ଦ ହଣ୍ଡ୍ରେଡ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତୀୟ ବ୍ୟାଟର୍ ଜେମିମା ରଡ୍ରିଗ୍ସଙ୍କ ଦମଦାର ପ୍ରଦର୍ଶନ ବଳରେ ସଦର୍ନ ବ୍ରେଭ୍ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ଗ୍ରୁପ୍ ପର୍ଯ୍ୟାୟର ଏକ ମ୍ୟାଚ୍ରେ ବ୍ରେଭ୍ ୨୪ ରନ୍ରେ ବର୍ମିଂହାମ୍ ଫୋଏନିକ୍ସକୁ ପରାସ୍ତ କରିଛି।
ପ୍ରଥମେ ବ୍ୟାଟିଂ କରିଥିବା ସଦର୍ନ ବ୍ରେଭ୍ ୧୦୦ ବଲ୍ରେ ୩ ୱିକେଟ୍ ହରାଇ ୧୪୦ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମାଇଆ ବାଉଚର୍ ୪୫ ରନ୍ ଏବଂ ଲିଜେଲି ଲି ୪୩ ରନ୍ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ଶେଷ ଆଡ଼କୁ ଜେମିମା ରଡ୍ରିଗ୍ସ ମାତ୍ର ୧୮ ବଲ୍ରୁ ଅପରାଜିତ ୨୮ ରନ୍ କରି ଦଳର ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।
୧୪୧ ରନ୍ର ବିଜୟ ଲକ୍ଷ୍ୟର ପିଛା କରି ବର୍ମିଂହାମ୍ ଫୋଏନିକ୍ସ ନିର୍ଦ୍ଧାରିତ ୧୦୦ ବଲ୍ରେ ୫ ୱିକେଟ୍ ହରାଇ ୧୧୬ ରନ୍ରେ ସୀମିତ ରହିଥିଲା। ଫୋଏନିକ୍ସ ପକ୍ଷରୁ ଡାଭିନା ପେରିନ୍ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ।
ବ୍ୟାଟିଂ ସହ ଫିଲ୍ଡିଂରେ ମଧ୍ୟ ଜେମିମା ନିଜର ଦମ୍ ଦେଖାଇଥିଲେ। ଫୋଏନିକ୍ସର ଓପନର୍ ତାମି ବିଉମଣ୍ଟ୍ ୨୨ ରନ୍ କରିଥିବା ବେଳେ ଜେମିମା ତାଙ୍କର ଏକ ଚମତ୍କାର କ୍ୟାଚ୍ ଧରି ଗୁରୁତ୍ୱପୂର୍ଣ୍ଣ ୭୩ ରନ୍ର ଓପନିଂ ଭାଗୀଦାରିକୁ ଭାଙ୍ଗିଥିଲେ। ଏହା ପରେ ଫୋଏନିକ୍ସ ଉପରେ ବ୍ରେଭ୍ର ଚାପ ବଢ଼ିଥିଲା ଏବଂ ଶେଷରେ ଦଳ ୨୪ ରନ୍ରେ ବିଜୟୀ ହୋଇଥିଲା।
ଏହି ବିଜୟରେ ଜେମିମାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ଚର୍ଚ୍ଚାରେ ରହିଛି। ଏବେ ଶୁକ୍ରବାର ଦିନ ଦ ହଣ୍ଡ୍ରେଡ୍ରେ ଭାରତୀୟ ତାରକା ସ୍ମୃତି ମନ୍ଧାନା ଓ ରିଚା ଘୋଷ ମଧ୍ୟ ନିଜ ନିଜ ଦଳ ପକ୍ଷରୁ ମଇଦାନକୁ ଓହ୍ଲାଇବେ।
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତଭାଗୀରଥୀପୁର...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ଓଡ଼ିଶାରଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ General Su...
ମହାରାଷ୍ଟ୍ରରଭିୱାଣ୍ଡିରେ ଏକ ୪ ମହଲା କୋଠା ଭୁଶୁଡ଼ିବା ଘଟଣ...
୨୦୨୭ରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆୟୋଜିତ ହେବାକ...
ଉତ୍ତରପ୍ରଦେଶରେ ଅଗଷ୍ଟ ୧ରୁ ଯାନବାହନ ପଞ୍ଜୀକରଣ ପ୍ରମାଣପତ୍...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଓ ଅନ୍ୟ ନିର୍ବାଚନ ଆୟୁକ୍ତ...