ନୂଆଦିଲ୍ଲୀରେ ଆଜିଠୁ ଆରମ୍ଭ ହେଉଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ରେ ଆୟୋଜିତ ଏହି ସମ୍ମିଳନୀ ପାଇଁ ରାଜଧାନୀରେ ଉତ୍ସାହ ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
ବିଶ୍ୱ ଶାସନ ବ୍ୟବସ୍ଥା, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ହ୍ରାସ ଏବଂ ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବା ଭଳି ଅନେକ ପ୍ରସଙ୍ଗ ଏହି ସମ୍ମିଳନୀର ଆଲୋଚନାର କେନ୍ଦ୍ରରେ ରହିବ। ବର୍ତ୍ତମାନର ଜଟିଳ ଭୂ-ରାଜନୈତିକ ପରିସ୍ଥିତିରେ ବ୍ରିକ୍ସର ଭୂମିକାକୁ ଆହୁରି ପ୍ରଭାବଶାଳୀ କରିବା ନେଇ ମଧ୍ୟ ଆଲୋଚନା ହେବ।
ଏହି ସମ୍ମିଳନୀର ସବୁଠାରୁ ବଡ଼ ଆକର୍ଷଣ ଭାରତ-ଚୀନ୍ ସମ୍ପର୍କ ରହିବ ବୋଲି ଆଶା କରାଯାଉଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ଦିଲ୍ଲୀ ଗସ୍ତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରସ୍ତାବିତ ଦ୍ୱିପାକ୍ଷିକ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି।
ସେହିପରି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଭାରତ ଗସ୍ତ ଏବଂ ମୋଦୀ-ପୁଟିନ୍ ଆଲୋଚନାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଇରାନ୍ର ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ଙ୍କ ସହ ଭାରତର ଆଲୋଚନା ମଧ୍ୟ ବିଶ୍ୱ ଭୂ-ରାଜନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।
ବ୍ରିକ୍ସ ଶିଖର ସମ୍ମିଳନୀକୁ ନେଇ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ପ୍ରାୟ ୧୫ ହଜାର ଦିଲ୍ଲୀ ପୁଲିସ କର୍ମଚାରୀ, ଅର୍ଦ୍ଧସାମରିକ ବାହିନୀର ୨୦୦ କମ୍ପାନି ଏବଂ ୫୦୦ରୁ ଅଧିକ CCTV କ୍ୟାମେରା ମୁତୟନ କରାଯାଇଛି।
ତେବେ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇନାହିଁ। VVIP ଗାଡ଼ି ଚଳାଚଳ ସମୟରେ ନିର୍ଦ୍ଦିଷ୍ଟ ରୁଟ୍ରେ ସାମୟିକ କଟକଣା ଏବଂ ଡାଇଭର୍ସନ୍ ଲାଗୁ କରାଯିବ। ଏହି ବୈଠକରେ ବିଶ୍ୱ ଅର୍ଥନୀତି ସହ ଭୂ-ରାଜନୈତିକ ପ୍ରସଙ୍ଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମତବିନିମୟ ହେବାର ସମ୍ଭାବନା ରହିଛି।
ନୂଆଦିଲ୍ଲୀ: IDBI ବ୍ୟାଙ୍କର ଅଧିକାଂଶ ଅଂଶଧନ ବିକ୍ରିକୁ ନେ...
ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...
ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...
ଭୁବନେଶ୍ୱର: ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ଦେଖାଦ...
ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...
ଟାଟା ଗ୍ରୁପ୍‌ର ମାଲିକାନା ଓ ଆର୍ଥିକ ଢାଞ୍ଚାରେ ବଡ଼...
ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ପ୍ରଣାଳୀକୁ ନେଇ ଚର୍ଚ୍ଚା ବ...
ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ ଉତ୍ତରାଖଣ୍ଡରେ ବର୍ଷା...