ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ। ରୁଷରେ ଆୟୋଜିତ **‘Russian Grand Sand Master Cup 2026’**ରେ ବିଜୟୀ ହୋଇ ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁଦର୍ଶନ ପଟ୍ଟନାୟକ ବିଶ୍ୱ ଦରବାରରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ପରିଚିତ କରାଇବାରେ ଅପୂର୍ବ ଅବଦାନ ରଖିଆସୁଛନ୍ତି। ତାଙ୍କ ସଫଳତା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି।
ଏହି ସାକ୍ଷାତକାର ସମୟରେ ପୁରୀର କଳା, ପର୍ଯ୍ୟଟନ ଓ ବିଭିନ୍ନ ଉନ୍ନତିମୂଳକ ପ୍ରସଙ୍ଗ ଉପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ କୁନି କୁନି ପିଲାମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ। ପିଲାମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ।
ରୁଷରେ ମିଳିଥିବା ଏହି ଆନ୍ତର୍ଜାତୀୟ ସଫଳତା ସହ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁଣିଥରେ ବିଶ୍ୱ ମଞ୍ଚରେ ଓଡ଼ିଶାର କଳା ଐତିହ୍ୟକୁ ଗୌରବାନ୍ୱିତ କରିଛନ୍ତି।
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...