ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛ ସହର ଗଠନ ଲକ୍ଷ୍ୟରେ ବ୍ରହ୍ମପୁର ସହରକୁ ପଲିଥିନ୍ ମୁକ୍ତ କରିବା ପାଇଁ ମହାନଗର ନିଗମ ଓ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲିଠାରୁ ପଲିଥିନ୍ ବିକ୍ରି ଓ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇଛି।
ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ଏବଂ ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଏସ୍. ମନୋଜ କୁମାର ରେଡ୍ଡୀ। ନିୟମ ଉଲ୍ଲଂଘନ କଲେ ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କ ଉପରେ ଜରିମାନା ସହ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।
ବର୍ତ୍ତମାନ ବ୍ରହ୍ମପୁରରେ ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ଚାଲିଥିବାବେଳେ ପ୍ରତ୍ୟେକ ମଙ୍ଗଳବାର ଏହି ଅଭିଯାନରେ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଏବଂ ନିଗମ କର୍ମଚାରୀମାନେ ସାମିଲ ହେଉଛନ୍ତି।
ମଙ୍ଗଳବାର କମାପଲ୍ଲୀ ପରିବା ବଜାରରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ମେୟର ସଂଘମିତ୍ରା ଦଳେଇ, ନିଗମ ଆୟୁକ୍ତ ଏସ୍. ମନୋଜ କୁମାର ରେଡ୍ଡୀ, ଉପ ଆୟୁକ୍ତ ଆଶୀର୍ବାଦ ପରିଡ଼ା ଓ ଅନ୍ୟାନ୍ୟ ନିଗମ କର୍ମଚାରୀ ଯୋଗଦେଇଥିଲେ।
ଏହି ଅବସରରେ ସହରବାସୀଙ୍କୁ ପଲିଥିନ୍ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା। ବିଧାୟକ ଝୋଟ ବ୍ୟାଗ୍ ବଣ୍ଟନ କରି ପରିବେଶ ଅନୁକୂଳ ବିକଳ୍ପ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ।
ପ୍ରଶାସନ ପକ୍ଷରୁ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଆସନ୍ତାକାଲିଠାରୁ ପଲିଥିନ୍ ବିକ୍ରି ଓ ବ୍ୟବହାର ବନ୍ଦ କରିବାକୁ ଅନୁରୋଧ କରାଯାଇଛି। ଏହାର ତଦାରଖ ପାଇଁ ନିଗମର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ବଜାର ଓ ବ୍ୟବସାୟିକ ଅଞ୍ଚଳରେ ଚଢ଼ାଉ କରିବ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସରକାରୀ ବୁଲେ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ଜମ୍ମୁ-କଶ୍ମୀରର କେନ୍ଦ୍ରୀୟ କଶ୍ମୀର ଅନ୍ତର୍ଗତ ବଡଗାମ ଜିଲ୍...
ତେଲେଙ୍ଗାନାର ରାଜନ୍ନା ସିରିସିଲ୍ଲା ଜିଲ୍ଲାର ସିରିସିଲ୍ଲା...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ମଧ୍ୟରେ ପାକିସ୍ତାନ କ୍ରିକେ...
ଜନ୍ତର ମନ୍ତରରେ କକ୍ରୋଚ୍ ଜନତା ପାର୍ଟି (CJP) ଆନ୍ଦୋଳନ ସମ...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ଅନ୍ତର୍ଜାତୀୟ ଛାତ୍ରଙ୍କ ଭିସା ବ୍ୟବସ୍ଥାର ଦୁରୁପଯୋଗ ରୋକିବ...
ଆମେରିକାର Federal Bureau of Investigation (FBI) ମଞ୍...
ଜଳନ୍ଧର କମିଶନରେଟ୍ ପୋଲିସ ଆମେରିକାରSupplemental Nutrit...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...