ଭୋଟର ତାଲିକାରୁ ନାଁ କଟିବାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟଙ୍କ ଗୋଆ ଖଣ୍ଡପୀଠ। Special Intensive Revision (SIR) ପ୍ରକ୍ରିୟା ସମୟରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଗୋଆର ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ନାଁ ପୁଣି ଯୋଡ଼ିବାକୁ ନିର୍ବାଚନ କମିଶନ (ECI)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଠିକଣା ଯାଞ୍ଚ କରି ୧୦ ଦିନ ମଧ୍ୟରେ ଭୋଟର ତାଲିକାରେ ସେମାନଙ୍କ ନାଁ ସାମିଲ କରିବାକୁ କୁହାଯାଇଛି।
ଏହି ମାମଲା ଗୋଆର ସାଣ୍ଟା କ୍ରୁଜ୍ ବିଧାନସଭା ଅଞ୍ଚଳର ବାସିନ୍ଦା ପରେଶ ବସନ୍ତ ସାଲଗାଓଁକର ଏବଂ ତାଙ୍କ ପରିବାରର ଅନ୍ୟ ପାଞ୍ଚ ଜଣ ସଦସ୍ୟଙ୍କ ସହ ଜଡ଼ିତ। SIRର ଏନ୍ୟୁମେରେସନ୍ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ପରିବାରଟି ସେହି ବିଧାନସଭା ଅଞ୍ଚଳ ମଧ୍ୟରେ ଅନ୍ୟ ଏକ ଠିକଣାକୁ ସ୍ଥାନାନ୍ତର ହୋଇଥିଲେ।
ଠିକଣା ପରିବର୍ତ୍ତନ ସମ୍ପର୍କରେ ସ୍ଥାନୀୟ ବୁଥ୍ ଲେଭଲ୍ ଅଫିସର (BLO)ଙ୍କ ପରାମର୍ଶ ଅନୁଯାୟୀ ସେମାନେ Form 8 ଦାଖଲ କରିଥିଲେ। କିନ୍ତୁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବା ପରେ ସେମାନଙ୍କ ନାଁ ତାଲିକାରେ ନଥିବା ଜଣାପଡ଼ିଥିଲା। ପରେ Form 8 ଆବେଦନ ଖାରଜ ହୋଇଥିବା ନେଇ ସେମାନଙ୍କୁ ସ୍ୱୟଂଚାଳିତ ବାର୍ତ୍ତା ମିଳିଥିଲା।
ଏହାପରେ ପରିବାର ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ନଭେମ୍ବର ୫ ତାରିଖ ଗୁରୁବାର ଦିନ ବିଚାରପତି ଭାଲ୍ମିକି ମେନେଜେସ୍ ଏବଂ ଅମିତ ଜାମସାଣ୍ଡେକରଙ୍କ ଖଣ୍ଡପୀଠ ଆବେଦନକୁ ମଞ୍ଜୁର କରିଥିଲେ।
ଠିକଣା ଯାଞ୍ଚ କରି ୧୦ ଦିନ ମଧ୍ୟରେ ପରିବାରର ସମସ୍ତ ୬ ଜଣଙ୍କ ନାଁ ଭୋଟର ତାଲିକାରେ ଯୋଡ଼ିବାକୁ ନିର୍ବାଚନ କମିଶନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ଉପରେ ସ୍ଥଗିତାଦେଶ ଦେବାକୁ ନିର୍ବାଚନ କମିଶନଙ୍କ ଅନୁରୋଧକୁ ମଧ୍ୟ ଖଣ୍ଡପୀଠ ଖାରଜ କରିଥିଲେ।
ନିର୍ବାଚନ କମିଶନ ପକ୍ଷରୁ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିବା ପାଇଁ ସ୍ଥଗିତାଦେଶ ମାଗିଥିଲେ। କିନ୍ତୁ ହାଇକୋର୍ଟ ଏହାକୁ ଗ୍ରହଣ କରିନଥିଲେ। ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ, ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବ୍ୟାପକ SIR ବିବାଦଠାରୁ ଅଲଗା।
ଏହି ରାୟ ଭୋଟର ତାଲିକାରେ ନାଁ ନଥିବା ଏବଂ ଠିକଣା ପରିବର୍ତ୍ତନ ସମୟରେ ଆବେଦନ ଖାରଜ ହେବା ଭଳି ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଚର୍ଚ୍ଚା ସୃଷ୍ଟି କରିଛି।
ଆଧୁନିକ ଚିକିତ୍ସା ବିଜ୍ଞାନ ଅନେକ ରୋଗର ଚିହ୍ନଟ ଓ ଚିକିତ୍ସ...
ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...
କର୍କଟ ରୋଗର ଚିକିତ୍ସା ଖର୍ଚ୍ଚ ଅନେକ ପରିବାର ପାଇଁ ବଡ଼ ଆର...
ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...
ସୁସ୍ଥ ରହିବା ପାଇଁ ପ୍ରତିଦିନ ସପ୍ଲିମେଣ୍ଟ ଖାଇବା ଜରୁରୀ କ...
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...