ମଥୁରା: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ମଥୁରାରୁ ଏକ ବଡ଼ ରାଜନୈତିକ ବାର୍ତ୍ତା ଦେଇଛି ବିଜେପି। ଦଳର ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, “ଅଯୋଧ୍ୟା ହମାରୀ, ଅବ ମଥୁରା କି ବାରୀ”। ଅର୍ଥାତ୍ ଅଯୋଧ୍ୟା ପରେ ଏବେ ମଥୁରାର ପାଳି।
ଏହି ବୟାନ ମାଧ୍ୟମରେ ୨୦୨୭ ନିର୍ବାଚନରେ କୃଷ୍ଣ ଜନ୍ମଭୂମି ପ୍ରସଙ୍ଗକୁ ବିଜେପି ଗୁରୁତ୍ୱ ଦେବାକୁ ଯାଉଥିବା ସଙ୍କେତ ମିଳିଛି। ମଥୁରାରେ ଦଳର ଦୁଇଦିନିଆ ଚିନ୍ତନ ବୈଠକ ଆରମ୍ଭ ହୋଇଥିବାବେଳେ ଏଥିରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।
ମଥୁରାରେ ଥିବା କୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦ ପ୍ରାୟ ୧୩.୩୭ ଏକର ଜମିକୁ ନେଇ ରହିଛି। ହିନ୍ଦୁ ପକ୍ଷର ବିଶ୍ୱାସ ଅନୁସାରେ ଏହା ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ। ବିବାଦୀୟ ସ୍ଥାନରେ କୃଷ୍ଣ ଜନ୍ମସ୍ଥାନ ମନ୍ଦିର ପାଖରେ ଶାହି ଇଦଗାହ ମସଜିଦ ରହିଛି।
ମଥୁରାରେ ସାମ୍ବାଦିକ ସମ୍ମିଳନୀ କରି କେଶବ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ବିଜେପି ସହ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ 'କାରସେବା'ରେ ସାମିଲ ହେବାକୁ ସେ ଅଖିଳେଶଙ୍କୁ କହିଛନ୍ତି।
ଆହୁରି ପଢନ୍ତୁ: ୧୦ ବର୍ଷ ହେଲା କ୍ଷମତାରୁ ଦୂରରେ କଂଗ୍ରେସ! ୨୦୨୭ରେ ଉତ୍ତରାଖଣ୍ଡ ଦଖଲ ପାଇଁ ରାସ୍ତା ଏତେ ସହଜ ନୁହେଁ
ମଥୁରାର ବିଜେପି ସାଂସଦ ହେମା ମାଳିନୀ ମଧ୍ୟ ଶ୍ରୀକୃଷ୍ଣ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଜର ମତ ରଖିଛନ୍ତି। ଅଯୋଧ୍ୟାରେ ଯେପରି ରାମ ମନ୍ଦିର ନିର୍ମାଣ ହୋଇଛି, ସେହିପରି ମଥୁରାରେ ମଧ୍ୟ ଶ୍ରୀକୃଷ୍ଣ ଜନ୍ମଭୂମିର ଉଚିତ୍ ଢଙ୍ଗରେ ନିର୍ମାଣ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
ମଥୁରାରେ ଆରମ୍ଭ ହୋଇଥିବା ବିଜେପିର ବୈଠକକୁ ସ୍ୱାଗତ କରି ମୌର୍ଯ୍ୟ କହିଛନ୍ତି ଯେ, ସୋମବାର ଅନୁଷ୍ଠିତ ଯୋଜନା ବୈଠକରେ ଦଳର ୫୪ ଜଣ ନେତା ଯୋଗ ଦେଇଥିଲେ। ମଙ୍ଗଳବାର ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ମଧ୍ୟ ଏହି ବୈଠକରେ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି।
ମଥୁରାରୁ ନିର୍ବାଚନୀ ବାର୍ତ୍ତା ଦେଇ କେଶବ ପ୍ରସାଦ ମୌର୍ଯ୍ୟ ଦାବି କରିଛନ୍ତି ଯେ, ୨୦୨୭ରେ ବିଜେପି ଉତ୍ତରପ୍ରଦେଶରେ ଲଗାତାର ତୃତୀୟ ଥର ସରକାର ଗଠନ କରିବ। ଏଥର ଦଳକୁ ବିପୁଳ ଜନସମର୍ଥନ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
୨୦୧୭ରେ ବିଜେପି ସରକାର ଗଠନ କରିବା ପରଠାରୁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିରେ ସୁଧାର ଆସିଥିବା ମୌର୍ଯ୍ୟ କହିଛନ୍ତି। ଏହାସହ ଉତ୍ତରପ୍ରଦେଶକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ବିଜେପିର ମୁଖ୍ୟ ଲକ୍ଷ୍ୟ ବୋଲି ସେ ଦାବି କରିଛନ୍ତି।
ମୌର୍ଯ୍ୟଙ୍କ ଦାବି ଅନୁସାରେ, ଉତ୍ତରପ୍ରଦେଶର ପ୍ରାୟ ୬୦ ପ୍ରତିଶତ ଭୋଟ୍ ବିଜେପିର ରହିଛି। ଅବଶିଷ୍ଟ ୪୦ ପ୍ରତିଶତ ଭୋଟ୍ ବିଭିନ୍ନ ଦଳ ଓ ଗୋଷ୍ଠୀ ମଧ୍ୟରେ ବଣ୍ଟା ହୋଇଛି। ସେହି ୪୦ ପ୍ରତିଶତ ଭୋଟ୍ରୁ ମଧ୍ୟ ବିଜେପିର ଏକ ବଡ଼ ଅଂଶ ରହିଛି ବୋଲି ସେ କହିଛନ୍ତି।
୨୦୨୭ ନିର୍ବାଚନ ପାଇଁ ବିଜେପି କେବଳ ମନ୍ଦିର ପ୍ରସଙ୍ଗ ନୁହେଁ, ବରଂ ବିକାଶ, ଜନକଲ୍ୟାଣକାରୀ ଯୋଜନା ଓ ଆଇନଶୃଙ୍ଖଳାକୁ ମଧ୍ୟ ନିଜର ମୁଖ୍ୟ ନିର୍ବାଚନୀ ମୁଦ୍ଦା ଭାବେ ଉପସ୍ଥାପନ କରୁଛି।
ମଥୁରାରୁ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଏହି ବୟାନ ରାଜ୍ୟର ଆଗାମୀ ନିର୍ବାଚନୀ ରାଜନୀତିରେ କୃଷ୍ଣ ଜନ୍ମଭୂମି ପ୍ରସଙ୍ଗକୁ ଆହୁରି ଗୁରୁତ୍ୱ ଦେଇପାରେ। ଏବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ କିଭଳି ପ୍ରତିକ୍ରିୟା ରଖୁଛନ୍ତି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।
ଆହୁରି ପଢନ୍ତୁ: ୧୦ ବର୍ଷ ହେଲା କ୍ଷମତାରୁ ଦୂରରେ କଂଗ୍ରେସ! ୨୦୨୭ରେ ଉତ୍ତରାଖଣ୍ଡ ଦଖଲ ପାଇଁ ରାସ୍ତା ଏତେ ସହଜ ନୁହେଁ
Microsoft ଆଉଟେଜ୍ ପରେ ଆମେରିକାର ବ୍ୟାଙ୍କିଂ ସେବାରେ ବଡ଼...
Microsoftରେ H-1B ଭିସା ମିଳିଲାନି, ଭାରତ ଫେରି ଗଢ଼ିଲେ S...
ସମ୍ବଲପୁର: ଖରିଫ ଧାନ ଅମଳ ଆରମ୍ଭ ହୋଇଗଲାଣି। କ୍ଷେତରୁ ଧାନ...
ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ଅକଭାନ୍...
Videocon ଦେବାଳିଆ ପ୍ରକ୍ରିୟାରେ ପୁଣି ବିଳମ୍ବ, ୨,୯୬୨ କୋ...
LTCG ଟ୍ୟାକ୍ସ ହ୍ରାସ ଦାବି ଉପରେ ବିଚାର କରିବେ ସରକାର! ବଜ...
ଭାସ୍କର ରାଓଙ୍କୁ ପୁଣି ଝଟକା, ଜାମିନ ଆବେଦନ ଖାରଜ ରାୟଗ...
ରାମ୍ପ୍‌ରେ ଓଡ଼ିଶାର ଇକତ୍‌ ଶାଢ଼ିର ଜଲୱା ଭ...