ଭଦ୍ରକ ଜିଲ୍ଲାରେ ବନ୍ୟାର ଭୟାବହ ପ୍ରଭାବ ଚାଷୀଙ୍କ ଉପରେ ପଡ଼ିଛି। ଚାନ୍ଦବାଲି ବ୍ଲକର ନନ୍ଦପୁର, ଆରଡ଼ି, ସୁନ୍ଦରପୁର ଓ ଓଲଗ ପଞ୍ଚାୟତରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବାରମ୍ବାର ବନ୍ୟା ଆସିବା ଫଳରେ ଚାଷ ଜମି ପ୍ରାୟ ଦୁଇ ମାସ ଧରି ପାଣିରେ ବୁଡ଼ି ରହିଥିଲା। ଫଳରେ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କୃଷି ବିଭାଗର ଅଧିକାରୀମାନେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଚାଷ ଜମିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ପ୍ରଶାସନକୁ ଦିଆଯାଇଛି। ରିପୋର୍ଟ ଅନୁସାରେ ଚାରିଟି ପଞ୍ଚାୟତରେ ପ୍ରାୟ୩,୩୦୦ ହେକ୍ଟର ଖରିଫ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟହୋଇଛି।
ଫସଲ ନଷ୍ଟ ହେବା ପରେ ଚାଷୀମାନେ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ଅନେକ ଚାଷୀ କହିଛନ୍ତି ଯେ ଧାନ ଫସଲ ନଷ୍ଟ ହୋଇଯାଇଥିବାରୁ ସେମାନେ ଖରିଫ ଫସଲ ପଞ୍ଜୀକରଣ ମଧ୍ୟ କରିପାରିନାହାନ୍ତି। ବନ୍ୟାରେ ହୋଇଥିବା କ୍ଷତିକୁ ଦୃଷ୍ଟିରେ ରଖି କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ମଧ୍ୟ ଚାଷୀମାନେ ଦାବି କରିଛନ୍ତି।
ଏବେ ରବି ଚାଷ ଋତୁ ଆସୁଥିବାରୁ ଚାଷୀମାନେ ପୁଣି ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେଣୁ ପ୍ରଶାସନ ପକ୍ଷରୁବିହନ ଓ ସାର ଯୋଗାଇ ଦେବାକୁସେମାନେ ଦାବି କରିଛନ୍ତି। ଦୀର୍ଘ ସମୟ ଧରି ଜଳମଗ୍ନ ରହିଥିବା ଜମିକୁ ପୁଣି ଚାଷ ଉପଯୋଗୀ କରିବା ଏବେ ପ୍ରଶାସନ ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।
ସନ୍ତାନ ସୁଖ ପାଇଁ IVF ଚିକିତ୍ସା ଅନେକ ଦମ୍ପତିଙ୍କ ପାଇଁ ଏ...
India Today Conclave South 2026ରେ OBC ସଂରକ୍ଷଣ ଓ ରା...
ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ବିଶ୍ୱ ହୃଦୟ ଦିବସ ପା...
ସାଧାରଣତଃ ହାଇସ୍କୁଲ୍ର ଶେଷ ଆଡ଼କୁ ଛାତ୍ରଛାତ୍ରୀମାନେ SAT...
EducationWorld ପକ୍ଷରୁ ପ୍ରକାଶିତ EducationWorld Indi...
ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ବମ୍ବେରେ S...
ମା’ କ୍ଷୀରରେ ବିଭିନ୍ନ ବିଷାକ୍ତ ରାସାୟନିକ ଉପାଦାନର...
CBSEର ତ୍ରିଭାଷୀ ନୀତିକୁ ନେଇ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ...
AIMIM ମୁଖ୍ୟ ତଥା Hyderabadର Lok Sabha MP Asaduddin...
Punjabର Lovely Professional University (LPU)ରେ ସମ୍...
Bollywood ଅଭିନେତ୍ରୀ ଓ BJP ସାଂସଦ Kangana Ranautଙ୍କୁ...
ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ହୃଦ୍‌ରୋଗ ଏକ ଗୁରୁତର ଚ...