ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଉଠିଛି। ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ସୋସିଆଲ ମିଡିଆରେ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଛି।
ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିରୋଧୀ ଦଳ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି। ବିଜେଡି ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସଭବନ ଘେରାଉ କରାଯାଇଛି। ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳର ଶତାଧିକ କର୍ମୀ ଓ ନେତା ବିଶାଳ ଶୋଭାଯାତ୍ରାରେ ଆସି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବିକ୍ଷୋଭକାରୀମାନଙ୍କ ଅଭିଯୋଗ ଅନୁସାରେ, ଗଣଶିକ୍ଷା ବିଭାଗର ଅବହେଳା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ ହେଉଛି। ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରି ଘରୋଇ ଶିକ୍ଷାନୁଷ୍ଠାନଙ୍କୁ ପରୋକ୍ଷରେ ସୁବିଧା ଦେବା ପାଇଁ ସରକାର କାମ କରୁଛନ୍ତି।
ବିଜେଡି ନେତାମାନେ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପାଇଁ ସିଧାସଳଖ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟୀ କରିବା ସହ ତାଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ବିତର୍କ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।
ଇରାନକୁ ନେଇ ଆମେରିକାର ଆଭିମୁଖ୍ୟ ପୁଣିଥରେ କଡ଼ା ହୋଇଛି। ଆ...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକ...
ୟୁରୋପରେ ୨୦୨୬ର ଗ୍ରୀଷ୍ମ ଅସହ୍ୟ ଗରମର ଏକ ଭୟାବହ ଚିତ୍ର ସା...
ଆମେରିକା-ଇରାନ ମଧ୍ୟରେ ତିକ୍ତତା ପୁଣି ବଢ଼ିବାର ସଙ୍କେତ ମି...