ଭଦ୍ରକରେ ୱାର୍ଡ ସଦସ୍ୟଙ୍କୁ ହାଣି ହତ୍ୟା, ଜଣେ ଗୁରୁତର; ପୁରୁଣା ଶତ୍ରୁତାରୁ ଆକ୍ରମଣ ସନ୍ଦେହ

ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଞ୍ଚଳରେ ଜଣେ ନିର୍ବାଚିତ ୱାର୍ଡ ସଦସ୍ୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ତାଙ୍କୁ ବଞ୍ଚାଇବାକୁ ଯାଇ ଆହତ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
Police investigating the murder of a ward member following a deadly sharp-weapon attack in Bhadrak district
Police investigating the murder of a ward member following a deadly sharp-weapon attack in Bhadrak district
ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ସରସଦା ପଞ୍ଚାୟତର ୧୩ ନମ୍ବର ୱାର୍ଡର ନିର୍ବାଚିତ ୱାର୍ଡ ସଦସ୍ୟ ଜଗନ ସାହୁଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବାବେଳେ ଅନ୍ୟ ଜଣେ ବ୍ୟକ୍ତି ବଟକୃଷ୍ଣ ସାହୁ ଗୁରୁତର ଆହତ ହୋଇଛନ୍ତି।
ବୁଧବାର ରାତି ପ୍ରାୟ ୧୦ଟା ସମୟରେ ସରସଦା ପଞ୍ଚାୟତ ଅଧୀନ ଉତ୍ତରଗଡ଼ିଆ ଗାଁରେ ଏହି ଘଟଣା ଘଟିଥିଲା। ଜଗନ ସାହୁ ଓ ବଟକୃଷ୍ଣ ସାହୁ ବଜାରରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ଛକି ରହିଥିବା ଦୁର୍ବୃତ୍ତମାନେ ତାଙ୍କ ଉପରେ ଆକ୍ରମଣ କରିଥିବା ପୋଲିସ ସନ୍ଦେହ କରୁଛି।

ସ୍ଥାନୀୟ ଲୋକ ଓ ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ପ୍ରଥମେ ଜଗନ ସାହୁଙ୍କ ବେକ, ଛାତି ଓ ପେଟ ଅଞ୍ଚଳକୁ ଆକ୍ରମଣ କରିଥିଲା। ଫଳରେ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇଥିବା ବଟକୃଷ୍ଣ ସାହୁ ମଧ୍ୟ ଆକ୍ରମଣର ଶିକାର ହୋଇ ହାତ ଓ ଗୋଡ଼ରେ ଗୁରୁତର ଆଘାତ ପାଇଥିଲେ।

ଆହତ ବଟକୃଷ୍ଣ ସାହୁଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ହତ୍ୟାକାଣ୍ଡ ପରେ ଅଞ୍ଚଳରେ ଉତ୍ତେଜନା ଓ ଶୋକର ପରିବେଶ ସୃଷ୍ଟି ହୋଇଛି। ଜଗନ ସାହୁ ଜଣେ ସକ୍ରିୟ ଜନପ୍ରତିନିଧି ଏବଂ ଅଞ୍ଚଳରେ ଜଣାଶୁଣା ଯୁବକ ଥିବାରୁ ଘଟଣାଟି ସ୍ଥାନୀୟ ଲୋକଙ୍କୁ ମର୍ମାହତ କରିଛି।

ଘଟଣା ସମ୍ପର୍କରେ ପୋଲିସ ରତ୍ନାକର ସାହୁ ଓ ଜଗଦାନନ୍ଦ ନାୟକ ନାମକ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରାୟ ଦୁଇ ବର୍ଷ ପୂର୍ବରୁ ମଧ୍ୟ ରତ୍ନାକର ସାହୁ ଜଗନ ସାହୁଙ୍କ ଉପରେ ସମାନ ଧରଣର ଆକ୍ରମଣ କରିଥିଲେ ଏବଂ ପରେ ଜାମିନରେ ମୁକ୍ତ ହୋଇଥିଲେ।

ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଏହି ଆକ୍ରମଣ ପଛରେ ପୁରୁଣା ଶତ୍ରୁତା ଥାଇପାରେ ବୋଲି ସନ୍ଦେହ କରୁଛି। ଭଣ୍ଡାରିପୋଖରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଏହା ପୂର୍ବ ଯୋଜନାବଦ୍ଧ ହତ୍ୟା କି ନୁହେଁ, ସେ ଦିଗରେ ମଧ୍ୟ ଖୋଳତାଡ଼ ଚାଲିଛି।

LIVE TV
LIVE
Latest News
ବିଦେଶୀ ନାଗରିକଙ୍କ ପାଇଁ ପାସପୋର୍ଟ-ଭିସା ନିୟମ କୋହଳ କଲେ କେନ୍ଦ୍ର! ପାକିସ୍ତାନୀ, ଶରଣାର୍ଥୀ ଓ ତିବ୍ବତୀୟଙ୍କୁ ମିଳିବ ଆଶ୍ୱସ୍ତି

ବିଦେଶୀ ନାଗରିକଙ୍କ ପାଇଁ ପାସପୋର୍ଟ-ଭିସା ନିୟମ କୋହଳ...

ଭାରତରେ ରହୁଥିବା କିଛି ବର୍ଗର ବିଦେଶୀ ନାଗରିକଙ୍କୁ ବଡ଼ ଆଶ...

ସୁନା ଦର ମହଙ୍ଗା, କିନ୍ତୁ କମିନି ଚାହିଦା! ଧନତେରସରେ ରିଙ୍ଗ୍‌, ହାଲୁକା ହାର ଓ ସୁନା ମୁଦ୍ରାକୁ ଅଧିକ ପସନ୍ଦ କରୁଛନ୍ତି ଭାରତୀୟ

ସୁନା ଦର ମହଙ୍ଗା, କିନ୍ତୁ କମିନି ଚାହିଦା!...

ଧନତେରସ ଆସିଲେ ସୁନା କିଣିବାର ପରମ୍ପରା ଭାରତୀୟ ପରିବାରରେ...

ଧନତେରସରେ ସୁନା କିଣିଲେ ସତରେ ବଢ଼େ କି ଧନ? ଜାଣନ୍ତୁ ଏହା ପଛର ପୌରାଣିକ କାହାଣୀ ଓ ଆର୍ଥିକ ରହସ୍ୟ

ଧନତେରସରେ ସୁନା କିଣିଲେ ସତରେ ବଢ଼େ କି...

ଆଜି ଧନତେରସ। ଦୀପାବଳି ପୂର୍ବରୁ ପାଳନ କରାଯାଉଥିବା ଏହି ପର...

ଏସିଆନ୍ ପାରା ଗେମ୍ସର ବିଜେତାଙ୍କୁ ମୋଦିଙ୍କ ଅଭିନନ୍ଦନ! କହିଲେ- ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଜଣାଉଛି ଶୁଭେଚ୍ଛା

ଏସିଆନ୍ ପାରା ଗେମ୍ସର ବିଜେତାଙ୍କୁ ମୋଦିଙ୍କ ଅଭିନନ୍ଦନ!...

ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...

IPL ୨୦୨୭ ପୂର୍ବରୁ CSK-SRH ମଧ୍ୟରେ ବଡ଼ ଟ୍ରେଡ୍! ଚେନ୍ନାଇକୁ ଲିଭିଂଷ୍ଟୋନ୍ ଓ ଜ୍ୟାକ୍ ଏଡୱାର୍ଡସ୍, ହାଇଦ୍ରାବାଦକୁ ଖଲିଲ୍ ଓ ନାଥନ୍ ଏଲିସ୍

IPL ୨୦୨୭ ପୂର୍ବରୁ CSK-SRH ମଧ୍ୟରେ ବଡ଼...

ନୂଆଦିଲ୍ଲୀ: IPL ୨୦୨୭ ପାଇଁ ଦଳ ଗଠନ ପ୍ରକ୍ରିୟା ଆରମ୍ଭ ହେ...

୧୧୪ ପଦକ ଜିତି ଇତିହାସ ରଚିଲେ ପାରା ଆଥଲେଟ୍, ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୋଦୀ

୧୧୪ ପଦକ ଜିତି ଇତିହାସ ରଚିଲେ ପାରା...

ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...

ମାତ୍ର ୫୭.୬୪ କୋଟିର IPOକୁ ୫୩୬ ଗୁଣା ସବ୍‌ସ୍କ୍ରିପ୍‌ସନ୍‌! ୨୦,୩୬୮ କୋଟି ଟଙ୍କାର ବିଡ୍‌ ଲଗାଇଲେ ନିବେଶକ

ମାତ୍ର ୫୭.୬୪ କୋଟିର IPOକୁ ୫୩୬ ଗୁଣା...

ଶେୟାର ବଜାରରେ ଏକ ଛୋଟ SME IPOକୁ ନେଇ ଏବେ ଜୋରଦାର ଚର୍ଚ୍...

ମହଙ୍ଗା ବିମାନ ଇନ୍ଧନରେ ଉଡ଼ାଣ ସେବାକୁ ଝଟକା! ATF ଦର କମାଇବାକୁ ସରକାରଙ୍କୁ ଆଞ୍ଚଳିକ ଏୟାରଲାଇନ୍ସର ଦାବି

ମହଙ୍ଗା ବିମାନ ଇନ୍ଧନରେ ଉଡ଼ାଣ ସେବାକୁ ଝଟକା!...

ମହଙ୍ଗା ବିମାନ ଇନ୍ଧନ ଏବେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+