କର୍ଣ୍ଣାଟକର ଦକ୍ଷିଣ ବେଙ୍ଗାଲୁରୁରେ ଗୁରୁବାର ସକାଳେ ଏକ ପଥର ଖଣିରେ ଭୟାବହ ଧସ ଘଟି ବଡ଼ ଧରଣର ଦୁର୍ଘଟଣା ଘଟିଛି। ପଥର ଖସିପଡ଼ିବା ଫଳରେ ଅନେକ ଶ୍ରମିକ ଏହା ତଳେ ଚାପି ହୋଇଥିବା ବେଳେ ଅତିକମରେ୭ ଜଣଙ୍କ ମୃତ୍ୟୁ ଆଶଙ୍କାକରାଯାଉଛି।ତେବେ ଏହି ସଂଖ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ପୁଷ୍ଟି ମିଳିନାହିଁ।
ପ୍ରାଥମିକ ସୂଚନା ଅନୁସାରେ, ବେଙ୍ଗାଲୁରୁ ଦକ୍ଷିଣ ତାଲୁକରମାଦାପାଟନା ଗାଁନିକଟରେ ଥିବାକାଭେରୀ କମ୍ପାନି କ୍ରସର ଖଣିରେ ସକାଳ ପ୍ରାୟ୬ଟା ୩୦ ମିନିଟ୍ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେତେବେଳେ ଖଣିରେ କାର୍ଯ୍ୟ ଚାଲିଥିବା ସମୟରେ ପ୍ରାୟ୪୦ ଫୁଟ ଉଚ୍ଚରୁଏକ ବିରାଟ ପଥର ଖସି ଶ୍ରମିକଙ୍କ ଉପରେ ପଡ଼ିଥିଲା।
ସୂଚନା ଅନୁସାରେ, ଘଟଣା ସମୟରେ ଖଣିରେ ପ୍ରାୟ୧୪ ଜଣ ଶ୍ରମିକକାମ କରୁଥିଲେ। ସେମାନଙ୍କ ମଧ୍ୟରୁ୪ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଥିରେ କେତେକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଅନ୍ୟପଟେ, ଅନେକ ଶ୍ରମିକ ଏବେ ମଧ୍ୟ ପଥର ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ପୁଲିସ, ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଭଗ୍ନାବଶେଷ ହଟାଇ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।
ପ୍ରଶାସନ ପକ୍ଷରୁ ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ପ୍ରକୃତ କ୍ଷୟକ୍ଷତି ଓ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ ବୋଲି ଅଧିକାରୀମାନେ କହିଛନ୍ତି।
ମେଡିକାଲ୍‌ର ସୁପର ସ୍ପେଶାଲିଟି ପାଠ୍ୟକ୍ରମରେ ନାମଲେଖ...
ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆଜି,...
ହାମିଲଟନ୍‌ର ସେଡନ୍‌ ପାର୍କରେ ଖେଳାଯାଇଥିବା ପଞ...
ବଡ଼ଗାମ/ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜନୀତିରେ ନୂଆ ମୋଡ଼ ଆ...
ଉତ୍ତର ପ୍ରଦେଶର ସାମ୍ପ୍ରତିକ ବିଧାନ ପରିଷଦ (MLC) ନିର୍ବାଚ...
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ଆଖ...
ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...