ବ୍ରିଟେନର କେମ୍ବ୍ରିଜଶାୟାରରେ ପ୍ରଥମ ହିନ୍ଦୁ ମନ୍ଦିର ସ୍ଥାପନ ଯୋଜନାକୁ ବଡ଼ ଝଟକା ଲାଗିଛି। ଦକ୍ଷିଣ କେମ୍ବ୍ରିଜଶାୟାର ଜିଲ୍ଲା ପରିଷଦ ମନ୍ଦିର ପାଇଁ ଆବେଦନ କରାଯାଇଥିବା ଜମିକୁ ହିନ୍ଦୁ ସଂଗଠନ ପରିବର୍ତ୍ତେ ଏକ ଚର୍ଚ୍ଚ-ନେତୃତ୍ୱାଧୀନ ପ୍ରକଳ୍ପକୁ ୯୯୯ ବର୍ଷ ପାଇଁ ଲିଜ୍ ଦେବାକୁ ମଞ୍ଜୁର କରିଛି।
ଏହି ପ୍ରକଳ୍ପରେ ଏକ ଚର୍ଚ୍ଚ, ସ୍ଥାନୀୟ ମୁସଲିମ ସମୁଦାୟ ପାଇଁ ସ୍ଥାୟୀ ନମାଜ ସ୍ଥଳ ଏବଂ ଏକ ଶିକ୍ଷା କେନ୍ଦ୍ର ନିର୍ମାଣ କରାଯିବ। ଅନ୍ୟପକ୍ଷରେ, ହିନ୍ଦୁ ସମାଜ ନର୍ଥଷ୍ଟୋ (HSN) ପକ୍ଷରୁ ଏକ ହିନ୍ଦୁ ମନ୍ଦିର ସହ ଆନ୍ତଃଧର୍ମୀୟ ଓ ୱେଲନେସ୍ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଥିଲା।
ପରିଷଦର ମୂଲ୍ୟାଙ୍କନରେ ହିନ୍ଦୁ ସଂଗଠନ ୬୫ ପ୍ରତିଶତ ଏବଂ ନର୍ଥଷ୍ଟୋ ଚର୍ଚ୍ଚ ନେଟୱାର୍କ (NCN) ୮୧ ପ୍ରତିଶତ ଅଙ୍କ ପାଇଥିଲା। ଏହା ଆଧାରରେ ଜମିକୁ ଚର୍ଚ୍ଚ ପ୍ରକଳ୍ପ ପାଇଁ ବଣ୍ଟନ କରାଯାଇଛି।
ଏହି ନିଷ୍ପତ୍ତିକୁ ନେଇ ସ୍ଥାନୀୟ ହିନ୍ଦୁ ସମୁଦାୟ ନିରାଶା ପ୍ରକାଶ କରିଛନ୍ତି। HSN ସଭାପତି ଅପର୍ଣ୍ଣା ନିଗମ-ସକ୍ସେନା କହିଛନ୍ତି ଯେ, ଆର୍ଥିକ ଡକ୍ୟୁମେଣ୍ଟ ଆଧାରରେ କମ୍ ଅଙ୍କ ଦିଆଯାଇଥିଲେ ମଧ୍ୟ, ଏହା ମୂଲ୍ୟାଙ୍କନର ପ୍ରମୁଖ ମାନଦଣ୍ଡ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇନଥିଲା। ସେମାନେ ଏହି ନିଷ୍ପତ୍ତି ବିରୋଧରେ ଅପିଲ୍ କରିବାକୁ ବିଚାର କରୁଛନ୍ତି।
ବର୍ତ୍ତମାନ କେମ୍ବ୍ରିଜଶାୟାରରେ ଅନେକ ଚର୍ଚ୍ଚ ଓ ମସଜିଦ ଥିବାବେଳେ କୌଣସି ହିନ୍ଦୁ ମନ୍ଦିର ନାହିଁ। ଏଠାରେ ବସବାସ କରୁଥିବା ହିନ୍ଦୁ ପରିବାରମାନଙ୍କୁ ପୂଜାପାଠ ପାଇଁ ଦୂରସ୍ଥ ସହରକୁ ଯିବାକୁ ପଡୁଛି। ସ୍ଥାୟୀ ମନ୍ଦିର ନଥିବାରୁ ଗଣେଶ ପୂଜା, ମହାଶିବରାତ୍ରି ଓ ଅନ୍ୟାନ୍ୟ ଧାର୍ମିକ ଉତ୍ସବ ପାଳନରେ ଅସୁବିଧା ସୃଷ୍ଟି ହେଉଥିବା ସ୍ଥାନୀୟ ହିନ୍ଦୁ ସମୁଦାୟ କହିଛନ୍ତି।
ପରିଷଦ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଆବେଦନକୁ ପୂର୍ବ ନିର୍ଦ୍ଧାରିତ ନିୟମ, ଆର୍ଥିକ କ୍ଷମତା ଏବଂ ପ୍ରକଳ୍ପର ବ୍ୟବହାରିକତା ଆଧାରରେ ସମାନ ଭାବରେ ମୂଲ୍ୟାଙ୍କନ କରାଯାଇଛି।
ଓଡ଼ିଶାରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍...
ତାମିଲନାଡୁରେ ରାଜନୈତିକ ପରିବେଶ ମଧ୍ୟରେ ଏକ ଚର୍ଚ୍ଚିତ ଘଟଣ...
ପାଇରେଟେଡ୍ ଫିଲ୍ମ ଓ ଓଟିଟିରେ ଉପଲବ୍ଧ ୱେବ୍ ସିରିଜ୍‌...
ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗର...
'ବିକଶିତ ଭାରତ ୨୦୪୭' ଲକ୍ଷ୍ୟକୁ ଆଗେଇ ନେବା ପାଇଁ...
ପୂର୍ବତନ ବିଜେଡି ସରକାର ସମୟରେ ହେଲିକପ୍ଟର ବ୍ୟବହାର ପାଇଁ...
ଦେଶର ସାମରିକ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟର...
ଓଡ଼ିଶାରେ ନୂଆ ସେଲ୍ଫ-ଫାଇନାନ୍ସିଂ ଓ ପ୍ରଫେସନାଲ କଲେଜ ସ୍ଥ...
ସରକାରୀ କିମ୍ବା ବେସରକାରୀ ସ୍କୁଲରେ ଶିକ୍ଷକ ହେବାକୁ ଚାହୁଁ...
ନୂଆଦିଲ୍ଲୀରେ ଆୟୋଜିତ ଭାରତ-ଜାପାନ ଶିଖର ସମ୍ମିଳନୀରେ ଏକ ଆ...
ଉତ୍ତର ପ୍ରଦେଶରେ ଆୟୋଜିତ ତିନି ଦିନିଆ ୯ମ ଉତ୍ତର ପ୍ରଦେଶ ଆ...
NEET ଓ JEE ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉପରେ...