ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ପୁଲିସ କର୍ମଚାରୀଙ୍କ ସୁରକ୍ଷା ପାଇଁକମିଶନରେଟ୍ ପୁଲିସ ଆଣିଛି ନୂଆ ବ୍ୟବସ୍ଥା।ଏଣିକି ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ କାନ୍ଧରେ ଲାଗିବ ଫ୍ଲିକରିଂ ଲାଇଟ୍। ବିଶେଷକରି ରାତି ଓ କମ୍ ଆଲୋକ ଥିବା ସମୟରେ ପୁଲିସ କର୍ମଚାରୀଙ୍କୁ ସହଜରେ ଚିହ୍ନିବାରେ ଏହି ଲାଇଟ୍ ସହାୟକ ହେବ।
ଟ୍ରାଫିକ୍ ପରିଚାଳନା ସମୟରେ ରାସ୍ତାରେ ଥିବା ପୁଲିସ କର୍ମଚାରୀଙ୍କୁ ଗାଡ଼ି ଚାଳକମାନେ ଦୂରରୁ ଦେଖିପାରିବେ। ଫଳରେ ଦ୍ରୁତ ଗତିରେ ଆସୁଥିବା ଗାଡ଼ିଗୁଡ଼ିକୁ ସତର୍କ କରିବା ସହ ପୁଲିସ କର୍ମଚାରୀଙ୍କ ସୁରକ୍ଷା ମଧ୍ୟ ବଢ଼ିବ ବୋଲି ଆଶା କରାଯାଉଛି।
ଏହି ସ୍ମାର୍ଟ ଲାଇଟିଂ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛିରାତିରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କ ଦୃଶ୍ୟମାନତା ବଢ଼ାଇବା।
କମିଶନରେଟ୍ ପୁଲିସ ଅନୁସାରେ, ରାସ୍ତାରେ ପୁଲିସ କର୍ମଚାରୀ ଉପସ୍ଥିତ ଥିବା କଥା ଗାଡ଼ି ଚାଳକମାନେ ଆଗୁଆ ଜାଣିପାରିଲେ ଦୁର୍ଘଟଣାର ଆଶଙ୍କା କମିପାରିବ। ଏହା ସହ ଟ୍ରାଫିକ୍ ପରିଚାଳନା ଓ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବାରେ ମଧ୍ୟ ସୁବିଧା ହେବ।
ପୁଲିସ କମିଶନରଏସ୍. ଦେବ ଦତ୍ତ ସିଂହକହିଛନ୍ତି ଯେ, କୌଣସି ସ୍ଥାନରେ ପୁଲିସ କର୍ମଚାରୀ ଉପସ୍ଥିତ ଥିବା କଥା ଲୋକେ ସହଜରେ ଜାଣିପାରିବେ। ଏହା ଲୋକଙ୍କୁ ସୁରକ୍ଷାର ଅନୁଭବ ଦେବା ସହ ରାସ୍ତାରେ ଡ୍ୟୁଟି କରୁଥିବା ପୁଲିସଙ୍କ ସୁରକ୍ଷା ସୁନିଶ୍ଚିତ କରିବ।
କେବଳ ଟ୍ରାଫିକ୍ ପୁଲିସ ନୁହେଁ,ରାତିରେ ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀମାନେ ମଧ୍ୟ ଏହି ଫ୍ଲିକରିଂ ଲାଇଟ୍ ପିନ୍ଧିବେ।
ଏହା ଦ୍ୱାରା ରାତିରେ ରାସ୍ତାରେ ପୁଲିସଙ୍କ ଉପସ୍ଥିତି ଅଧିକ ସ୍ପଷ୍ଟ ହେବା ସହ ଟ୍ରାଫିକ୍ ନିୟନ୍ତ୍ରଣ ଓ ରୋଡ୍ ସେଫ୍ଟିକୁ ଆହୁରି ମଜବୁତ କରିବାରେ ସହାୟତା ମିଳିବ।
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...