ପୁରୀ ଜିଲ୍ଲାର ସତଶଙ୍ଖ ଅଞ୍ଚଳ ଅନ୍ତର୍ଗତ ଅର୍ଜୁନସିଂହପୁର ଗାଁରେ ଏକ ନାଗସାପ ଓ ତାହାର ୧୬ଟି ଅଣ୍ଡା ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର କିଛି ଶ୍ରମିକ ପଥର ଗଦା ହଟାଉଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।
ସୂଚନା ଅନୁସାରେ, ଘର ପଛପଟେ ଥିବା ପଥର ଗଦାକୁ ହଟାଇବା ସମୟରେ ଶ୍ରମିକମାନେ ତଳେ ଏକ ସାପ ଲୁଚି ରହିଥିବା ଦେଖିଥିଲେ। ଏହା ଦେଖି ସେମାନେ ଭୟଭୀତ ହୋଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ତଦନ୍ତ କରିବାରୁ ପଥର ଗଦା ଭିତରେ ଧଳା ରଙ୍ଗର ଅନେକ ସାପ ଅଣ୍ଡା ମଧ୍ୟ ରହିଥିବା ଜଣାପଡ଼ିଥିଲା।
ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ତୁରନ୍ତ ସ୍ନେକ୍ ହେଲ୍ପଲାଇନ୍କୁ ସୂଚନା ଦେଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଗ୍ରାମର ବାସିନ୍ଦା ନରହରି ବିଶ୍ୱାଳ କହିଛନ୍ତି ଯେ, ଘର ପଛପଟରୁ ପଥର ହଟାଇବା ବେଳେ ସେମାନେ ଏକ ନାଗସାପ ଓ ତାହାର ଅଣ୍ଡା ଦେଖିଥିଲେ। ପରେ ସ୍ନେକ୍ ହେଲ୍ପଲାଇନ୍କୁ ଡାକି ସୁରକ୍ଷିତ ଭାବେ ସାପ ଓ ଅଣ୍ଡାଗୁଡ଼ିକୁ ଉଦ୍ଧାର କରାଯାଇଥିଲା।
ଉଦ୍ଧାରକାରୀ ଦଳ ପଥର ଗଦା ନିକଟରୁ ପୂର୍ବରୁ ଫୁଟି ବାହାରିଥିବା କିଛି ଅଣ୍ଡାର ଖୋଳ ମଧ୍ୟ ଜବତ କରିଥିଲେ। ଉଦ୍ଧାର ହୋଇଥିବା ନାଗସାପକୁ ପରେ ତାହାର ପ୍ରାକୃତିକ ବାସସ୍ଥାନରେ ଛାଡ଼ି ଦିଆଯାଇଥିଲା। ଅନ୍ୟପକ୍ଷରେ ଅବଶିଷ୍ଟ ଅଣ୍ଡାଗୁଡ଼ିକୁ କୃତ୍ରିମ ଉଷ୍ମାୟନ (Artificial Incubation) ପାଇଁ ସଂରକ୍ଷିତ ରଖାଯାଇଛି।
ସ୍ନେକ୍ ହେଲ୍ପଲାଇନ୍ର ସାଧାରଣ ସମ୍ପାଦକ ଶୁଭେନ୍ଦୁମଲ୍ଲିକ ଲୋକମାନଙ୍କୁ ନିଜ ଘର ଓ ପରିବେଶକୁ ସଫା-ସୁତରା ରଖିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ସାପମାନେ ପଥର ତଳେ ଲୁଚି ରହିବାକୁ ସୁରକ୍ଷିତ ମନେ କରନ୍ତି, ତେଣୁ ଏପରି ଘଟଣା ଯେକୌଣସି ସ୍ଥାନରେ ଘଟିପାରେ। ଏହା ସମସ୍ତଙ୍କ ପାଇଁ ସଚେତନତାର ବାର୍ତ୍ତା ବୋଲି ସେ କହିଛନ୍ତି।
ଇରାନର ଦକ୍ଷିଣ ଅଞ୍ଚଳର କୁହେସ୍ତାକ ସହରରେ ମଙ୍ଗଳବାର ଏକ ବି...
ପାଞ୍ଚଥରର ବିଶ୍ୱ ଚେସ୍ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍ ଚେ...
ଆମେରିକାର Federal Bureau of Investigation (FBI) ମଞ୍...
କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍ରେ ଅଭିଷେକ ବାନାର୍ଜୀଙ୍କ ଅଫ...
ବିରୋଧୀ ଦଳ ନେତା ତଥା ବିଦ୍ରୋହୀ ଟିଏମ୍ସି ନେତା ରିତବ୍ରତ ବ...
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ RG କର ହସ୍ପିଟାଲ...
ରୁଷିଆର ସାରାତୋଭ ଅଞ୍ଚଳର ଏଙ୍ଗେଲ୍ସ ସହରରେ ଜଣେ ସେନା ଅଧିକ...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...
ଟେନିସ୍ କୋର୍ଟରେ ନିଜର ଆକ୍ରୋବାଟିକ୍ ଖେଳ ଓ ଅନନ୍ୟ ଶୈଳୀ ପ...
ହର୍ମୁଜ୍ ପ୍ରଣାଳୀରେ ନୌଚଳାଚଳର ସ୍ୱାଧୀନତାକୁ ସମର୍ଥନ କରିବ...
ଭାରତୀୟ କ୍ରିକେଟ୍‌ ଟିମ୍‌ ପ୍ରଥମଥର ପାଇଁ ଜାପା...