ଅଢ଼େଇ ବର୍ଷରେ ବଦଳିବ ଭୁବନେଶ୍ୱର-ପୁରୀ ରାସ୍ତାର ଚିତ୍ର! ୬ ଲେନ୍ ସହ ରହିବ ସର୍ଭିସ୍ ଲେନ୍, ଆରମ୍ଭ ହେଲା DPR ପ୍ରସ୍ତୁତି

ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଯାତାୟାତକୁ ଅଧିକ ସୁଗମ କରିବା ପାଇଁ ଜାତୀୟ ରାଜପଥ-୩୧୬କୁ ୬ ଲେନ୍‌ରେ ପରିଣତ କରାଯିବ।
Puri Tourism
Puri Tourism

ଭୁବନେଶ୍ୱର-ପୁରୀ ଯାତ୍ରା ହେବ ଆହୁରି ସହଜ

ଭୁବନେଶ୍ୱର: ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଯାତାୟାତ ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ୬ ଲେନ୍‌ରେ ପରିଣତ କରିବାକୁ ଯୋଜନା ହୋଇଛି। ଏହି ପ୍ରକଳ୍ପକୁ ଆସନ୍ତା ୨ରୁ ଅଢ଼େଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା DPR ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱରର ନିର୍ମାଣ ସୌଧଠାରେ ଜାତୀୟ ରାଜପଥ ବିଭାଗ ଓ NHAIର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

୬ ଲେନ୍ ସହ ରହିବ ସର୍ଭିସ୍ ଲେନ୍

ପ୍ରସ୍ତାବିତ ଯୋଜନା ଅନୁସାରେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ରାସ୍ତାରେ ମୁଖ୍ୟ ୬ ଲେନ୍ ସହ ସର୍ଭିସ୍ ଲେନ୍‌ର ବ୍ୟବସ୍ଥା ରହିବ। ଏହାଦ୍ୱାରା ଦୈନନ୍ଦିନ ଯାତାୟାତ ଅଧିକ ସୁଗମ ହେବା ସହ ରାସ୍ତାରେ ଟ୍ରାଫିକ୍ ଚାପ ହ୍ରାସ ପାଇବା ଆଶା କରାଯାଉଛି।

ଏହି ରାସ୍ତାରେ ସପ୍ତାହାନ୍ତ, ଛୁଟିଦିନ ଓ ରଥଯାତ୍ରା ଭଳି ବଡ଼ ଧାର୍ମିକ ଉତ୍ସବ ସମୟରେ ଯାନବାହନ ଚଳାଚଳ ବହୁତ ବଢ଼ିଯାଏ। ଫଳରେ ଯାତ୍ରୀ, ପର୍ଯ୍ୟଟକ ଓ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ଦୀର୍ଘ ସମୟ ଟ୍ରାଫିକ୍‌ରେ ଅଟକି ରହିବାକୁ ପଡ଼େ। ୬ ଲେନ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହି ସମସ୍ୟାରୁ ଅନେକ ଆଶ୍ୱସ୍ତି ମିଳିପାରିବ।

DPR ପ୍ରସ୍ତୁତି ପରେ ଆଗକୁ ବଢ଼ିବ ପ୍ରକଳ୍ପ

ପ୍ରକଳ୍ପର ଡିଜାଇନ୍‌, ନିର୍ମାଣ ଯୋଜନା ଓ ଅନ୍ୟାନ୍ୟ ବୈଷୟିକ ଦିଗକୁ ନେଇ DPR ପ୍ରସ୍ତୁତ କରାଯିବ। ଏହା ସହ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମତି ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ସମୟରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ ଉପରେ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି।

ଯେଉଁ ପ୍ରକଳ୍ପଗୁଡ଼ିକରେ କାମ ଅଧାପନ୍ତରିଆ ରହିଛି, ସେଗୁଡ଼ିକୁ ଶୀଘ୍ର ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ରିଙ୍ଗ୍ ରୋଡ୍ ଉପରେ ମଧ୍ୟ ଗୁରୁତ୍ୱ

କେବଳ ଭୁବନେଶ୍ୱର-ପୁରୀ ରାସ୍ତା ନୁହେଁ, ରାଜଧାନୀରେ ରିଙ୍ଗ୍ ରୋଡ୍ ଓ ଆଉଟର ରିଙ୍ଗ୍ ରୋଡ୍ ନିର୍ମାଣ ଦିଗରେ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଆଗକୁ ବଢ଼ିଲେ ଭୁବନେଶ୍ୱର ସହର ଭିତରେ ଟ୍ରାଫିକ୍ ଚାପ କମିବା ସହ ବାହ୍ୟ ଅଞ୍ଚଳରେ ଯାତାୟାତ ସୁବିଧା ବଢ଼ିବ ବୋଲି ଆଶା ରହିଛି।

ଏଥିସହ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ପାଇଁ ମଧ୍ୟ ଯୋଜନା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ପୁରୀ ଯାତ୍ରା ଓ ପର୍ଯ୍ୟଟନକୁ ମିଳିବ ଲାଭ

ପୁରୀ ହେଉଛି ଓଡ଼ିଶାର ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଭୁବନେଶ୍ୱର ଦେଇ ପୁରୀ ଯାତ୍ରା କରନ୍ତି। ଏଭଳି ସ୍ଥିତିରେ ରାସ୍ତାର ସମ୍ପ୍ରସାରଣ ହେଲେ ଯାତ୍ରା ସମୟ କମିବା ସହ ପର୍ଯ୍ୟଟନ, ବାଣିଜ୍ୟ ଓ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଲାଭ ମିଳିପାରିବ।

ତେବେ ବର୍ତ୍ତମାନ ପ୍ରକଳ୍ପର DPR ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାର ବିସ୍ତୃତ ଡିଜାଇନ୍‌, ଖର୍ଚ୍ଚ ଓ ନିର୍ମାଣ ସମୟସୂଚୀ ସମ୍ପର୍କରେ ଆଗାମୀ ପର୍ଯ୍ୟାୟରେ ଅଧିକ ସ୍ପଷ୍ଟତା ମିଳିବ।

LIVE TV
LIVE
Latest News
କେବଳ ଫୁସ୍‌ଫୁସ୍‌ ନୁହେଁ, ଡାଇବେଟିସ୍‌ର ବିପଦ ବଢ଼ାଉଛି ବାୟୁ ପ୍ରଦୂଷଣ! ନୂଆ ଅଧ୍ୟୟନରେ ଚିନ୍ତାଜନକ ତଥ୍ୟ

କେବଳ ଫୁସ୍‌ଫୁସ୍‌ ନୁହେଁ, ଡାଇବେଟିସ୍‌ର ବିପଦ ବଢ଼ାଉଛି...

ପ୍ରଦୂଷିତ ବାୟୁ ଯୋଗୁଁ ବଢ଼ିପାରେ ଟାଇପ୍‌-୨ ଡାଇବେଟି...

୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଦିଲୀପ ରାୟ ମୃତ, ପଶ୍ଚିମବଙ୍ଗରେ ଚତୁର୍ଥ ଏନକାଉଣ୍ଟର

୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ...

୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ ଏନ...

ବେଆଇନ ତମାଖୁ ବିକ୍ରି ଉପରେ ବଡ଼ ଚଢ଼ାଉ: ହୋଲସେଲରଙ୍କ ସମେତ ୧୦ ଜଣ ଅଟକ, ୫୫୧ ଇ-ସିଗାରେଟ୍ ଜବତ

ବେଆଇନ ତମାଖୁ ବିକ୍ରି ଉପରେ ବଡ଼ ଚଢ଼ାଉ:...

ବେଆଇନ ତମାଖୁ ଓ ନିଷିଦ୍ଧ ଇ-ସିଗାରେଟ୍ ବିକ୍ରି ଉପରେ ପୋଲିସ...

କ୍ୟାନ୍ସର ଔଷଧ ଦାମ୍‌ରେ ବଡ଼ ହ୍ରାସ! ୯୬.୪୫% ପର୍ଯ୍ୟନ୍ତ କମିଲା ମୂଲ୍ୟ, ରୋଗୀଙ୍କ ବାର୍ଷିକ ୩,୫୪୦ କୋଟି ଟଙ୍କା ସଞ୍ଚୟ ଆକଳନ

କ୍ୟାନ୍ସର ଔଷଧ ଦାମ୍‌ରେ ବଡ଼ ହ୍ରାସ! ୯୬.୪୫%...

ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସା କରାଉଥିବା ରୋଗୀ ଓ ସେମାନ...

ବାୟୁ ପ୍ରଦୂଷଣ ବିରୋଧରେ କୋଭିଡ୍ ଭଳି ଲଢ଼େଇ ଦରକାର! ଚେତାବନୀ ଦେଲେ WHOର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ

ବାୟୁ ପ୍ରଦୂଷଣ ବିରୋଧରେ କୋଭିଡ୍ ଭଳି ଲଢ଼େଇ...

ନୂଆଦିଲ୍ଲୀ: ଦେଶରେ ବାୟୁ ପ୍ରଦୂଷଣ ଏବେ ଏକ ଗମ୍ଭୀର ଜନସ୍ୱା...

ଜାତୀୟସ୍ତରର ମହିଳା ବକ୍ସର ମନ୍ତସାଙ୍କ ମୃତଦେହ ଉଦ୍ଧାର! କାନପୁର-ପ୍ରୟାଗରାଜ ହାଇୱେ କଡ଼ରୁ ମିଳିଲା ଶବ, ସାଙ୍ଗଙ୍କ ଉପରେ ପରିବାରର ସନ୍ଦେହ

ଜାତୀୟସ୍ତରର ମହିଳା ବକ୍ସର ମନ୍ତସାଙ୍କ ମୃତଦେହ ଉଦ୍ଧାର!...

ଉତ୍ତରପ୍ରଦେଶରେ ଜଣେ ମହିଳା ବକ୍ସରଙ୍କ ରହସ୍ୟଜନକ ମୃତ୍ୟୁକୁ...

ରକ୍ତ ପରୀକ୍ଷାରେ କିଡ୍‌ନୀ ଖରାପ ହେଉଥିବା ସଙ୍କେତ! ରିପୋର୍ଟ ଦେଖି ଭୟଭୀତ ହେବେ ନାହିଁ, ଜାଣନ୍ତୁ କେତେ ଭରସାଯୋଗ୍ୟ ଏହି ଟେଷ୍ଟ

ରକ୍ତ ପରୀକ୍ଷାରେ କିଡ୍‌ନୀ ଖରାପ ହେଉଥିବା ସଙ୍କେତ!...

ଭୁବନେଶ୍ୱର: ଆଜିକାଲି ଅନେକ ଲୋକ ନିଜ ସ୍ୱାସ୍ଥ୍ୟ ସମ୍ପର୍କର...

ଦୀପାବଳି ଉତ୍ସବରେ ରକ୍ତରଞ୍ଜିତ ତାମିଲନାଡୁ! ଗୋଟିଏ ରାତିରେ ୧୦ ହତ୍ୟା, ପୋଲିସ ଅଧିକାରୀଙ୍କ ସମେତ ଅନେକଙ୍କ ମୃତ୍ୟୁ

ଦୀପାବଳି ଉତ୍ସବରେ ରକ୍ତରଞ୍ଜିତ ତାମିଲନାଡୁ! ଗୋଟିଏ ରାତିରେ...

ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ତାମିଲନାଡୁରେ ଖେଳିଯାଇଛି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+