ସମ୍ବଲପୁର: ଦେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହୋଇଥିବା ମହାବଳ ବାଘକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ବାଘଟି ଛତିଶଗଡ଼ରୁ ଓଡ଼ିଶାକୁ ଆସିଥିବା ନେଇ ପ୍ରମାଣ ମିଳିଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ଏହି ବାଘର ପରିଚୟ ସ୍ପଷ୍ଟ କରିଛି। ଏହା ୨୦୨୫ ମସିହାରେ ଛତିଶଗଡ଼ର ଉଦନ୍ତି-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ଦେଖାଯାଇଥିବା ସେହି ଅଣ୍ଡିରା ବାଘ ବୋଲି ଜଣାପଡ଼ିଛି।
ନଭେମ୍ବର ୯ ତାରିଖରେ ପ୍ରଥମ ଥର ପାଇଁ ଦେବ୍ରିଗଡ଼ ଅଭୟାରଣ୍ୟରେ ଏହି ବାଘଟି କ୍ୟାମେରାରେ କଏଦ ହୋଇଥିଲା। ଏହାପରେ ବନ ବିଭାଗ ପକ୍ଷରୁ ବାଘର ପୂର୍ବ ଗତିବିଧି ଓ ଉତ୍ପତ୍ତି ସମ୍ପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଥିଲା।
ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିଥିବା ପୁରୁଣା କ୍ୟାମେରା-ଟ୍ରାପ୍ ଫଟୋ ସହ ଦେବ୍ରିଗଡ଼ରେ କଏଦ ହୋଇଥିବା ଫଟୋକୁ ତୁଳନା କରାଯାଇଥିଲା। ବାଘର ଶରୀରରେ ଥିବା ସ୍ୱତନ୍ତ୍ର ପଟା ଚିହ୍ନ (Stripe Pattern) ମେଳ କରି ଉଭୟ ଫଟୋରେ ଥିବା ବାଘ ଗୋଟିଏ ବୋଲି ନିଶ୍ଚିତ କରାଯାଇଛି।
ମିଳିଥିବା ତଥ୍ୟ ଅନୁସାରେ, ବାଘଟି ପ୍ରଥମେ ଛତିଶଗଡ଼ର ଉଦନ୍ତି-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ଥିଲା। ସେଠାରୁ ବାହାରି ବର୍ଣ୍ଣୱାପାରା ବନ୍ୟପ୍ରାଣୀ ଅଭୟାରଣ୍ୟ ଦେଇ ଓଡ଼ିଶାର ଦେବ୍ରିଗଡ଼କୁ ପହଞ୍ଚିଥିବା ଜଣାପଡ଼ିଛି।
୨୦୨୫ରେ ଉଦନ୍ତି-ସୀତାନଦୀ ଅଞ୍ଚଳରେ ପ୍ରାୟ ୬ ମାସ ଧରି ଏହି ବାଘର ଗତିବିଧି କ୍ୟାମେରା ଟ୍ରାପ୍ରେ ରେକର୍ଡ ହୋଇଥିଲା। ବନ ବିଭାଗର ଆକଳନ ଅନୁସାରେ, ଏହି ଅଣ୍ଡିରା ମହାବଳ ବାଘର ବୟସ ପ୍ରାୟ ୫ ବର୍ଷ।
ବାଘଟିର ପୂର୍ବ ଗତିବିଧି ସମ୍ପର୍କରେ ଆହୁରି ତଥ୍ୟ ଜାଣିବା ପାଇଁ ଦେବ୍ରିଗଡ଼ ଅଭୟାରଣ୍ୟ କର୍ତ୍ତୃପକ୍ଷ NTCAର ସହାୟତା ଲୋଡ଼ିଥିଲେ। ଏବେ ମିଳିଥିବା ତଥ୍ୟ ବାଘଟିର ଛତିଶଗଡ଼ରେ ରହଣି ଓ ଓଡ଼ିଶା ଆଗମନକୁ ସ୍ପଷ୍ଟ କରିଛି।
ତେବେ ବାଘଟି ଛତିଶଗଡ଼ରେ ପହଞ୍ଚିବା ପୂର୍ବରୁ କେଉଁ ଅଞ୍ଚଳରୁ ଆସିଥିଲା, ସେନେଇ ଅଧିକ ତଥ୍ୟ ମିଳିନାହିଁ। ମହାରାଷ୍ଟ୍ରରୁ ଏହାର ଯାତ୍ରା ଆରମ୍ଭ ହୋଇଥାଇପାରେ ବୋଲି ବନ ଅଧିକାରୀମାନେ ସନ୍ଦେହ କରୁଛନ୍ତି। କିନ୍ତୁ ଏହାକୁ ସମର୍ଥନ କରିବା ପାଇଁ ଏପର୍ଯ୍ୟନ୍ତ କ୍ୟାମେରା ଟ୍ରାପ୍ରୁ କୌଣସି ପ୍ରମାଣ ମିଳିନାହିଁ।
ଦେବ୍ରିଗଡ଼ରେ ବାଘର ଉପସ୍ଥିତି ଓ ଏହାର ଯାତ୍ରାପଥ ସମ୍ପର୍କିତ ତଥ୍ୟ ମଧ୍ୟ ଭାରତର ବିଭିନ୍ନ ଜଙ୍ଗଲ ଅଞ୍ଚଳ ମଧ୍ୟରେ ବନ୍ୟପ୍ରାଣୀଙ୍କ ଗତିବିଧି ବୁଝିବାରେ ସହାୟକ ହେବ।
ପ୍ରକାଶ ପାଇଲା ICSI CSEET ଅକ୍ଟୋବର ୨୦୨୬ ରେଜଲ୍ଟ ନୂଆ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ଡେରାଡୁନ୍: ରାଜନୀତିରେ କେବଳ ପ୍ରତିପକ୍ଷର ଦୁର୍ବଳତା ଜାଣିଲ...
ନୂଆଦିଲ୍ଲୀ:ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)...
QS ସଷ୍ଟେନେବିଲିଟି ରାଙ୍କିଂରେ IIT ଦିଲ୍ଲୀ ଭାରତର ନମ୍ବର-...
ନୂଆଦିଲ୍ଲୀ: ଦେଶର ପ୍ରମୁଖ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ I...
ନୂଆଦିଲ୍ଲୀ:ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ନିଜର ରଣନୀତ...
ପ୍ରଦୂଷଣ ଯୋଗୁଁ ବଦଳୁଛି ଚାକିରି ଓ ରହଣିର ଠିକଣା? ନୂଆଦ...