ବଲାଙ୍ଗିର ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବିଭାଗ ପକ୍ଷରୁ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାଶ କରାଯାଇଥିବା ବେଳେ, ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଦୁଇଜଣ ଅଣ-ଓଡ଼ିଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଏକ ୧୨ ଚକିଆ ଟ୍ରକରେ ଶୁଖିଲା ମକା ବସ୍ତା ଭିତରେ ଲୁଚାଇ ଗଞ୍ଜେଇ ଚାଲାଣ କରାଯାଉଥିଲା। ଟ୍ରକରେ ୧୨ କ୍ୱିଣ୍ଟାଲ ମକା ଥିବା ନେଇ ବୈଧ କାଗଜପତ୍ର ଥିଲା। ତେବେ ଗୁପ୍ତ ସୂଚନା ପାଇ ଅବକାରୀ ବିଭାଗ ଚଢ଼ାଉ କରିବା ପରେ ସେଥିରୁ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା।
ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନଭପ୍ରୀତ ସିଂ ଓ ସତନାମ ସିଂ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଟ୍ରକଟି ପ୍ରଥମେ ବିହାରରୁ ମକା ନେଇ ଫୁଲବାଣୀ ଆସିଥିଲା। ମକା ଖାଲି କରିବା ପରେ ସେହି ଗାଡ଼ିଟି ଫୁଲବାଣୀରୁ ବିହାରର ପାଟନା ଅଭିମୁଖେ ଫେରୁଥିବା ସମୟରେ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା।
ଡ୍ରାଇଭର ନଭପ୍ରୀତ ସିଂ ପଚରାଉଚରା ବେଳେ ଗାଡ଼ିରେ ଗଞ୍ଜେଇ ଥିବା କଥା ଜାଣିଥିବା ସ୍ୱୀକାର କରିଛି। ଏହି କାମ ପାଇଁ ତାକୁ ୩୦ ହଜାର ଟଙ୍କା ଦେବାକୁ କୁହାଯାଇଥିବା ଜଣାପଡ଼ିଛି। ତେବେ ଏହି ଗଞ୍ଜେଇ କାହା ପାଖକୁ ଯିବାକୁ ଥିଲା, ସେନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।
ବଲାଙ୍ଗିର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧୀକ୍ଷକ ଅର୍ଣ୍ଣପୂର୍ଣ୍ଣା ରଥ କହିଛନ୍ତି ଯେ, ଏହି ଆନ୍ତଃରାଜ୍ୟ ରାକେଟର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ କରାଯିବ। ଏହି ଚାଲାଣ ସହ ଜଡ଼ିତ ସମସ୍ତଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଏବେ ବି ଟଳିନାହିଁ। ଅ...
ଆମେରିକାର ରିପବ୍ଲିକାନ୍‌ ପାର୍ଟି ପ୍ରଥମଥର ପାଇଁ ମିଡ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ପୃଥିବୀରେ ବଢ଼ୁଥିବା ତାପମାତ୍ରାକୁ ନେଇ ପୁଣି ଚିନ୍ତା ବଢ଼ି...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...