ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ **ଭୀର ସୁରେନ୍ଦ୍ର ସାଇ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (VIMSAR)**ରେ ଯମଜ ଶିଶୁ ପ୍ରସବକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ବରଗଡ଼ ଜିଲ୍ଲାର ସଞ୍ଜୁକ୍ତା ସାହୁଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପ୍ରସବ ସମୟରେ ଅବହେଳା ଯୋଗୁଁ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି।
ଅଭିଯୋଗ ଅନୁଯାୟୀ, ସଞ୍ଜୁକ୍ତା ସାହୁଙ୍କୁ ଜୁଲାଇ ୮ ତାରିଖରେ ଭିମ୍ସାରର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୧୩ ସକାଳେ ପ୍ରସବ ବେଦନା ଆରମ୍ଭ ହେବା ପରେ ତାଙ୍କୁ ଲେବର ରୁମକୁ ନିଆଯାଇଥିଲା।
ପରିବାରର ଅଭିଯୋଗ ଅନୁସାରେ, ପ୍ରଥମ ଯମଜ ଶିଶୁର ପ୍ରସବ ସମୟରେ ନାଭିନାଳୀ ଛିଣ୍ଡିଯାଇ ଶିଶୁଟି ଷ୍ଟ୍ରେଚରରୁ ଖସି ପାଖରେ ଥିବା ବାଲ୍ଟିରେ ପଡ଼ିଯାଇଥିଲା। ପରେ ପରିବାରର ବିରୋଧ ପରେ ଶିଶୁଟିକୁ ଏସ୍ଏନ୍ସିୟୁ (SNCU)କୁ ସ୍ଥାନାନ୍ତର କରାଯାଇଥିଲା।
ଅଭିଯୋଗରେ ଆହୁରି କୁହାଯାଇଛି ଯେ, ଦ୍ୱିତୀୟ ଶିଶୁର ପ୍ରସବରେ ବିଳମ୍ବ ହେବାରୁ ଗର୍ଭରେ ହିଁ ତାହାର ମୃତ୍ୟୁ ଘଟିଥିଲା। ପରିବାର ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏହି ଅଭିଯୋଗକୁ ନେଇ ଭିମ୍ସାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଲାଲମୋହନ ନାୟକ କହିଛନ୍ତି ଯେ, ଏହା ଏକ ସାତ ମାସର ଅପରିପକ୍ୱ ଗର୍ଭଧାରଣ ମାମଲା ଥିଲା। ତଥାପି ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ତ୍ରୀରୋଗ ବିଭାଗ ମୁଖ୍ୟଙ୍କୁ ଆଭ୍ୟନ୍ତରୀଣ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଦୁନିଆରେ ଦିନକୁ ଦିନ ବଢ଼ୁଛି ସାଇବର ଆକ୍ରମଣ। ବ୍ୟାଙ୍କିଂ ବ...
ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି...
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...