ଓଡ଼ିଶାର ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ଏବଂ ଅନିୟମିତତା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି। ଶନିବାର କ୍ରାଇମବ୍ରାଞ୍ଚର ଏକ ତିନି ଜଣିଆ ଦଳ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ମୁଖ୍ୟାଳୟରେ ପହଞ୍ଚି ମାମଲା ସମ୍ପର୍କିତ ଦଲିଲପତ୍ରର ବିସ୍ତୃତ ଯାଞ୍ଚ ଆରମ୍ଭ କରିଛି।
ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଥିବା ଏହି ତଦନ୍ତକାରୀ ଦଳ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟା ସହ ଜଡିତ ବିଭିନ୍ନ ସରକାରୀ ଦଲିଲର ଖୁବ୍ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି। ପାଠ୍ୟପୁସ୍ତକରେ କିପରି ତ୍ରୁଟି ରହିଗଲା ଏବଂ କେଉଁ ସ୍ତରରେ ଅବହେଳା କିମ୍ବା ଅନିୟମିତତା ହୋଇଛି, ତାହା ଖୋଜିବା ହେଉଛି ତଦନ୍ତର ମୂଳ ଉଦ୍ଦେଶ୍ୟ।
ଏହାପୂର୍ବରୁ ଶୁକ୍ରବାର କ୍ରାଇମବ୍ରାଞ୍ଚ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଏବଂ ଓଡ଼ିଶା ଟେକ୍ସଟବୁକ୍ ପ୍ରିପାରେସନ୍ ଆଣ୍ଡ ମାର୍କେଟିଂ (OTPM) କାର୍ଯ୍ୟାଳୟରେ ଚଢ଼ାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଜବତ କରିଥିଲା। ବର୍ତ୍ତମାନ ସେହି ଦଲିଲଗୁଡ଼ିକୁ SCERTରେ ଉପଲବ୍ଧ ରେକର୍ଡ ସହ ମିଳାଇ ଯାଞ୍ଚ କରାଯାଉଛି।
ସୂଚନା ଅନୁସାରେ, OTPM କାର୍ଯ୍ୟାଳୟରେ ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିବା ତଲାସି ବେଳେ ଟେଣ୍ଡର ସମ୍ବନ୍ଧୀୟ ଦଲିଲପତ୍ର, SCERT ପକ୍ଷରୁ ପଠାଯାଇଥିବା ସରକାରୀ ଚିଠି ଏବଂ ପାଠ୍ୟପୁସ୍ତକ ଛାପା ଓ ପ୍ରକାଶନ ପ୍ରକ୍ରିୟା ସହ ଜଡିତ ଅନ୍ୟାନ୍ୟ ଫାଇଲ ଜବତ କରାଯାଇଥିଲା।
କିଛି ଦିନ ପୂର୍ବରୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଥିଲା। ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତାଙ୍କୁ ପଚରାଉଚରା ପରେ ଗିରଫ କରାଯାଇଥିଲା।
ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ବ୍ୟାପକ କରି ଘଟଣାକ୍ରମକୁ ସ୍ପଷ୍ଟ କରିବା ସହିତ ଏଥିରେ କେଉଁ କେଉଁ ଅଧିକାରୀଙ୍କ ଭୂମିକା ରହିଛି ତାହା ଖୋଜିବାରେ ଲାଗିଛି।
ଭାରତରେ ବ୍ୟବସାୟ ଓ ନିବେଶର ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍...
FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...
ଯାତ୍ରା ପାଇଁ ଗଲା ୧.୬୩ ବିଲିୟନ ଡଲାର ଅଗଷ୍ଟରେ LRS ଅଧ...
Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...
ଭାରତର ପ୍ରମୁଖ IT କମ୍ପାନୀ Infosysର ଶେୟରକୁ ନେଇ ନିବେଶକ...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...