ବଙ୍ଗୋପସାଗରରେ ଘଟିଥିବା ଏକ ହୃଦୟବିଦାରକ ଟ୍ରଲର୍ ଦୁର୍ଘଟଣାରେ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ୭ ଜଣ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ସେମାନଙ୍କ ସନ୍ଧାନରେ ବ୍ୟାପକ ଉଦ୍ଧାର ଅଭିଯାନ ଚାଲିଛି। ନିଖୋଜଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳର ୩ ଭାଇ ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ୧୧ ଦିନ ଧରି ନିଖୋଜ ଥିବା ଟ୍ରଲର୍ଟି ଗତକାଲି ପଶ୍ଚିମବଙ୍ଗର ଦୀଘାଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଏବଂ କାକଦ୍ୱୀପ ବକଖାଲିଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ଥିବା ରକ୍ତେଶ୍ୱରୀ ବାଲିଚଡ଼ ନିକଟରେ ଓଲଟି ପଡ଼ିଥିବା ଅବସ୍ଥାରେ ଠାବ କରାଯାଇଥିଲା।
କିଛି ସ୍ଥାନୀୟ ମତ୍ସ୍ୟଜୀବୀ ଟ୍ରଲର୍ଟିକୁ ଦେଖି ପ୍ରଶାସନକୁ ଖବର ଦେଇଥିଲେ। ସେମାନଙ୍କ ସୂଚନା ଆଧାରରେ ତଟ ସୁରକ୍ଷା ବାହିନୀ, ନୈବାହିନୀ, ଏସ୍ଟିଆର୍ (STR), ବନ ବିଭାଗ, ସୁନ୍ଦରବନ କୋଷ୍ଟାଲ୍ ପୁଲିସ ଏବଂ ପଶ୍ଚିମବଙ୍ଗର ଗୋବର୍ଦ୍ଧନପୁର ଅଞ୍ଚଳର ଅଭିଜ୍ଞ ମତ୍ସ୍ୟଜୀବୀଙ୍କୁ ନେଇ ଏକ ମିଳିତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା।
ଉଦ୍ଧାରକାରୀ ଦଳ ଟ୍ରଲର୍ରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଅବଶିଷ୍ଟ ୭ ଜଣ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜିବା ପାଇଁ ସମୁଦ୍ରରେ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି।
ଏସ୍ଟିଆର୍ ଅଧିକାରୀ ଚିତ୍ର ଭଟ୍ଟାଚାର୍ଯ୍ୟ, ରାମଗଙ୍ଗା ରେଞ୍ଜ ଅଧିକାରୀ କବିର ହୁସେନଙ୍କ ନେତୃତ୍ୱରେ ବନ ବିଭାଗ, ସୁନ୍ଦରବନ ଓ ଗୋବର୍ଦ୍ଧନ କୋଷ୍ଟାଲ୍ ପୁଲିସର ଟିମ୍ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭାବେ ସହଯୋଗ କରୁଛନ୍ତି।
ଟ୍ରଲର୍ଟି କିପରି ଦୁର୍ଘଟଣାଗ୍ରସ୍ତ ହେଲା ଏବଂ ଏହା ପଛର ପ୍ରକୃତ କାରଣ କ'ଣ, ସେନେଇ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଆମେରିକାର Federal Bureau of Investigation (FBI) ମଞ୍...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...