ବଲିଉଡ୍ର ଲୋକପ୍ରିୟ କମେଡି ଫିଲ୍ମ ‘ଭାଗମ ଭାଗ’ର ସିକ୍ୱେଲ୍ ‘ଭାଗମ ଭାଗ ୨’କୁ ନେଇ ଦର୍ଶକଙ୍କ ଅପେକ୍ଷା ଆହୁରି ବଢ଼ିଛି। ଫିଲ୍ମର ପ୍ରଥମ ଲୁକ୍ ଖୁବ୍ଶୀଘ୍ର ସାମ୍ନାକୁ ଆସିପାରେ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ନିର୍ଦ୍ଦେଶକ ରାଜ ଶାଣ୍ଡିଲ୍ୟା ମଙ୍ଗଳବାର ଏକ ରହସ୍ୟମୟ ପୋଷ୍ଟ ସେୟାର କରି ପ୍ରଶଂସକଙ୍କ ଉତ୍ସୁକତା ବଢ଼ାଇଛନ୍ତି। ସେ ଏକ୍ସ (X)ରେ ଲେଖିଛନ୍ତି, “ବସ୍ ଥୋଡ଼ା ଔର ଇନ୍ତଜାର… ଉସକେ ବାଦ ସାରେ ‘ସିଗ୍ନାଲ୍’ ଖୁଲନେ ୱାଲେ ହୈଁ…”
ରାଜ ଶାଣ୍ଡିଲ୍ୟାଙ୍କ ଏହି ‘ସିଗ୍ନାଲ୍’ ଶବ୍ଦ ଫିଲ୍ମ ପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଛି। ଏହା ‘ଭାଗମ ଭାଗ’ର ଲୋକପ୍ରିୟ ଗୀତ ‘ସିଗ୍ନାଲ୍’କୁ ସୂଚାଉଥିବା ନେଇ ଅନୁମାନ କରାଯାଉଛି।
ଏହା ପରେ ଅଭିନେତା ପରେଶ ରାୱଲଙ୍କ ପ୍ରତିକ୍ରିୟା ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ସେ ରାଜଙ୍କ ପୋଷ୍ଟକୁ ପୁନଃ ସେୟାର କରି କେବଳ “AMEN!” ଲେଖିଛନ୍ତି। ଏହା ପରେ ଫିଲ୍ମର ଅଫିସିଆଲ୍ ଘୋଷଣା କିମ୍ବା ପ୍ରଥମ ଝଲକ ଶୀଘ୍ର ଆସିପାରେ ବୋଲି ପ୍ରଶଂସକମାନେ ଆଶା କରୁଛନ୍ତି।
‘ଭାଗମ ଭାଗ ୨’ରେ ଅକ୍ଷୟ କୁମାର ଓ ପରେଶ ରାୱଲ ନିଜ ଭୂମିକାରେ ଫେରୁଥିବା ବେଳେ ମନୋଜ ବାଜପେୟୀ ଗୋବିନ୍ଦାଙ୍କ ଦ୍ୱାରା ଅଭିନୀତ ଭୂମିକାରେ ନଜର ଆସିବେ।
୨୦୦୬ରେ ମୁକ୍ତିଲାଭ କରିଥିବା ‘ଭାଗମ ଭାଗ’ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ଏକ କଲ୍ଟ କମେଡି ଫିଲ୍ମ ଥିଲା। କମେଡି, ଭୁଲବୁଝାବୁଝି ଓ ରୋମାଞ୍ଚକର କାହାଣୀ ପାଇଁ ଏହା ଦର୍ଶକଙ୍କ ମନରେ ଆଜି ମଧ୍ୟ ସ୍ଥାନ ରଖିଛି।
ତେବେ ଫିଲ୍ମ ନିର୍ମାଣ ପୂର୍ବରୁ ନିର୍ଦ୍ଦେଶକ ରାଜ ଶାଣ୍ଡିଲ୍ୟାଙ୍କୁ ନେଇ ଏକ ବିବାଦ ମଧ୍ୟ ସାମ୍ନାକୁ ଆସିଥିଲା। ପ୍ରଯୋଜକ ଏକତା କପୁରଙ୍କ ବ୍ୟାନର ସହ ତାଙ୍କ ଚୁକ୍ତିକୁ ନେଇ ବିବାଦ ହୋଇଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇଥିଲା।
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ସୁସ୍ଥ ରହିବା ପାଇଁ ପ୍ରତିଦିନ ସପ୍ଲିମେଣ୍ଟ ଖାଇବା ଜରୁରୀ କ...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
କର୍କଟ ରୋଗର ଚିକିତ୍ସା ଖର୍ଚ୍ଚ ଅନେକ ପରିବାର ପାଇଁ ବଡ଼ ଆର...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...