ଲଗାଣ ବର୍ଷାର ପ୍ରଭାବ ଏବେ ସାଧାରଣ ଲୋକଙ୍କ ରୋଷେଇ ଘର ଉପରେ ପଡ଼ିଛି। ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ପରିବା ଦର ଆକାଶଛୁଆଁ ହୋଇଥିବା ବେଳେ ଖାଉଟିଙ୍କ ପକେଟ୍ରେ ମହଙ୍ଗା ମାଡ଼ ପଡ଼ିଛି। ଅଧିକାଂଶ ପରିବା କିଲୋପିଛା ୬୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି।
ଭୁବନେଶ୍ୱର ୧ ନମ୍ବର ପରିବା ହାଟରେ ପ୍ରାୟ ସମସ୍ତ ପରିବାର ଦର ବୃଦ୍ଧି ପାଇଛି। ବାଇଗଣ କିଲୋ ପିଛା ୮୦ରୁ ୧୦୦ ଟଙ୍କା, ପୋଟଳ ୫୦ରୁ ୬୦ ଟଙ୍କା, ଦେଶୀ କାଙ୍କଡ଼ ୧୦୦ ଟଙ୍କା, କୋବି ୬୦ ଟଙ୍କା, ଭେଣ୍ଡି ୮୦ ଟଙ୍କା ଏବଂ ବିନ୍ସ କିଲୋପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି। ହଠାତ୍ ପରିବା ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ରୋଷେଇ ବଜେଟ୍ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି।
ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଜମିରେ ପାଣି ଜମି ରହିଥିବାରୁ ଫସଲ ନଷ୍ଟ ହେଉଛି ଏବଂ ବଜାରକୁ ପରିବାର ଯୋଗାଣ ହ୍ରାସ ପାଇଛି। ଫଳରେ ଚାହିଦା ତୁଳନାରେ ଯୋଗାଣ କମ୍ ରହିଥିବାରୁ ଦର ବୃଦ୍ଧି ପାଇଛି।
ଏପଟେ ପରିବା ଦରରେ ଏଭଳି ଅସ୍ୱାଭାବିକ ବୃଦ୍ଧିକୁ ନେଇ ଗୃହିଣୀ ଏବଂ ସାଧାରଣ ଖାଉଟିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରତିଦିନର ରୋଷେଇ ପାଇଁ ପରିବା କିଣିବା ଏବେ ଅଧିକ ବ୍ୟୟବହୁଳ ହୋଇପଡ଼ିଛି।
ତେବେ ବ୍ୟବସାୟୀମାନେ ଆଶା ପ୍ରକାଶ କରିଛନ୍ତି ଯେ, ବର୍ଷାର ପ୍ରକୋପ କମିବା ସହ ପରିବା ଯୋଗାଣ ସ୍ୱାଭାବିକ ହେଲେ ଆଗାମୀ ଦିନରେ ଦର ହ୍ରାସ ପାଇପାରେ।
ମୋବାଇଲ୍ ରିଚାର୍ଜକୁ ନେଇ TRAI ନୂଆ ନିୟମ ଜାରି କରିଛି। Te...
ଭୁବନେଶ୍ୱର: ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧି...
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭ...
ଓଡ଼ିଶାର ସରକାରୀ ସ୍କୁଲଗୁଡ଼ିକରେ ନୂଆ ପାଠ୍ୟକ୍ରମ ଅନୁଯାୟୀ...
ରାଜ୍ୟର ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ...
ମୁମ୍ବାଇରଆଇଆଇଟି ବମ୍ବେରେ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ...
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ...
ଚଣ୍ଡୀଗଡ଼ରେ ମାଗଣା iPhone ବାଣ୍ଟିବାକୁ ନେଇ ଘୋଷଣା ହୋଇଥି...
ନୂଆଦିଲ୍ଲୀ: ନିଜ ନାଁ ଓ ପରିଚୟପତ୍ରରେ ନିଆଯାଇଥିବା SIM କା...
IIT Bombayର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ରବୀନ୍ଦ...
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଓ...
ପାକିସ୍ତାନରଖୈବର ପଖ୍ତୁନଖ୍ୱାରେ ଜଣେ ପ୍ରାଦେଶିକ ମନ୍ତ୍ରୀଙ...