ଦିଲ୍ଲୀରେ ପ୍ରବଳ ବର୍ଷା ପରେ ସଂସଦ ପରିସରରେ ଜଳବନ୍ଦୀ ସ୍ଥିତିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି। କଂଗ୍ରେସର କେରଳ ଶାଖା ସଂସଦ ପରିସରରେ ପାଣି ଜମିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରି କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁଙ୍କୁ କଟାକ୍ଷ କରିଛି।
କିଛି ଦିନ ପୂର୍ବରୁ କିରେନ୍ ରିଜିଜୁ ଅରୁଣାଚଳ ପ୍ରଦେଶର ଏକ ନଦୀରେ ପହଁରୁଥିବା ଭିଡିଓ ଶେୟାର କରିଥିଲେ। ନଦୀର ପ୍ରଖର ସ୍ରୋତରେ କିପରି ସୁରକ୍ଷିତ ଭାବେ ପହଁରିବାକୁ ହୁଏ, ସେନେଇ ମଧ୍ୟ ସେ ଭିଡିଓରେ କହିଥିଲେ। ନିଜକୁ ‘ଖିଲାଡ଼ି’ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ।
ଏହାକୁ ଆଧାର କରି କଂଗ୍ରେସର କେରଳ ଶାଖା ସଂସଦ ପରିସରରେ ପାଣି ଜମିଥିବା ଭିଡିଓ ସହ ରିଜିଜୁଙ୍କୁ କଟାକ୍ଷ କରିଛି। ଦଳ ପକ୍ଷରୁ ‘ଏଠାକାର ଖିଲାଡ଼ି କିରେନ୍ ରିଜିଜୁ, ଆଉ ଗୋଟିଏ ରିଲ୍ ପ୍ଲିଜ୍’ ବୋଲି ଟିପ୍ପଣୀ କରାଯାଇଛି।
କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ କଟାକ୍ଷ କରିଛି। ନୂଆ ସଂସଦ ଭବନକୁ ‘ଇନ୍ଡୋର ୱାଟର ପାର୍କ’ରେ ପରିଣତ କରାଯାଇଥିବା ଭଳି ବ୍ୟଙ୍ଗ କରିଛି ଦଳ।
କଂଗ୍ରେସ କହିଛି ଯେ ମନ୍ତ୍ରୀମାନେ ଅରୁଣାଚଳ ପ୍ରଦେଶ ଯାଇ ରିଲ୍ ତିଆରି କରିବା ପାଇଁ ଟିକସଦାତାଙ୍କ ଟଙ୍କା ଖର୍ଚ୍ଚ ନକରି, ସଂସଦ ପରିସରରେ ହିଁ ପହଁରିବା ଓ ଡାଇଭିଂର ରିଲ୍ ତିଆରି କରିପାରିବେ ବୋଲି କଟାକ୍ଷ କରିଛି।
ଅଗଷ୍ଟ ୨୩ରେ ରିଜିଜୁ ଅରୁଣାଚଳ ପ୍ରଦେଶର ଏକ ନଦୀରେ ପହଁରୁଥିବା ଭିଡିଓ ଶେୟାର କରିଥିଲେ। ଭିଡିଓରେ ସେ ନଦୀରେ ଡାଇଭ୍ ମାରିବା ସହ ବିଭିନ୍ନ ପ୍ରକାରର ସ୍ୱିମିଂ ଷ୍ଟ୍ରୋକ୍ ଦେଖାଇଥିଲେ।
ସେ ଲୋକଙ୍କୁ ଗଭୀର ପାଣିରେ ନଯିବାକୁ ମଧ୍ୟ ସତର୍କ କରିଥିଲେ। ବିଶେଷକରି ପହଁରିବା ଜାଣିନଥିଲେ ଗଭୀର ପାଣିକୁ ନଯିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଭଲ ପ୍ରତିକ୍ରିୟା ମିଳିଥିବା ରିପୋର୍ଟରେ କୁହାଯାଇଛି।
୬୯ ଜଣଙ୍କ ମୃତ୍ୟୁ ପରେ ମନ୍ତ୍ରୀଙ୍କ ଇସ୍ତଫା ସ୍ପେନ୍&zw...
ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘King’ ରିଲିଜ...
ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ‘ମୁରାସୁ’ ଆନ...
ବାତ୍ୟା ‘ମୁରାସୁ’ର ପ୍ରଭାବରେ ଓଡ଼ିଶାର ବିଭି...
ନୂଆଦିଲ୍ଲୀ: ମହାକାଶରେ ୨୨ ବର୍ଷ ଧରି କାର୍ଯ୍ୟ କରିବା ପରେ...
ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ବୈଠ...
ବାତ୍ୟା ‘ମୁରାସୁ’ ପ୍ରଭାବରେ ବଢ଼ିବ ବର୍ଷା...
ଅବସର ପରେ ଆର୍ଥିକ ସୁରକ୍ଷାକୁ ଅଧିକ ସହଜ କରିବା ଲକ୍ଷ୍ୟରେ...