ପାକିସ୍ତାନ ଗସ୍ତରେ ଥିବା କାନାଡାର ବୈଦେଶିକ ମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭୂତ ଅନୀତା ଆନନ୍ଦ ପାକିସ୍ତାନ ପାଇଁ ୪୭ ମିଲିୟନ୍ ଡଲାରରୁ ଅଧିକ ବିକାଶ ଓ ସୁରକ୍ଷା ସହାୟତା ଘୋଷଣା କରିଛନ୍ତି। ଇସଲାମାବାଦରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସାକ୍ ଦାରଙ୍କ ସହ ବୈଠକ ପରେ ସେ ଏହି ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, ଏହି ପ୍ୟାକେଜ୍ରୁ ପ୍ରାୟ ୪୫ ମିଲିୟନ୍ ଡଲାର ଜଳବାୟୁ ପରିବର୍ତ୍ତନର ପ୍ରଭାବ ମୁକାବିଲା, ଶିକ୍ଷା କ୍ଷେତ୍ରର ଉନ୍ନତି ଏବଂ ବନ୍ୟା ପରବର୍ତ୍ତୀ ପୁନର୍ବାସ କାର୍ଯ୍ୟରେ ବ୍ୟୟ କରାଯିବ। ଏହାଛଡ଼ା ୨.୨ ମିଲିୟନ୍ ଡଲାର ସୀମା ସୁରକ୍ଷା, ଆତଙ୍କବାଦ ନିରାକରଣ, ଆର୍ଥିକ ଅପରାଧ ରୋକିବା ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଙ୍କ ପ୍ରଶିକ୍ଷଣ ପାଇଁ ବ୍ୟୟ ହେବ।
ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ବିନିଯୋଗ, ଉର୍ଜା, ଖଣିଜ ସମ୍ପଦ ଓ ଆଞ୍ଚଳିକ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଅନୀତା ଆନନ୍ଦ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇଁ ପାକିସ୍ତାନର କୂଟନୈତିକ ପ୍ରୟାସକୁ ପ୍ରଶଂସା କରିଥିଲେ।
ଅନ୍ୟପଟେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ୍ ଦାର କାନାଡାକୁ ଶିକ୍ଷା, ଉର୍ଜା, କୃଷି, ସୂଚନା ପ୍ରଯୁକ୍ତି ଏବଂ ଖଣିଜ କ୍ଷେତ୍ରରେ ବିନିଯୋଗ ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ। ରିପୋର୍ଟ ଅନୁଯାୟୀ, ବୈଠକ ସମୟରେ ସେ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗ ମଧ୍ୟ ଉଠାଇ କାନାଡାର ସମର୍ଥନ ଲୋଡ଼ିଥିଲେ।
ଲଘୁଚାପ ଜନିତ ବର୍ଷାରେ ସମଗ୍ର ଓଡ଼ିଶା ଭିଜୁଥିବା ବେଳେ ଆସନ...
୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶାର ଏକକ-ଶିକ୍ଷକ ବିଦ୍ୟାଳୟ (...
ଲଗାଣ ବର୍ଷା ପରେ ଆସାମରେ ପ୍ରକୃତିର ପ୍ରଳୟଙ୍କରୀ ରୂପ ଦେଖି...
SCERT ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାକୁ ନେଇ ଚାଲିଥିବା କ୍ର...
APAAR (Automated Permanent Academic Account Regist...
ସାଇବର ଠକମାନେ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X&r...
ଫିଲ୍ମୀ ଶୈଳୀରେ ଏକ ହୀରା ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ...
ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାର...
ମାଣିଆବନ୍ଧ ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଛି ଆଉ ଏକ ବ...
ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳରେ ଅବକାରୀ ବିଭାଗକୁ ଏକ...
ଦିଲ୍ଲୀ-ଏନ୍‌ସିଆରରେ ପାଗରେ ହଠାତ୍ ପରିବର୍ତ୍ତନ ଦେଖା...
ମାଓବାଦୀ ପ୍ରଭାବିତ ଅଞ୍ଚଳରୁ ଆସିଥିବା ଜଣେ ଆଦିବାସୀ ଛାତ୍ର...