ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ନୂଆ ନିୟମ ଲାଗୁ କରାଯାଇଛି। କଳାବଜାରୀ ଓ ଇନ୍ଧନ ମଜୁତଦାରିକୁ ରୋକିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
ନୂଆ ନିର୍ଦ୍ଦେଶ ଅନୁସାରେ, ଏକ ଟ୍ରାଞ୍ଜାକ୍ସନରେ ସର୍ବାଧିକ ୫୦ ଲିଟର ପେଟ୍ରୋଲ ଓ ୫୦୦ ଲିଟର ହାଇସ୍ପିଡ୍ ଡିଜେଲ ବିକ୍ରି କରାଯିବ। Bhubaneswar Retail Sales Association ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଥିବାବେଳେ ସମସ୍ତ ପେଟ୍ରୋଲ ପମ୍ପକୁ କଠୋର ଭାବେ ଏହା ପାଳନ କରିବାକୁ କୁହାଯାଇଛି।
ନିର୍ଦ୍ଦେଶ ଉଲ୍ଲଂଘନ କଲେ ପମ୍ପଗୁଡ଼ିକର ଇନ୍ଧନ ଯୋଗାଣ ବନ୍ଦ ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସତର୍କ କରାଯାଇଛି। ଅଧିକ ପରିମାଣରେ ଇନ୍ଧନ କ୍ରୟ ଓ କଳାବଜାରୀ ରୋକିବାକୁ ଏହାକୁ ଆବଶ୍ୟକ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ସୂଚନା ଅନୁଯାୟୀ, ଶିଳ୍ପ କ୍ଷେତ୍ରର ଡିଜେଲ ଦର ବ୍ୟାବସାୟିକ ଡିଜେଲ ତୁଳନାରେ ଅଧିକ ଥିବାରୁ କିଛି ମାମଲାରେ ବହୁ ପରିମାଣରେ କ୍ରୟ ହେଉଥିଲା। ଏହି ପରିପ୍ରେକ୍ଷୀରେ ଡିଜେଲ ବିକ୍ରି ସୀମା ନିର୍ଦ୍ଧାରଣ ହୋଇଛି।
ତେବେ ବଡ଼ ଟ୍ୟାଙ୍କ କ୍ଷମତା ଥିବା ଗାଡ଼ି ପାଇଁ ପ୍ରମାଣପତ୍ର ଦେଖାଇ ଅଧିକ ଇନ୍ଧନ କ୍ରୟର ସୁବିଧା ରହିବ। କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି, ଏହି ପଦକ୍ଷେପର ସହ ଇନ୍ଧନ ଅଭାବ କିମ୍ବା ଅନ୍ୟ କୌଣସି ବାହ୍ୟ ପରିସ୍ଥିତିର ସମ୍ପର୍କ ନାହିଁ।
ପୂର୍ବତନ ଭାରତୀୟ କ୍ରିକେଟର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଝିଅ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଭାରତୀୟ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ପରେ ଏବେ ରୋହି...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ଜୁରିଖ ଡାଏମଣ୍ଡ ଲିଗ୍‌ରେ ପୁଣିଥରେ ଚମକିଛନ୍ତି ସ୍ୱିଡ...