ଭୁବନେଶ୍ୱର: ଦୀପର ଆଲୋକରେ ଝଲସି ଉଠିଛି ଓଡ଼ିଶାର ପାରମ୍ପରିକ ବୋଇତ ବନ୍ଦାଣ ପର୍ବ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୋର ହେବା ପୂର୍ବରୁ ପୋଖରୀ, ନଦୀ ଓ ଜଳାଶୟ କୂଳରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ହାତରେ ପୂଜା ଥାଳି, ମନରେ ଭକ୍ତି ଏବଂ ମୁହଁରେ ପାରମ୍ପରିକ ଗୀତ ‘ଆ କା ମା ବୈ, ପାନ ଗୁଆ ଥୋଇ’ର ଧ୍ୱନି ସହ ଲୋକମାନେ ଡଙ୍ଗା ଭସାଇଥିଲେ।
କଦଳୀ ପଟୁଆରେ ତିଆରି ଛୋଟ ଛୋଟ ଡଙ୍ଗାରେ ଦୀପ, ଧୂପ, ଫୁଲ ଓ ପାନଗୁଆ ରଖି ଜଳରେ ଭସାଇଥିଲେ ଶ୍ରଦ୍ଧାଳୁ। ଡଙ୍ଗାରେ ଜଳୁଥିବା ଦୀପର ଆଲୋକରେ ଜଳରାଶି ଝଲସି ଉଠିଥିଲା। ଏହି ଦୃଶ୍ୟ ଓଡ଼ିଆଙ୍କ ଧାର୍ମିକ ଆସ୍ଥା ସହିତ ପୁରାତନ ସଂସ୍କୃତିର ଝଲକ ଦେଖାଇଥିଲା।
ଓଡ଼ିଶାର ବୋଇତ ବନ୍ଦାଣ ପରମ୍ପରା ପଛରେ ରହିଛି ଏକ ଗୌରବମୟ ଇତିହାସ। ପ୍ରାଚୀନ କାଳରେ ଓଡ଼ିଶାର ସାଧବ ପୁଅମାନେ ବୋଇତରେ ଦୂରଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ସେମାନଙ୍କ ଯାତ୍ରା ସୁଖଦ ଓ ସଫଳ ହେଉ ବୋଲି ପରିବାରର ମହିଳାମାନେ ଡଙ୍ଗା ଭସାଇ ପ୍ରାର୍ଥନା କରୁଥିଲେ।
ସେହି ପୁରୁଣା ପରମ୍ପରା ଆଜି ମଧ୍ୟ ଅକ୍ଷୁଣ୍ଣ ରହିଛି। ସମୟ ବଦଳିଛି, ବୋଇତ ବଦଳରେ ଆଧୁନିକ ଜାହାଜ ଆସିଛି, କିନ୍ତୁ ଓଡ଼ିଆଙ୍କ ମନରୁ ଏହି ପରମ୍ପରା ଲିଭିନାହିଁ। ପିଢ଼ି ପରେ ପିଢ଼ି ଏହାକୁ ଆପଣାଇ ଆସୁଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମା କେବଳ ଡଙ୍ଗା ଭସାଇବାର ପର୍ବ ନୁହେଁ, ଏହା ଓଡ଼ିଆ ଅସ୍ମିତା, ଏକତା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଏହି ଦିନ ଛୋଟ ଛୋଟ ଡଙ୍ଗା ଭସାଇବା ସମୟରେ ଓଡ଼ିଶାର ପୂର୍ବପୁରୁଷଙ୍କ ସାହସ, ବାଣିଜ୍ୟ କୌଶଳ ଓ ଗୌରବମୟ ଇତିହାସକୁ ମନେ ପକାଉଛନ୍ତି ଲୋକେ।
ସାଧବ ପୁଅମାନେ ନିଜର ସାହସ ଓ ବାଣିଜ୍ୟିକ ଦକ୍ଷତା ବଳରେ ବିଦେଶ ମାଟିରେ ଓଡ଼ିଶାର ପରିଚୟ ସୃଷ୍ଟି କରିଥିଲେ। ଆଜିର ବୋଇତ ବନ୍ଦାଣ ସେହି ଗୌରବମୟ ଅତୀତର ସ୍ମୃତିକୁ ପୁଣିଥରେ ଜୀବନ୍ତ କରିଛି।
ଦେଶର ଶିକ୍ଷା ବ୍ୟବସ୍ଥାରେ ମୁଖସ୍ଥ ବିଦ୍ୟା ବଦଳରେ ବୁଝିବା...
ଲକ୍ଷ୍ନୌ:ଦେଶରେ ଚାକିରି ଓ ନିଯୁକ୍ତିର ଧାରା ବଦଳୁଛି। ଆଗାମ...
ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରସ୍ତୁତ ହେଉ...
ନୂଆଦିଲ୍ଲୀ: IDBI ବ୍ୟାଙ୍କ ଏକ ସରକାରୀ ବ୍ୟାଙ୍କ ନୁହେଁ। ଏ...
ଭାରତୀୟ ରାଜନୀତିରେ ଦଳବଦଳ ଏକ ପୁରୁଣା ସମସ୍ୟା। ନିର୍ବାଚନର...
ଭାରତର ସେମିକଣ୍ଡକ୍ଟର ଶିଳ୍ପକୁ ଆହୁରି ମଜବୁତ କରିବା ସହ ଏହ...
ନୂଆଦିଲ୍ଲୀ: ଆପଣ ଅଫିସ୍ କିମ୍ବା ଅନ୍ୟ କାହାର କମ୍ପ୍ୟୁଟରରେ...
ନାଗରକୋଏଲ:ତାମିଲନାଡୁର ନାଗରକୋଏଲ ରେଳ ଷ୍ଟେସନରେ ଏକ ଅତ୍ୟନ...