ଭୁବନେଶ୍ୱର ସହରର ନଗର ଉନ୍ନୟନକୁ ଆହୁରି ଗତିଶୀଳ କରିବା ପାଇଁ ଭୁବନେଶ୍ୱର ବିକାଶ ପ୍ରାଧିକରଣ (BDA) ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୧୫୨ତମ ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ବହୁ ପ୍ରତୀକ୍ଷିତ ‘ଏକାମ୍ରା ରେସିଡେନ୍ସି’ ଆବାସିକ ପ୍ରକଳ୍ପକୁ ଲଞ୍ଚ କରିବା ପାଇଁ ଅନୁମୋଦନ ଦିଆଯାଇଛି। ପ୍ରକଳ୍ପଟି ଅକ୍ୟୁପାନ୍ସି ସାର୍ଟିଫିକେଟ୍ (Occupancy Certificate) ପାଇସାରିଥିବା ବେଳେ, ଫ୍ଲାଟ୍ର ମୂଲ୍ୟ ମଧ୍ୟ ଚୂଡ଼ାନ୍ତ କରାଯାଇଛି। ସାଧାରଣ ଓ ମଧ୍ୟବିତ୍ତ ପରିବାରଙ୍କ କ୍ରୟକ୍ଷମତାକୁ ଧ୍ୟାନରେ ରଖି ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିବାରୁ ରାଜଧାନୀରେ ଘର କିଣିବା ସ୍ୱପ୍ନ ଅନେକଙ୍କ ପାଇଁ ସାକାର ହେବ ବୋଲି ଆଶା କରାଯାଉଛି।
ସୁବୁଦ୍ଧିପୁରରେ ପ୍ରାୟ ୭.୩୬ ଏକର ଜମି ଉପରେ ନିର୍ମିତ ଏହି ପ୍ରକଳ୍ପରେ ତିନୋଟି B+G+12 ଟାୱାର ରହିଛି। ଏଥିରେ ୨ ଓ ୩ ବେଡ୍ରୁମ୍ ବିଶିଷ୍ଟ ଆଧୁନିକ ଆପାର୍ଟମେଣ୍ଟ ସହ ସ୍ୱିମିଂ ପୁଲ୍, ଜିମ୍, କମ୍ୟୁନିଟି ହଲ୍, ଶିଶୁ ଖେଳ ପାର୍କ, ଜଗିଂ ଟ୍ରାକ୍, ସିସିଟିଭି ସୁରକ୍ଷା, ପାୱାର ବ୍ୟାକ୍ଅପ୍, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ସୁବିଧା ରହିଛି।
ଏହାବ୍ୟତୀତ, ଏକାମ୍ର କାନନରୁ ହଟିଆସୁଣୀ ପର୍ଯ୍ୟନ୍ତ ଛାୟାଯୁକ୍ତ ସାଇକେଲ ଟ୍ରାକ୍ ଓ ଫୁଟପାଥ, ବାଣୀବିହାର ନିକଟରେ ୧୦ KLD କ୍ଷମତା ବିଶିଷ୍ଟ ଏସ୍ଟିପି (STP) ନିର୍ମାଣ ଏବଂ CRP ଛକସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସର ପୁନଃବିକାଶ ପ୍ରସ୍ତାବକୁ ମଧ୍ୟ ବିଡିଏ ମଞ୍ଜୁରି ଦେଇଛି।
ସେହିପରି ମାଳିପଡ଼ା, ଦାସପୁର, ବିଜିପୁର, ବାଲିଆପଡ଼ା, କାଶୀପୁର, ଭଗବାନପୁର ଓ ପାତ୍ରପଡ଼ା ଅଞ୍ଚଳ ପାଇଁ ନୂତନ ଟାଉନ ପ୍ଲାନିଂ ସ୍କିମ୍କୁ ମଧ୍ୟ ଅନୁମୋଦନ ମିଳିଛି। ଏହାସହ ପ୍ରସ୍ତାବିତ ନ୍ୟୁ ସିଟି ଓ ଭୁବନେଶ୍ୱର ଟାଉନ ସେଣ୍ଟର (BTC) ପ୍ରକଳ୍ପର ଅଗ୍ରଗତିକୁ ନେଇ ବିଡିଏ ସନ୍ତୋଷ ପ୍ରକାଶ କରିଛି।
ବିଡିଏର ଏହି ନିଷ୍ପତ୍ତି ରାଜଧାନୀ ଭୁବନେଶ୍ୱରର ଆବାସ, ଯାତାୟାତ, ପରିବେଶ ଓ ନଗର ଭିତ୍ତିଭୂମି ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।
ଅମୃତସର:ଜଗତ ଜ୍ୟୋତ୍ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ସତ୍କାର (ସ...
ଦ ହଣ୍ଡ୍ରେଡ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭାର...
ଜନ୍ତର ମନ୍ତରରେ ହୋଇଥିବା ଏକ ପ୍ରତିବାଦ ସମୟରେ ପ୍ରଧାନମନ୍ତ...
ଭାରତରେ ଦେଖିବାକୁ ମିଳିବ ବ୍ରାଜିଲ ଫୁଟବଲର ଯାଦୁ। ଫୁଟବଲ୍ର...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...
FIH ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ପୁରୁଷ ହକି ଦଳ...
‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମକୁ ନ...
ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହ ପୁଣି...
ଓଡ଼ିଶା କ୍ରିକେଟ୍ ବର୍ତ୍ତମାନ ଏହାର ସବୁଠୁ କଠିନ ସମୟ ମଧ୍ୟ...
ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡର ତଦନ୍ତ କରୁଥିବା କେନ୍ଦ୍ରୀୟ ଅ...
ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର **‘ରାମାୟଣ&r...
ଭୁବନେଶ୍ୱର:ମାର୍ଭେଲ ସିନେମାଟିକ୍ ୟୁନିଭର୍ସ (MCU)ର ସବୁଠୁ...