ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପ୍ରସ୍ତାବିତ GMDC କୋଇଲା ଖଣି ଖନନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଖଣି ଖନନ ପାଇଁ ମେସିନ୍ ନେଇ ପହଞ୍ଚିଥିବା ବେଳେ ୬ଟି ଗାଁର ଲୋକ ଏହାକୁ ବିରୋଧ କରି JCB ଆଗରେ ଛିଡ଼ାହୋଇ ପ୍ରତିବାଦ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଖଣି ପାଇଁ ଜମି ନିଆଯାଉଥିଲେ ମଧ୍ୟ ଅନେକ କ୍ଷତିଗ୍ରସ୍ତ ପରିବାରଙ୍କୁ ଏପର୍ଯ୍ୟନ୍ତ ଉପଯୁକ୍ତ କ୍ଷତିପୂରଣ ମିଳିନାହିଁ। ନିଯୁକ୍ତି ଓ ଥଇଥାନ ଭଳି ଦାବି ମଧ୍ୟ ପୂରଣ ହୋଇନଥିବା ସେମାନେ କହିଛନ୍ତି।
ସୂଚନା ଅନୁସାରେ, ପ୍ରାୟ ୩୦୦ ହେକ୍ଟର ଜମିର ମାଲିକଙ୍କୁ ଟଙ୍କା ଦିଆଯାଇଥିବା ବେଳେ ଆହୁରି ପ୍ରାୟ ୮୦୦ ହେକ୍ଟର ଜମି ସହ ଘର ଓ ଗଛର କ୍ଷତିପୂରଣ ଦିଆଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କ୍ଷତିଗ୍ରସ୍ତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ଗ୍ରାମବାସୀଙ୍କ ଦାବି, ଖଣି ଖନନ ଆରମ୍ଭ ପୂର୍ବରୁ ଖଣି ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ। ଏଥିସହ କ୍ଷତିଗ୍ରସ୍ତ ପରିବାରଙ୍କୁ ନିଯୁକ୍ତି ଓ ଥଇଥାନ ସୁବିଧା ଦିଆଯିବା ପରେ ହିଁ ଖଣି ଖନନ ଆରମ୍ଭ କରାଯାଉ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଖଣି ଖନନକୁ ବିରୋଧ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି।
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...