ଭୁବନେଶ୍ୱରର ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଦୁଇ ହତ୍ୟାକାଣ୍ଡର ରହସ୍ୟର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ମଙ୍ଗଳବାର ପୋଲିସ ଏହି ମାମଲାରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଦୁଇ ନାବାଳକ ଛାତ୍ରଙ୍କୁ ଗିରଫ କରିବା ସହ ସେମାନଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି।
ପୋଲିସ ସୂଚନା ଅନୁଯାୟୀ, ମୃତ କୃଷ୍ଣ ପ୍ରସାଦ ପାଢ଼ୀ ଜଣେ ବି.ଏସ୍.ସି. ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଅଭିଯୋଗ ଅନୁସାରେ, ସେ ପ୍ରାୟ ଏକ ବର୍ଷ ଧରି ଜଣେ ଛାତ୍ରୀଙ୍କୁ ହଇରାଣ କରୁଥିଲେ। ଏହି ଛାତ୍ରୀଙ୍କ ସହ ଅଭିଯୁକ୍ତ ଦୁଇ ନାବାଳକଙ୍କ ପରିଚୟ ଥିବାରୁ ଦୀର୍ଘଦିନ ଧରି ସେମାନଙ୍କ ମଧ୍ୟରେ ବିବାଦ ଚାଲିଆସୁଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, ଦୁଇ ନାବାଳକ ପୂର୍ବଯୋଜନା ଅନୁଯାୟୀ ଲଙ୍କାଗୁଣ୍ଡ, ଲୁହା ରଡ଼ ଏବଂ ମୁହଁ ଢାଙ୍କିବା ପାଇଁ କପଡ଼ା ନେଇ ରାତିରେ କୃଷ୍ଣଙ୍କ ଘରକୁ ପ୍ରବେଶ କରିଥିଲେ। ସେଠାରେ ସେମାନେ କୃଷ୍ଣଙ୍କୁ ଆକ୍ରମଣ କରିଥିଲେ।
ପୁଅକୁ ବଞ୍ଚାଇବାକୁ ଯାଇ କୃଷ୍ଣଙ୍କ ବାପା ହିମାଂଶୁ ପାଢ଼ୀ ଓ ଭଉଣୀ ତାପସୀ ପାଢ଼ୀ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତିନିଜଣଙ୍କୁ ତୁରନ୍ତ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା। ସେଠାରେ କୃଷ୍ଣଙ୍କ ବାପା ହିମାଂଶୁ ପାଢ଼ୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ତାପସୀଙ୍କ ଚିକିତ୍ସା ଏବେ ମଧ୍ୟ ଜାରି ରହିଛି।
କମିଶନରେଟ୍ ପୋଲିସ କମିଶନର ସୁରେଶ ଦେବ ଦତ୍ତ ସିଂହ କହିଛନ୍ତି ଯେ, ଅଭିଯୁକ୍ତମାନଙ୍କର କୌଣସି ପୂର୍ବ ଅପରାଧିକ ରେକର୍ଡ ନଥିଲା। ତେବେ ଏହି ହତ୍ୟାକାଣ୍ଡ ପୂର୍ବଯୋଜିତ ଥିଲା। ଘଟଣାରେ ବ୍ୟବହୃତ ଲୁହା ରଡ଼ ଓ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି।
ପୋଲିସ ସ୍ପଷ୍ଟ କରିଛି ଯେ, ଏହି ଘଟଣା କୌଣସି ଗ୍ୟାଙ୍ଗ୍ ବିବାଦର ଫଳ ନୁହେଁ। ବରଂ ଜଣେ ଛାତ୍ରୀଙ୍କୁ ନେଇ ଦୀର୍ଘଦିନର ବିବାଦ ଏବଂ ତତ୍କାଳୀନ ପରିସ୍ଥିତିରୁ ଏହି ଆକ୍ରମଣ ଘଟିଥିବା ତଦନ୍ତରେ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ୍, ବୈଜ୍ଞାନିକ ପ୍ରମାଣ ଓ ଗୁପ୍ତ ସୂଚନା ଆଧାରରେ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା।
ଉଭୟ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇ ପରେ ଜୁଭେନାଇଲ ହୋମକୁ ପଠାଯାଇଛି। ପୋଲିସ କହିଛି ଯେ, ଘଟଣାର ସମ୍ପୂର୍ଣ୍ଣ କ୍ରମ ଓ ଅଧିକ ପ୍ରମାଣ ସଂଗ୍ରହ ପାଇଁ ତଦନ୍ତ ଜାରି ରହିଛି।
ଭାରତରେ ବ୍ୟବହୃତ ଆଣ୍ଟି-ରାବିଜ୍ ଟିକାAbhayrabକୁ ନେଇ ପୁଣ...
ଅଭିନେତ୍ରୀବିପାଶା ବାସୁନିଜ ଫିଲ୍ମ କ୍ୟାରିୟରର ଏକ ଗୁରୁତ୍ୱ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
‘ମିର୍ଜାପୁର: ଦି ମୁଭି’ବକ୍ସ ଅଫିସ୍ରେ ଜବରଦସ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ମାଲାୟାଲମ୍ ସୁପରଷ୍ଟାରମମୁଟ୍ଟିଙ୍କ ୭୫ତମ ଜନ୍ମଦିନରେ ତାଙ୍କ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
**‘ମିର୍ଜାପୁର: ଦି ମୁଭି’**ରେ ଏକ ପ୍ରାୟ ୫୦...