ବିହାରରେ ବନ୍ୟା ସ୍ଥିତି ଭୟଙ୍କର: ୧୧ ଜିଲ୍ଲାରେ ୧୦.୨୬ ଲକ୍ଷ ଲୋକ ପ୍ରଭାବିତ, ପାଟନାରେ ଗଙ୍ଗା ଭାଙ୍ଗିଲା ସର୍ବୋଚ୍ଚ ବନ୍ୟାସ୍ତର

ବିହାରର ୧୧ଟି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୧୦.୨୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଭାରୀ ବର୍ଷା ପରେ ପାଟନାର ଗାନ୍ଧୀ ଘାଟରେ ଗଙ୍ଗା ନଦୀ ଶନିବାର ସକାଳେ ସର୍ବୋଚ୍ଚ ବନ୍ୟାସ୍ତର ଅତିକ୍ରମ କରିଛି। ସ୍ଥିତିକୁ ନଜରରେ ରଖି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି।
Bihar floods affect 10.26 lakh people as Ganga crosses highest flood mark at Gandhi Ghat in Patna
Bihar floods affect 10.26 lakh people as Ganga crosses highest flood mark at Gandhi Ghat in Patna

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସରକାରୀ ବୁଲେଟିନ୍ ଅନୁସାରେ, ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରାୟ୧୦.୨୬ ଲକ୍ଷ ଲୋକବନ୍ୟା ପ୍ରଭାବିତ ହୋଇଛନ୍ତି। ୫୦ଟି ବ୍ଲକ୍ ଓ ୨୦୧ଟି ଗ୍ରାମ ପଞ୍ଚାୟତ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି।

ଭାରୀ ବର୍ଷା ପରେ ଶନିବାର ସକାଳେ ପାଟନାର ଗାନ୍ଧୀ ଘାଟରେ ଗଙ୍ଗା ନଦୀର ଜଳସ୍ତର ସର୍ବୋଚ୍ଚ ବନ୍ୟାସ୍ତରକୁ ଅତିକ୍ରମ କରିଛି। ସକାଳ ୧୦ଟାରେ ଜଳସ୍ତର ୫୦.୫୩ ମିଟରରେ ପହଞ୍ଚିଥିଲା, ଯାହା ସର୍ବୋଚ୍ଚ ବନ୍ୟାସ୍ତରଠାରୁ ୧ ସେଣ୍ଟିମିଟର ଅଧିକ। ଏହା ପୂର୍ବରୁ ୨୦୧୬ ଅଗଷ୍ଟ ୨୧ରେ ୫୦.୫୨ ମିଟର ଜଳସ୍ତର ରେକର୍ଡ ହୋଇଥିଲା।

ଜଳସମ୍ପଦ ବିଭାଗର ପୂର୍ବାନୁମାନ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ଗାନ୍ଧୀ ଘାଟରେ ଗଙ୍ଗାର ଜଳସ୍ତର ୫୦.୬୨ ମିଟରକୁ ବଢ଼ିପାରେ। ଏଥିପାଇଁ ନଦୀ ନିକଟବର୍ତ୍ତୀ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ପାଟନାର ପାଣ୍ଡାରକରେ ମଧ୍ୟ ଗଙ୍ଗାର ଜଳସ୍ତର ପୂର୍ବ ସର୍ବୋଚ୍ଚ ବନ୍ୟାସ୍ତରଠାରୁ ଉପରେ ରହିଛି। ଏହା ସହ ଗଣ୍ଡକ, କୋସି, ବୁଢ଼ି ଗଣ୍ଡକ, ଘାଘରା ଓ ପୁନପୁନ୍ ସମେତ ଅନେକ ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଲା ପାଟନା, ଭୋଜପୁର, ସାରଣ, ବୈଶାଳୀ, ଭାଗଲପୁର, ବେଗୁସରାଇ, ବକ୍ସର, ସମସ୍ତିପୁର, ମୁଙ୍ଗେର, କଟିହାର ଓ ଅରରିଆ। ସମ୍ଭାବ୍ୟ ଜରୁରୀ ପରିସ୍ଥିତି ପାଇଁ ନଦୀବନ୍ଧ ନିକଟ ଅଞ୍ଚଳରେ ଲଗାତାର ପାଟ୍ରୋଲିଂ ଏବଂ ଲୋକଙ୍କୁ ସତର୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିହାର ସରକାର କହିଛି ଯେ ସେପ୍ଟେମ୍ବରରେ ଏପର୍ଯ୍ୟନ୍ତ ରାଜ୍ୟରେ ୬୦.୮ ମିମି ବର୍ଷା ହୋଇଛି, ଯାହା ସ୍ୱାଭାବିକ ଠାରୁ ୬୯ ପ୍ରତିଶତ ଅଧିକ। ବିହାର ଓ ପଡ଼ୋଶୀ ନେପାଳରେ ଭାରୀ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ିଥିବା କୁହାଯାଇଛି।

ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ୩୮ଟି କମ୍ୟୁନିଟି କିଚେନ୍ଚାଲୁ କରାଯାଇଛି। ପ୍ରାୟ ୧୨,୩୦୦ ପଲିଥିନ୍ ସିଟ୍ ଓ ୨,୨୫୦ ଡ୍ରାଏ ରାସନ୍ ପ୍ୟାକେଟ୍ ବଣ୍ଟନ କରାଯାଇଥିବା ବେଳେ ଉଦ୍ଧାର ଓ ଯାତାୟାତ ପାଇଁ ୮୫୮ଟି ଡଙ୍ଗା ବ୍ୟବହାର କରାଯାଉଛି। ଏହାସହ ୨୭ଟି SDRF ଟିମ୍ ଓ ୭ଟି NDRF ଟିମ୍ ମୁତୟନ କରାଯାଇଛି।

ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତିର ସମୀକ୍ଷା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଟନା ମ୍ୟୁନିସିପାଲ୍ କର୍ପୋରେସନ୍, ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗକୁ ମଧ୍ୟ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି।

LIVE TV
LIVE
Latest News
ଜନ୍ମଦିନର ଦିନକ ପୂର୍ବରୁ ବିରାଟଙ୍କ ବ୍ୟାଟ୍‌ରୁ ରନ୍ ବର୍ଷା! ୭୪ ରନ୍‌ର ଧମାକାଦାର ଇନିଂସ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ଜନ୍ମଦିନର ଦିନକ ପୂର୍ବରୁ ବିରାଟଙ୍କ ବ୍ୟାଟ୍‌ରୁ ରନ୍...

ଭାରତୀୟ କ୍ରିକେଟ୍‌ର ରନ୍‌ମେସିନ୍ ବିରାଟ କୋହଲି...

ସଚିନଙ୍କ ମହାରେକର୍ଡ ଭାଙ୍ଗିଲେ ବିରାଟ କୋହଲି! ODI ରନ୍ ଚେଜ୍‌ରେ ହେଲେ ସର୍ବାଧିକ ରନ୍ ସଂଗ୍ରହକାରୀ

ସଚିନଙ୍କ ମହାରେକର୍ଡ ଭାଙ୍ଗିଲେ ବିରାଟ କୋହଲି! ODI...

ଭାରତୀୟ କ୍ରିକେଟ୍ର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ପୁଣିଥର...

ଦୁର୍ବଳ ହେଲା ବାତ୍ୟା ‘ମୁରାସୁ’, ଓଡ଼ିଶାରେ ବର୍ଷା ଓ ବଜ୍ରପାତ ଆଶଙ୍କା! ପାଣିପାଗ ବିଭାଗର ସତର୍କ ସୂଚନା

ଦୁର୍ବଳ ହେଲା ବାତ୍ୟା ‘ମୁରାସୁ’, ଓଡ଼ିଶାରେ ବର୍ଷା...

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...

ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟଙ୍କ ଚମତ୍କାର କ୍ୟାଚ୍, ପରେ ଧନୁ-ତୀର ଚଳାଇବା ଢଙ୍ଗରେ ଦୀପାବଳି ଜଶ୍ନ!

ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟଙ୍କ ଚମତ୍କାର କ୍ୟାଚ୍, ପରେ...

ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଖେଳାଳି ବିରାଟ କୋହଲି ପୁଣି...

ଆଗାମୀ ୨ ଦିନ ଓଡ଼ିଶାରେ ପ୍ରବଳ ବର୍ଷା! ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ବନ୍ୟା ଓ ଭୂସ୍ଖଳନ ଆଶଙ୍କା

ଆଗାମୀ ୨ ଦିନ ଓଡ଼ିଶାରେ ପ୍ରବଳ ବର୍ଷା!...

ବାତ୍ୟା ‘ମୁରାସୁ’ ପ୍ରଭାବରେ ବଢ଼ିବ ବର୍ଷା...

ଆଜିଠୁ ନୁହେଁ, କାଲିଠୁ ମହାମୁକାବିଲା! ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ ରୋହିତ-କୋହଲି, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଆଜିଠୁ ନୁହେଁ, କାଲିଠୁ ମହାମୁକାବିଲା! ନ୍ୟୁଜିଲାଣ୍ଡ ବିପକ୍ଷରେ...

ରୋହିତ-କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡ ବିପକ୍ଷର...

ବାତ୍ୟା ‘ମୁରାସୁ’ ପ୍ରଭାବରେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ! ଆଉ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବାତ୍ୟା ‘ମୁରାସୁ’ ପ୍ରଭାବରେ ୫ ଜିଲ୍ଲାକୁ ପ୍ରବଳ...

ବାତ୍ୟା ‘ମୁରାସୁ’ର ପ୍ରଭାବରେ ଓଡ଼ିଶାର ବିଭି...

‘ଇସ୍ରାଏଲ୍‌ରେ ମୋର ଲୋକପ୍ରିୟତା ୯୯%’, ଆମେରିକୀୟମାନେ ଥକିଗଲେ ସେଠାକୁ ଯାଇ ପ୍ରଧାନମନ୍ତ୍ରୀ ହେବି: ଟ୍ରମ୍ପ

‘ଇସ୍ରାଏଲ୍‌ରେ ମୋର ଲୋକପ୍ରିୟତା ୯୯%’, ଆମେରିକୀୟମାନେ ଥକିଗଲେ...

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜର ମ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+