ଭୁବନେଶ୍ୱରର ଭିତ୍ତିଭୂମି ଓ ନାଗରିକ ସୁବିଧାକୁ ଆହୁରି ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି ଭୁବନେଶ୍ୱର ବିକାଶ ପ୍ରାଧିକରଣ (BDA)। ଆବାସିକ ପ୍ରକଳ୍ପଠାରୁ ଆରମ୍ଭ କରି ସ୍ୱେରେଜ୍ ପରିଚାଳନା, ସାଇକେଲ୍ ଟ୍ରାକ୍ ଓ ମାର୍କେଟ୍ ପୁନର୍ବିକାଶ ପର୍ଯ୍ୟନ୍ତ ଏକାଧିକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ହାଉସିଂ ଆଣ୍ଡ ଅର୍ବାନ୍ ଡେଭଲପମେଣ୍ଟ ମନ୍ତ୍ରୀ ତଥା BDA ଅଧ୍ୟକ୍ଷ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା୧୫୨ତମ BDA କର୍ତ୍ତୃପକ୍ଷ ବୈଠକରେଏହି ନିଷ୍ପତ୍ତିଗୁଡ଼ିକ ନିଆଯାଇଛି।
ସୁବୁଦ୍ଧିପୁରରେ୭.୩୬ ଏକର ଜମିରେ ‘ଏକାମ୍ର ରେସିଡେନ୍ସି’ଆବାସିକ ପ୍ରକଳ୍ପ ନିର୍ମାଣ ପାଇଁ BDA ଅନୁମୋଦନ ଦେଇଛି। ଏହି ପ୍ରକଳ୍ପରେ B+G+12 ବିଶିଷ୍ଟ ୩ଟି ଆବାସିକ ଟାୱାର ରହିବ। ଏଥିରେ ୨-BHK ଓ ୩-BHK ଫ୍ଲାଟ୍ ଉପଲବ୍ଧ ହେବ।
ପ୍ରକଳ୍ପରେ ଲ୍ୟାଣ୍ଡସ୍କେପ୍ ଗାର୍ଡେନ୍, ସୁଇମିଂ ପୁଲ୍, ଜିମ୍, କମ୍ୟୁନିଟି ହଲ୍, ପିଲାଙ୍କ ଖେଳିବା ସ୍ଥାନ, ଜଗିଂ ଟ୍ରାକ୍, CCTV ସୁରକ୍ଷା, ପାୱାର ବ୍ୟାକ୍ଅପ୍, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ବର୍ଷାଜଳ ପୁନଃଭରଣ ବ୍ୟବସ୍ଥା ରହିବ।
ମନ୍ତ୍ରୀଙ୍କ କହିବା ଅନୁସାରେ, ବିଭିନ୍ନ ବର୍ଗର ଘର କିଣିବାକୁ ଇଚ୍ଛୁକ ଲୋକଙ୍କ ପାଇଁ ଫ୍ଲାଟ୍ର ମୂଲ୍ୟକୁ ସୁଲଭ ରଖିବାକୁ ଯୋଜନା କରାଯାଇଛି।
ଏକାମ୍ର କାନନ ଛକରୁ ହାତିଆସୁଣି ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ରେକଭର୍ଡ ସାଇକେଲ୍ ଟ୍ରାକ୍ ଓ ପାଦଚଲା ରାସ୍ତାନିର୍ମାଣ ପାଇଁ ମଧ୍ୟ BDA ଅନୁମୋଦନ ଦେଇଛି।
ଏହା ଦ୍ୱାରା ସହରରେ ସାଇକେଲ୍ ଚାଳନା ଓ ପାଦଚଲାକୁ ଅଧିକ ସୁରକ୍ଷିତ କରିବା ସହ ପରିବେଶ ଅନୁକୂଳ ଓ ସ୍ଥାୟୀ ସହରୀ ଯାତାୟାତକୁ ପ୍ରୋତ୍ସାହନ ମିଳିବ।
ଭାଣିବିହାର ନିକଟରେ ଡ୍ରେନ୍ ନମ୍ବର-୪ ପାଖରେ୧୦ KLD କ୍ଷମତାର ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟନିର୍ମାଣକୁ ପାଇଲଟ୍ ପ୍ରକଳ୍ପ ଭାବେ ଅନୁମୋଦନ ଦିଆଯାଇଛି।
ଏହା ମାଧ୍ୟମରେ ଅପରିଷ୍କୃତ ଜଳର ଉପଚାର ଓ ପରିବେଶ ପରିଚାଳନା ବ୍ୟବସ୍ଥାକୁ ଉନ୍ନତ କରିବା ଲକ୍ଷ୍ୟ ରହିଛି।
CRP ଛକରେ ଥିବାପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସର ପୁନର୍ବିକାଶପାଇଁ ମଧ୍ୟ ଅନୁମୋଦନ ମିଳିଛି। ଏହା ଦ୍ୱାରା ବଜାରର ଭିତ୍ତିଭୂମିରେ ସୁଧାର ଆସିବା ସହ ବ୍ୟବସାୟୀ ଓ ଗ୍ରାହକଙ୍କ ସୁବିଧା ବଢ଼ିବ।
ଯୋଜନାବଦ୍ଧ ସହରୀ ବିକାଶ ପାଇଁ ମାଲିପଡ଼ା ଓ ଦାସପୁରକୁ ନେଇTown Planning Scheme No. 5, 6 ଓ 7ପାଇଁ Declaration of Intentionକୁ ଅନୁମୋଦନ ମିଳିଛି।
ସେହିପରି ବିଜିପୁର, ବାଲିଆପଡ଼ା, କାଶୀପୁର, ଭଗବାନପୁର ଓ ପାତ୍ରପଡ଼ାକୁ ନେଇTown Planning Scheme No. 42ରୁ 45ପର୍ଯ୍ୟନ୍ତ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି।
ବୈଠକରେ ପ୍ରସ୍ତାବିତNew CityଓBhubaneswar Town Centre (BTC)ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ପ୍ରକଳ୍ପଗୁଡ଼ିକର ଅଗ୍ରଗତିରେ କର୍ତ୍ତୃପକ୍ଷ ସନ୍ତୋଷ ପ୍ରକାଶ କରିଥିଲେ।
ବୈଠକ ଶେଷରେ BDA ସଚିବ ମନସ ରଞ୍ଜନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...