ଜଣ ଅଧିକାରୀ OSEPAର ଉପ-ନିର୍ଦ୍ଦେଶିକା ଇତିଶ୍ରୀ ନାୟକଙ୍କୁ ପାଠ୍ୟପୁସ୍ତକ ପ୍ରସ୍ତୁତି, ସମୀକ୍ଷା ଓ ପ୍ରକାଶନ ପ୍ରକ୍ରିୟା ସମ୍ପର୍କରେ ପଚରାଉଚରା କରିଥିଲେ। ପାଠ୍ୟପୁସ୍ତକଗୁଡ଼ିକୁ ବଣ୍ଟନ ପୂର୍ବରୁ କିପରି ଅନୁମୋଦନ କରାଯାଇଥିଲା ଏବଂ ଏଥିରେ କେଉଁ ଅଧିକାରୀଙ୍କ ଭୂମିକା ରହିଥିଲା, ସେ ନେଇ ମଧ୍ୟ ତଦନ୍ତ ଚାଲିଛି।
ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଏବଂ ମାମଲା ସହ ଜଡିତ ପ୍ରମାଣ ସଂଗ୍ରହ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ଏହି ମାମଲାରେ ଅଧିକ ଅଧିକାରୀଙ୍କୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି।
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ସରକାରୀ ସ୍କୁଲ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ପ୍ରକାଶନରେ ବ୍ୟାପକ ଅନିୟମିତତା ଅଭିଯୋଗରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଥିଲା। ତାଙ୍କୁ ଅଟକ ରଖି ପାଠ୍ୟପୁସ୍ତକ ପ୍ରସ୍ତୁତିର ବିଭିନ୍ନ ଦିଗ ନେଇ ପଚରାଉଚରା କରାଯାଇଥିଲା।
ଅଲିମ୍ପିକ୍ ଲଙ୍ଗ୍ ଜମ୍ପ୍ ଚାମ୍ପିଅନ୍ତାରା ଡେଭିସ୍-ଉଡହଲ୍କା...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଆଷ୍ଟନ୍ ଭିଲା ପାଇଁ ଚଳିତ ପ୍ରିମିୟର ଲିଗ୍ ସିଜନର ଆରମ୍ଭ ଆଶ...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...