CBI investigates CGST bribery case in Balasore over GST refund corruption

ବାଲେଶ୍ୱର CGST କାର୍ଯ୍ୟାଳୟରେ ଲାଞ୍ଚ କାଣ୍ଡ: ଟଙ୍କା ନେଉଥିବାବେଳେ ଧରାପଡ଼ିଲେ କର୍ମଚାରୀ, ବଡ଼ ନେଟୱର୍କ ଖୋଜୁଛି CBI

ବାଲେଶ୍ୱର CGST କାର୍ଯ୍ୟାଳୟର ଜଣେ ଟେକ୍ନିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ GST ରିଫଣ୍ଡ ପାଇଁ ଲାଞ୍ଚ ନେଉଥିବାବେଳେ CBI ଦ୍ୱାରା ଧରାପଡ଼ିବା ପରେ ତଦନ୍ତ ବିସ୍ତାର କରାଯାଇଛି। ବଡ଼ ଦୁର୍ନୀତି ଚକ୍ର ସନ୍ଦେହରେ ଅନ୍ୟ ଅଧିକାରୀଙ୍କ ଭୂମିକା ମଧ୍ୟ ଖତିଆନ ହେଉଛି।

ବାଲେଶ୍ୱର CGST କାର୍ଯ୍ୟାଳୟରେ GST ରିଫଣ୍ଡ ପ୍ରକ୍ରିୟାକୁ ନେଇ ଲାଞ୍ଚ ଦୁର୍ନୀତିର ଏକ ଗୁରୁତର ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଜଣେ ଟେକ୍ନିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଓମ୍‌ ପ୍ରକାଶ ନାୟକଙ୍କୁ ଜଣେ ବ୍ୟବସାୟୀଙ୍କୁ ଠାରୁ 50,000 ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଙ୍ଗେହାତ ଧରିଛି।

ଅଭିଯୋଗ ଅନୁଯାୟୀ, ବ୍ୟବସାୟୀ ଜଣକ ପ୍ରାୟ 16 ଲକ୍ଷ ଟଙ୍କା ଅତିରିକ୍ତ GST ଦେଇଥିବାରୁ ରିଫଣ୍ଡ ପାଇଁ ଆବେଦନ କରିଥିଲେ। ଏହି ରିଫଣ୍ଡ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ପ୍ରଥମେ 80,000 ଟଙ୍କା ଲାଞ୍ଚ ଦାବି ହୋଇଥିବାବେଳେ ପରେ 50,000 ଟଙ୍କାରେ ସମ୍ମତି ହୋଇଥିଲା। ବ୍ୟବସାୟୀ ଲାଞ୍ଚ ଦେବାକୁ ଅସ୍ୱୀକାର କରିବା ପରେ ତାଙ୍କୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ରହିଛି।

CBIର 27 ସଦସ୍ୟୀୟ ଦଳ ଟ୍ରାପ୍‌ ଲଗାଇ ଅଭିଯୁକ୍ତଙ୍କୁ ଧରିଥିଲା। ପରେ ତାଙ୍କୁ ଭୁବନେଶ୍ୱରକୁ ଆଣି ଆହୁରି ପଚରାଉଚରା କରାଯାଉଛି।

ଏହି ଘଟଣା ପରେ ପ୍ରଶ୍ନ ଉଠିଛି ଯେ ଏତେ ବଡ଼ GST ରିଫଣ୍ଡ ପ୍ରକ୍ରିୟାରେ କେବଳ ଜଣେ କର୍ମଚାରୀ ଏକାକୀ ଭାବେ ଏପରି ପ୍ରଭାବ ପକାଇପାରିବେ କି? ତେଣୁ CBI ବଡ଼ ଦୁର୍ନୀତି ଚକ୍ର, ବରିଷ୍ଠ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କ ସଂପୃକ୍ତତା ନେଇ ତଦନ୍ତ ବିସ୍ତାର କରିଛି।

ଅଭିଯୁକ୍ତଙ୍କ ପୂର୍ବ ଅଭିଯୋଗ, ଆର୍ଥିକ ଲେନଦେନ, ସମ୍ପତ୍ତି ଓ ଅନ୍ୟାନ୍ୟ ରେକର୍ଡ ମଧ୍ୟ ଖତିଆନ ହେଉଛି। ଏହି ଘଟଣା ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ଓ ରିଫଣ୍ଡ ପ୍ରକ୍ରିୟାର ପାରଦର୍ଶିତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି।

Latest News
ଭାରତରେ ଗ୍ଲୋବାଲ୍ ବ୍ରାଣ୍ଡର ସ୍ୱାଦ ଓ ଗୁଣ କାହିଁକି ଅଲଗା? Fanta, Vaseline ଠାରୁ Head & Shoulders ପର୍ଯ୍ୟନ୍ତ ଜାଣନ୍ତୁ କାରଣ

ଭାରତରେ ଗ୍ଲୋବାଲ୍ ବ୍ରାଣ୍ଡର ସ୍ୱାଦ ଓ ଗୁଣ...

ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ନୀରଜଙ୍କ ପରେ ଭାରତର ନୂଆ ଜାଭେଲିନ୍ ଆଶା ରୋହିତ ଯାଦବ, ୯୦ ମିଟର ଲକ୍ଷ୍ୟ

ନୀରଜଙ୍କ ପରେ ଭାରତର ନୂଆ ଜାଭେଲିନ୍ ଆଶା...

ଭାରତୀୟ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ପରେ ଏବେ ରୋହି...

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର ଲର୍ଡ୍ସ ଟେଷ୍ଟ ବୟକଟ୍ ଧମକ: କ୍ରିକେଟ୍‌ରେ ରାଜନୀତିର ପ୍ରଭାବ ନେଇ ବଢ଼ିଲା ପ୍ରଶ୍ନ

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର...

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...

କିଭ୍‌ ଅଞ୍ଚଳରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଗୋଦାମରେ ବିସ୍ଫୋରଣ, ୩୭ ମୃତ; ପ୍ରାୟ ୪୦୦ ଜଣ ସ୍ଥାନାନ୍ତର

କିଭ୍‌ ଅଞ୍ଚଳରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଗୋଦାମରେ...

ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ କାହାର ଚମକିବ ଭାଗ୍ୟ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ...

ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର କାହାଣୀ, ଯାହା ବଦଳାଇଦେଲା ଅନ୍ତର୍ଜାତୀୟ ଫୁଟବଲ୍‌ର ଇତିହାସ

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର...

ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...

ବ୍ରାଜିଲ, ଉରୁଗୁଏ ଓ ପାନାମାକୁ ଟକ୍କର ଦେବ ଭାରତ: ଖାଲିଦ ଜାମିଲ ଘୋଷଣା କଲେ ୨୬ ଜଣିଆ ଦଳ

ବ୍ରାଜିଲ, ଉରୁଗୁଏ ଓ ପାନାମାକୁ ଟକ୍କର ଦେବ...

ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+