SIR ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନଙ୍କୁ ଘେରିଲା INDIA ମେଣ୍ଟ, ବିହାର ଓ ପଶ୍ଚିମବଙ୍ଗ ନିର୍ବାଚନର ବୈଧତା ଉପରେ ଉଠାଇଲା ପ୍ରଶ୍ନ

SIR (Special Intensive Revision) ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛି INDIA ମେଣ୍ଟ । ବିରୋଧୀ ଦଳଗୁଡ଼ିକ କହିଛନ୍ତି, ଏବେ ନିଆଯାଇଥିବା ସଂଶୋଧନମୂଳକ ପଦକ୍ଷେପ ବିହାର ଓ ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନର ବୈଧତା ଉପରେ ପ୍ରଶ୍ନ ଉଠାଉଛି। ଅନେକ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ନେଇ ମଧ୍ୟ ମେଣ୍ଟ ଚିନ୍ତା ପ୍ରକାଶ କରିଛି।
INDIA bloc questions Election Commission's SIR remedial measures in Supreme Court
INDIA bloc questions Election Commission's SIR remedial measures in Supreme Court

ନୂଆଦିଲ୍ଲୀ:ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନଙ୍କ ଅଡୁଆ ବଢ଼ିଛି। ନିର୍ବାଚନ କମିଶନ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛି ବିରୋଧୀ INDIA ମେଣ୍ଟ । ସୋମବାର ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ଜବାବୀ ସତ୍ୟପାଠ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମେଣ୍ଟର ସଦସ୍ୟମାନେ ।

ବିରୋଧୀ ଦଳଗୁଡ଼ିକ ଯୁକ୍ତି ଦର୍ଶାଇଛନ୍ତି ଯେ, SIR ପ୍ରକ୍ରିୟାରେ ଏବେ ଯେଉଁ ସଂଶୋଧନମୂଳକ ପଦକ୍ଷେପ ନିଆଯାଉଛି, ତାହା ବିହାର ଓ ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନର ବୈଧତା ଉପରେ ଗୁରୁତର ପ୍ରଶ୍ନ ଉଠାଉଛି। କାରଣ, ଏହି ଦୁଇ ରାଜ୍ୟରେ ସମାନ ପ୍ରକାରର ସଂଶୋଧନମୂଳକ ପଦକ୍ଷେପ ନିଆଯାଇନଥିଲା। ଫଳରେ ବହୁ ସଂଖ୍ୟକ ଭୋଟର ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଅଭିଯୋଗ କରିଛି INDIA ମେଣ୍ଟ ।

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆବେଦନକାରୀମାନେ କହିଛନ୍ତି ଯେ, ସୁପ୍ରିମକୋର୍ଟ SIR ପ୍ରକ୍ରିୟାର ଯାଞ୍ଚ ଆରମ୍ଭ କରିବା ଏବଂ ନଭେମ୍ବର ୧୧ ତାରିଖରେ ଚିଠି ଜାରି କରିବା ପରେ ହିଁ ନିର୍ବାଚନ କମିଶନ ଏକାଧିକ ସଂଶୋଧନମୂଳକ ପଦକ୍ଷେପ ନେଇଥିଲେ। ଏହା ପୂର୍ବରୁ କାହିଁକି ଏଭଳି ପଦକ୍ଷେପ ନିଆଯାଇନଥିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସେହିପରି ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ମଧ୍ୟରେ ସମସ୍ତ ନିଷ୍ପତ୍ତି ସହମତିରେ ହୋଇଥିବା ନେଇ ନିର୍ବାଚନ କମିଶନଙ୍କ ଦାବିକୁ ମଧ୍ୟ ଆବେଦନକାରୀମାନେ ପ୍ରଶ୍ନ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଏହି ସହମତି ସମ୍ପର୍କିତ ବୈଠକର କୌଣସି ବିବରଣୀ ବା ମିନିଟ୍ସ ସତ୍ୟପାଠ ସହ ସଂଲଗ୍ନ କରାଯାଇନାହିଁ।

ଏପରି ସ୍ଥିତିରେ କେବଳ ସମସ୍ତଙ୍କ ସହମତି ଥିଲା ବୋଲି କହିଦେଲେ ହେବ ନାହିଁ। ସୁପ୍ରିମକୋର୍ଟ ଏ ସମ୍ପର୍କିତ ରେକର୍ଡ ଯାଞ୍ଚ କରିବା ଉଚିତ ବୋଲି ଆବେଦନକାରୀମାନେ ଦାବି କରିଛନ୍ତି।

ଏହାସହ ଦୁଇ ନିର୍ବାଚନ କମିଶନର କ୍ୟାବିନେଟ୍ ସଚିବଙ୍କୁ ପଠାଇଥିବା ଚିଠି ପ୍ରସଙ୍ଗ ମଧ୍ୟ ଉଠାଇଛି INDIA ମେଣ୍ଟ। କମିଶନଙ୍କ ଜଣେ ଅତିରିକ୍ତ ସଚିବଙ୍କ ଦ୍ୱାରା ଜାରି କାର୍ଯ୍ୟ ବଣ୍ଟନ ଆଦେଶକୁ ନେଇ ଦୁଇ କମିଶନର ଆପତ୍ତି ଜଣାଇଥିଲେ। ଏହାକୁ କେବଳ ପ୍ରଶାସନିକ ମତଭେଦ ବୋଲି କହି ଏଡ଼ାଇ ଦେବା ଉଚିତ ନୁହେଁ ବୋଲି ବିରୋଧୀ ଦଳଗୁଡ଼ିକ କହିଛନ୍ତି।

ପଶ୍ଚିମବଙ୍ଗରେ ଭୋଟର ତାଲିକାରେ ନାମ ସାମିଲ କରିବା ପାଇଁ ନ୍ୟାୟିକ ଅଧିକାରୀଙ୍କ ନିଷ୍ପତ୍ତି ବିରୋଧରେ ୧୬.୧ ଲକ୍ଷ ଅପିଲ୍ ଦାଖଲ ହୋଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛି INDIA ମେଣ୍ଟ। ଏତେ ସଂଖ୍ୟକ ଅପିଲ୍ ଦାଖଲ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ନିଜ ସଦସ୍ୟମାନଙ୍କୁ ଜଣାଯାଇନଥିବା ଦାବି କରିଛନ୍ତି ଆବେଦନକାରୀମାନେ ।

ଏହି ସମସ୍ତ ପ୍ରସଙ୍ଗକୁ ନେଇ ଏବେ ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ଭୂମିକା ଏବଂ SIR ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଚର୍ଚ୍ଚା ଜୋର ଧରିଛି।

LIVE TV
LIVE
Latest News
ସନ୍ତାନ ନଥିବାରୁ ଅପମାନ କରୁଥିଲେ ସ୍ୱାମୀ! ଘରୋଇ କଳହରୁ ଉଗ୍ର ରୂପ, ସ୍ୱାମୀଙ୍କୁ ଛୁରି ଭୁସି ହତ୍ୟା ଅଭିଯୋଗରେ ସ୍ତ୍ରୀ ଗିରଫ

ସନ୍ତାନ ନଥିବାରୁ ଅପମାନ କରୁଥିଲେ ସ୍ୱାମୀ! ଘରୋଇ...

ବେଙ୍ଗାଲୁରୁ: ସନ୍ତାନ ନଥିବା କଥାକୁ ନେଇ ବାରମ୍ବାର ଅପମାନ...

IIT ଆଶାୟୀଙ୍କ ପାଇଁ ବଡ଼ ଖବର! ମେ’ ୨୩ରେ JEE Advanced 2027 ପରୀକ୍ଷା, ଲଞ୍ଚ ହେଲା ଅଫିସିଆଲ୍‌ ୱେବସାଇଟ୍‌

IIT ଆଶାୟୀଙ୍କ ପାଇଁ ବଡ଼ ଖବର! ମେ’...

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ I...

QS ସଷ୍ଟେନେବିଲିଟି ରାଙ୍କିଂ ୨୦୨୭: ଭାରତରେ ଆଗରେ IIT ଦିଲ୍ଲୀ, ବିଶ୍ୱରେ ୧୯୪ତମ ସ୍ଥାନ; ଟପ୍-୫୦୦ରେ ୧୩ ଭାରତୀୟ ଅନୁଷ୍ଠାନ

QS ସଷ୍ଟେନେବିଲିଟି ରାଙ୍କିଂ ୨୦୨୭: ଭାରତରେ ଆଗରେ...

QS ସଷ୍ଟେନେବିଲିଟି ରାଙ୍କିଂରେ IIT ଦିଲ୍ଲୀ ଭାରତର ନମ୍ବର-...

ଉତ୍ତର ଭାରତର ବିଷାକ୍ତ ପବନ ଭୟ! ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଦକ୍ଷିଣ ଭାରତ ମୁହାଁ ହେଉଛନ୍ତି ଶିକ୍ଷାବିତ୍!

ଉତ୍ତର ଭାରତର ବିଷାକ୍ତ ପବନ ଭୟ! ପିଲାଙ୍କ...

ପ୍ରଦୂଷଣ ଯୋଗୁଁ ବଦଳୁଛି ଚାକିରି ଓ ରହଣିର ଠିକଣା? ନୂଆଦ...

BCCI ଅଣ୍ଡର-୧୯ ମହିଳା କ୍ରିକେଟ୍‌ ଖେଳାଳି ନନ୍ଦିନୀଙ୍କ ମୃତ୍ୟୁ! ଦୁଇ ଯୁବକଙ୍କ ନାଁରେ ହଇରାଣ କରିବା ଅଭିଯୋଗ, ତଦନ୍ତ ଆରମ୍ଭ କଲା ପୋଲିସ

BCCI ଅଣ୍ଡର-୧୯ ମହିଳା କ୍ରିକେଟ୍‌ ଖେଳାଳି ନନ୍ଦିନୀଙ୍କ...

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୭ ବର୍ଷୀୟା ଖେଳାଳିଙ...

ଥାଇଲ୍ୟାଣ୍ଡର ଫୁକେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ମୃତ, ୧୮ ଆହତ; ହୁତୁହୁତୁ ହୋଇ ଜଳିଗଲା ଏକାଧିକ କୋଠା

ଥାଇଲ୍ୟାଣ୍ଡର ଫୁକେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ମୃତ,...

ଥାଇଲ୍ୟାଣ୍ଡ: ପର୍ଯ୍ୟଟନସ୍ଥଳୀ ଫୁକେଟ୍ରେ ଭୟଙ୍କର ଅଗ୍ନିକାଣ...

ଡ୍ୟୁଟି ବେଳେ ନିଖୋଜ ହୋଇଥିଲେ ୨ ପୋଲିସ ଅଧିକାରୀ, ଜଙ୍ଗଲରୁ ମିଳିଲା ମୃତଦେହ! ଆତଙ୍କବାଦୀ ଆକ୍ରମଣ ସନ୍ଦେହ

ଡ୍ୟୁଟି ବେଳେ ନିଖୋଜ ହୋଇଥିଲେ ୨ ପୋଲିସ...

ପାଟ୍ରୋଲିଂ ଡ୍ୟୁଟିରୁ ନିଖୋଜ, ପରେ ମିଳିଲା ଦୁଇ SPOଙ୍କ ମୃ...

ICSI CSEET ଅକ୍ଟୋବର ୨୦୨୦୬ ରେଜଲ୍ଟ ପ୍ରକାଶ: ଭକ୍ତି ସଞ୍ଜୟ ଶାହ ହେଲେ ଟପ୍ପର, ଦେଖନ୍ତୁ ଟପ୍-୩ ତାଲିକା

ICSI CSEET ଅକ୍ଟୋବର ୨୦୨୦୬ ରେଜଲ୍ଟ ପ୍ରକାଶ:...

ପ୍ରକାଶ ପାଇଲା ICSI CSEET ଅକ୍ଟୋବର ୨୦୨୬ ରେଜଲ୍ଟ ନୂଆ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+