ଭାରତରେ ଚୀନର ‘ନମ୍ବର-୨’ କ୍ୟାଇ କି: ଜିନପିଙ୍ଗଙ୍କ ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀଙ୍କ ପ୍ରଥମ ଭାରତ ଗସ୍ତ

ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଭାରତ ଆସିଛନ୍ତି ଚୀନ୍‌ର ଅତ୍ୟନ୍ତ ପ୍ରଭାବଶାଳୀ ନେତା କ୍ୟାଇ କି। ଜିନପିଙ୍ଗଙ୍କ ଡାହାଣହାତ ବୋଲି ପରିଚିତ କ୍ୟାଇଙ୍କ ଏହା ପ୍ରଥମ ଭାରତ ଗସ୍ତ ହୋଇଥିବାରୁ ତାଙ୍କ ଉପରେ ବଢ଼ିଛି ନଜର।
ଚୀନର ନେତା କ୍ୟାଇ କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଚୀନର ନେତା କ୍ୟାଇ କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଭାରତରେ ଆୟୋଜିତBRICS ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିଛନ୍ତି। ତାଙ୍କ ସହ ଆସିଥିବା ରୂପା ରଙ୍ଗର କେଶ ଥିବା ଜଣେ ବରିଷ୍ଠ ଅଧିକାରୀ ଏବେ ବିଶେଷ ଚର୍ଚ୍ଚାରେ। ସେ ହେଉଛନ୍ତିକ୍ୟାଇ କି (Cai Qi)। ଚୀନ୍ର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ଏବଂ ଜିନପିଙ୍ଗଙ୍କ ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀ ଭାବେ ତାଙ୍କୁ ଦେଖାଯାଏ।

ଚୀନ୍ ପକ୍ଷରୁ ଶନିବାର କୁହାଯାଇଛି ଯେ, ଜିନପିଙ୍ଗଙ୍କ ପ୍ରତିନିଧିମଣ୍ଡଳରେ କ୍ୟାଇ କିଙ୍କ ସହ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ରହିଛନ୍ତି। ପ୍ରାୟ୭ ବର୍ଷ ପରେ ଜିନପିଙ୍ଗଙ୍କ ଏହି ଭାରତ ଗସ୍ତହୋଇଥିବା ବେଳେ କ୍ୟାଇଙ୍କ ଉପସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି।

କିଏ ଏହି କ୍ୟାଇ କି?

କ୍ୟାଇ କିଙ୍କ ରାଜନୈତିକ ଉତ୍ଥାନକୁ ଚୀନ୍ କମ୍ୟୁନିଷ୍ଟ ପାର୍ଟିରେ ଏକ ‘ରକେଟ୍-ସ୍ପିଡ୍’ ଉତ୍ଥାନ ବୋଲି କୁହାଯାଏ। ୨୦୧୭ରେ ସେ ସିଧାସଳଖ ଭାବେ ଚୀନ୍ର ପଲିଟବ୍ୟୁରୋରେ ସାମିଲ ହୋଇଥିଲେ। ଏହାର କିଛି ମାସ ପୂର୍ବରୁ ସେ ବେଜିଂ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ହୋଇଥିଲେ।

୨୦୨୨ରେ କ୍ୟାଇ କି ଚୀନ୍ର ସର୍ବୋଚ୍ଚ ରାଜନୈତିକ ଶକ୍ତି କେନ୍ଦ୍ରସାତଜଣିଆ ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିରେ ସାମିଲ ହୋଇଥିଲେ। ଚଳିତ ବର୍ଷ ତାଙ୍କୁ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ଆଇଡିଓଲୋଜି ସ୍କୁଲର ମୁଖ୍ୟ କରାଯାଇଛି। ଏହା ସହ ସେ ପାର୍ଟିରଜେନେରାଲ ଅଫିସ୍ର ମୁଖ୍ୟମଧ୍ୟ ଅଛନ୍ତି। ଏହି ପଦବୀ ତାଙ୍କୁ ଜିନପିଙ୍ଗଙ୍କ ଡି-ଫାକ୍ଟୋ ଚିଫ୍ ଅଫ୍ ଷ୍ଟାଫ୍ ଭାବେ ପ୍ରଭାବଶାଳୀ କରିଛି।

ଜିନପିଙ୍ଗଙ୍କ ସହ କିପରି ଘନିଷ୍ଠତା?

କ୍ୟାଇ କି ଏବଂ ସି ଜିନପିଙ୍ଗଙ୍କ ପୃଷ୍ଠଭୂମିରେ ଅନେକ ସମାନତା ରହିଛି। ଉଭୟେ ଚୀନ୍ର ‘ସାଂସ୍କୃତିକ ବିପ୍ଳବ’ ସମୟରେworker-peasant-soldier studentଭାବେ କାମ କରିଥିଲେ।

ପରବର୍ତ୍ତୀ ସମୟରେ ଫୁଜିଆନ୍ ଓ ଝେଜିଆଙ୍ଗ ଭଳି ଚୀନ୍ର ଉପକୂଳୀୟ ପ୍ରଦେଶରେ ଦୁହେଁ ଦୀର୍ଘ ସମୟ ଧରି କାମ କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗଢ଼ିଉଠିଥିଲା।

ଗତ ବର୍ଷ ତିଆନଜିନ୍ରେ ହୋଇଥିବାShanghai Cooperation Organisation (SCO) Summitସମୟରେ ମଧ୍ୟ କ୍ୟାଇ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଥିଲେ। ୨୦୨୫ରେ ସି ଜିନପିଙ୍ଗ-ଡୋନାଲ୍ଡ ଟ୍ରମ୍ପ ସାକ୍ଷାତ ସମୟରେ ମଧ୍ୟ ସେ ଦୃଶ୍ୟମାନ ହୋଇଥିଲେ। ଚଳିତ ବର୍ଷ ଟ୍ରମ୍ପ ଚୀନ୍ ଗସ୍ତ କରିଥିବା ବେଳେ ତାଙ୍କୁ ପ୍ରଥମେ ହାତ ମିଳାଇ ସ୍ୱାଗତ କରିଥିବା ଚୀନ୍ ଅଧିକାରୀ ମଧ୍ୟ କ୍ୟାଇ କି ଥିଲେ।

‘ଅଙ୍କଲ କ୍ୟାଇ’ରୁ କଠୋର ପ୍ରଶାସକ

ରାଜନୈତିକ ଜୀବନର ପ୍ରାରମ୍ଭିକ ଦିନରେ କ୍ୟାଇ କି ଚୀନ୍ର ସୋସିଆଲ୍ ମିଡିଆ ପ୍ଲାଟଫର୍ମWeiboରେ ବେଶ୍ ଲୋକପ୍ରିୟ ଥିଲେ। ‘Uncle Cai’ ନାମରେ ସେ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରୁଥିଲେ ଏବଂ ସେମାନଙ୍କ ସମସ୍ୟା ସମାଧାନରେ ହସ୍ତକ୍ଷେପ କରୁଥିଲେ।

କିନ୍ତୁ ୨୦୧୪ରେ କେନ୍ଦ୍ରୀୟ ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ପରେ ତାଙ୍କ ଆଭିମୁଖ୍ୟ ବଦଳିଥିଲା। ସେ ନିଜ Weibo ଆକାଉଣ୍ଟ ମଧ୍ୟ ବନ୍ଦ କରିଦେଇଥିଲେ।

ପରବର୍ତ୍ତୀ ସମୟରେ କ୍ୟାଇ କି ଚୀନ୍ରେ କଠୋର ପ୍ରଶାସନିକ ନୀତି ପାଇଁ ପରିଚିତ ହୋଇଥିଲେ। ଏବେ ସେ ନୀତି ନିର୍ଦ୍ଧାରଣ ଓ ତାହାର କାର୍ଯ୍ୟାନ୍ୱୟନରେ ପ୍ରଭାବଶାଳୀ ଭୂମିକା ନେଉଛନ୍ତି। ସାଇବର ସୁରକ୍ଷା ନୀତି ଉପରେ ମଧ୍ୟ ତାଙ୍କର ପ୍ରଭାବ ରହିଛି। ଏହା ସହ ସେ ଚୀନ୍ର ଗୋପନୀୟNational Security Commissionର ଉପମୁଖ୍ୟ ମଧ୍ୟ ଅଛନ୍ତି।

କ୍ୟାଇ କିଙ୍କ ପାଖରେ ଏକାଧିକ ଶକ୍ତିଶାଳୀ ପଦବୀ ରହିଥିବାରୁ ଚୀନ୍ର କ୍ଷମତା କେନ୍ଦ୍ରରେ ତାଙ୍କ ପ୍ରଭାବ ବେଶ୍ ଅଧିକ ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି।

ଭାରତ-ଚୀନ୍ ସମ୍ପର୍କରେ ସୀମା ବିବାଦ ଓ ସଂଘର୍ଷ ପରେ ଏବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାର ସଙ୍କେତ ମିଳୁଛି। ଏଭଳି ସମୟରେ ଜିନପିଙ୍ଗଙ୍କ ସହ କ୍ୟାଇ କିଙ୍କ ଭାରତ ଗସ୍ତକୁ ବେଜିଂ ପକ୍ଷରୁ ଦିଆଯାଉଥିବା ଗୁରୁତ୍ୱର ଏକ ବଡ଼ ସଙ୍କେତ ଭାବେ ଦେଖାଯାଉଛି।

LIVE TV
LIVE
Latest News
AIIMS କେବଳ ଏକ ନାମ ନୁହେଁ, ଏହା ଏକ ସଂସ୍କୃତି: ଡାକ୍ତର ରାକେଶ ଯାଦବ

AIIMS କେବଳ ଏକ ନାମ ନୁହେଁ, ଏହା...

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...

‘ଐତିହାସିକ ଦିନ’ କହିଲେ ମୋଦୀ: କାଶୀ-ଦିଲ୍ଲୀ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ସେବା ଆରମ୍ଭ

‘ଐତିହାସିକ ଦିନ’ କହିଲେ ମୋଦୀ: କାଶୀ-ଦିଲ୍ଲୀ ବନ୍ଦେ...

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଆଧୁନିକୀକରଣ ଦିଗରେ ଆଉ ଏକ ପ...

CEC ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ବ୍ଲକ୍‌ର ‘ଜନତାଙ୍କ ମହାଭିଯୋଗ’ କାର୍ଯ୍ୟକ୍ରମ; ଆସନ୍ତାକାଲି ରାମଲୀଳା ମଇଦାନରେ ବିଶାଳ ରାଲି

CEC ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ବ୍ଲକ୍‌ର...

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମ...

୪୨ ବର୍ଷର ସେବା ପରେ ବାୟୁସେନା ମୁଖ୍ୟଙ୍କୁ ବିଦାୟ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

୪୨ ବର୍ଷର ସେବା ପରେ ବାୟୁସେନା ମୁଖ୍ୟଙ୍କୁ...

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ...

AAPର ୪୦ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା, ପୁଣି ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ୍

AAPର ୪୦ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା,...

ନୂଆଦିଲ୍ଲୀ: ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଆ...

୫୦ ବର୍ଷରୁ ଅଧିକ ବୟସର ପ୍ରତି ୩ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ହାଡ଼ ଭାଙ୍ଗିବାର ବିପଦ! ଚିହ୍ନଟ କରିବ ନୂଆ ସ୍କୋରକାର୍ଡ

୫୦ ବର୍ଷରୁ ଅଧିକ ବୟସର ପ୍ରତି ୩...

୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...

ଯକ୍ଷ୍ମା ଚିକିତ୍ସା ଔଷଧର ପେଟେଣ୍ଟ ଆବେଦନ ଖାରଜ କଲା ଭାରତ, ଜେନେରିକ୍ ଔଷଧ ଶସ୍ତା ହେବାର ଆଶା

ଯକ୍ଷ୍ମା ଚିକିତ୍ସା ଔଷଧର ପେଟେଣ୍ଟ ଆବେଦନ ଖାରଜ...

ଯକ୍ଷ୍ମା ଚିକିତ୍ସାରେ ବଡ଼ ପଦକ୍ଷେପ, BPaL ଔଷଧର ପେଟେଣ୍ଟ...

UP MLC ନିର୍ବାଚନରେ BJPର ୬ ଆସନରେ ବିଜୟ: ଅଖିଳେଶ ଯାଦବଙ୍କ ବୟାନକୁ ନେଇ ଭୂପେନ୍ଦ୍ର ସିଂହ ଚୌଧୁରୀଙ୍କ ପ୍ରତିକ୍ରିୟା

UP MLC ନିର୍ବାଚନରେ BJPର ୬ ଆସନରେ...

ଉତ୍ତର ପ୍ରଦେଶର ସାମ୍ପ୍ରତିକ ବିଧାନ ପରିଷଦ (MLC) ନିର୍ବାଚ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+