ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ବନ୍ୟାର ତାଣ୍ଡବ ଜାରି ରହିଛି। ପ୍ରଥମ ବନ୍ୟାର ପାଣି ସମ୍ପୂର୍ଣ୍ଣ ଭାବେ ନିଷ୍କାସନ ହୋଇନଥିବା ବେଳେ ଦ୍ୱିତୀୟ ବନ୍ୟା ଲହରୀ ଅଞ୍ଚଳବାସୀଙୱ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ଚାରିଆଡ଼େ ଏବେ କେବଳ ପାଣି ହିଁ ପାଣି ଦେଖିବାକୁ ମିଳୁଛି—ଚାଷଜମି, ରାସ୍ତାଘାଟ, ଗ୍ରାମ ଓ ସହର ସବୁଠି ବନ୍ୟା ଜଳ ଛାଇ ରହିଛି।
କଂସବଂସା, ଗମେଇ, ନୂଆନାଇ, କାଞ୍ଚୁଡ଼ି ଓ ମାନ୍ତେଇ ନଦୀର ଜଳସ୍ତର ପୁଣିଥରେ ବଢ଼ିବାରୁ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଏହା ଫଳରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଛି। ଧାନ ତଳି ଓ ବୁଣାଯାଇଥିବା ଫସଲ ପ୍ରାୟ ପାଞ୍ଚ ଫୁଟ ଉଚ୍ଚର ବନ୍ୟା ପାଣି ତଳେ ରହିଛି।
ସୁଦର୍ଶନପୁର ଓ ବରାଣ୍ଡୁଆ ରାସ୍ତାର ବିଭିନ୍ନ ସ୍ଥାନ ଦେଇ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବ୍ୟବସ୍ଥା ବିଘ୍ନିତ ହୋଇଛି। ଅନେକ ପରିବାର ନିଜ ଘରେ ଜଳବନ୍ଦୀ ହୋଇ ରହିଛନ୍ତି। ବାସୁଦେବପୁର ବ୍ଲକର ୩୬ଟି ପଞ୍ଚାୟତ ଏବଂ ପୌରାଞ୍ଚଳର ଅନେକ ପରିବାର ବର୍ତ୍ତମାନ ବନ୍ୟା ପାଣି ଘେରରେ ରହିଛନ୍ତି।
ଲଗାତାର ଦୁଇଟି ବନ୍ୟା ଲହରୀ ଯୋଗୁଁ ଲୋକଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫସଲ ନଷ୍ଟ ହେବା ସହିତ ଆବଶ୍ୟକୀୟ ସାମଗ୍ରୀ ଓ ସେବା ପାଇବାରେ ମଧ୍ୟ ସମସ୍ୟା ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଥିବାବେଳେ ଜଳବନ୍ଦୀ ପରିବାରଙ୍କ ପାଇଁ ତୁରନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆବଶ୍ୟକ ବୋଲି ଦାବି ହେଉଛି।
ରୁଷରୁ ତେଲ ଓ ଅନ୍ୟ ଶକ୍ତି ଉତ୍ପାଦ କିଣୁଥିବା ଦେଶଗୁଡ଼ିକ ଉ...
ଅଗଷ୍ଟ ୨୬ରେ ନେପାଳ-ଚୀନ୍ ସୀମା ନିକଟ ହିମାଳୟ ଅଞ୍ଚଳରେ ଘଟି...
୨୦୨୭ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ନିଜର ସା...
ଭାରତରେ ବାମପନ୍ଥୀ ଦଳଗୁଡ଼ିକର ରାଜନୈତିକ ପ୍ରଭାବ ଗତ କିଛି...
୨୦୧୩ର Jhiram Valley ମାଓବାଦୀ ଆକ୍ରମଣ ମାମଲାରେ୧୩ ବର୍ଷ...
ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର କିରନାପୁରରେ ପୁଲିସ କାର୍ଯ...
ପାକିସ୍ତାନରେ ଇନ୍ଧନ ଓ ଅନ୍ତର୍ଜାତୀୟ ତୈଳ ମୂଲ୍ୟକୁ ନେଇ ଚା...
ପ୍ଲାଷ୍ଟିକ୍ ବୋତଲରେ ଘର!ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ବାଂଲ...