Bangladesh captain Mehidy Hasan Miraz running out Pakistan batter Salman Agha during the BAN vs PAK 2nd ODI in Dhaka.

BAN vs PAK: ଅଜଗର ରନ୍‌ଆଉଟ୍‌ରେ ସଲମାନ ଆଘା ରୋଷାନ୍ତ, କ୍ରିକେଟ୍‌ର ‘Spirit’ ନେଇ ଆରମ୍ଭ ହେଲା ତର୍କ

ବାଙ୍ଗ୍ଲାଦେଶ ବିରୋଧରେ ଦ୍ୱିତୀୟ ODI ମ୍ୟାଚ୍‌ରେ ପାକିସ୍ତାନ ବ୍ୟାଟର ସଲମାନ ଆଘା ଏକ ବିବାଦୀୟ ରନ୍‌ଆଉଟ୍‌ରେ ଆଉଟ୍‌ ହେଲେ। ବାଙ୍ଗ୍ଲାଦେଶ ଅଧିନାୟକ ମେହେଦି ହାସନ୍ ମିରାଜଙ୍କ ଏହି ରନ୍‌ଆଉଟ୍‌ ଘଟଣା ପୁଣିଥରେ ‘Spirit of Cricket’ ଉପରେ ଆଲୋଚନା ଆରମ୍ଭ କରାଇଛି।

ବାଙ୍ଗ୍ଲାଦେଶ ଓ ପାକିସ୍ତାନ ମଧ୍ୟରେ ଢାକାରଶେରେ ବାଙ୍ଗ୍ଲା ନ୍ୟାସନାଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ୱିତୀୟ ODI ମ୍ୟାଚ୍ରେ ଏକ ବିବାଦୀୟ ରନ୍ଆଉଟ୍ ଘଟଣା ଦେଖାଗଲା। ପାକିସ୍ତାନ ବ୍ୟାଟରସଲମାନ ଅଲି ଆଘାବାଙ୍ଗ୍ଲାଦେଶ ଅଧିନାୟକମେହେଦି ହାସନ୍ ମିରାଜଙ୍କ ଦ୍ୱାରା ରନ୍ଆଉଟ୍ ହେବା ପରେ ମ୍ୟାଚ୍ରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଘଟଣାଟି ଘଟିଥିଲା୩୯ତମ ଓଭରରେ, ଯେତେବେଳେ ପାକିସ୍ତାନ ପକ୍ଷରୁ ସଲମାନ ଆଘା ଓ ମହମ୍ମଦ ରିଜୱାନଙ୍କ ମଧ୍ୟରେ ଭଲ ଭାଗିଦାରି ଚାଲିଥିଲା।

ଓଭରର ଚତୁର୍ଥ ବଲରେ ରିଜୱାନ ବଲକୁ ବୋଲରଙ୍କ ଡାହାଣ ପାର୍ଶ୍ୱକୁ ହାଲୁକା ଭାବରେ ଖେଳିଥିଲେ। ମେହେଦି ହାସନ୍ ମିରାଜ ତାଙ୍କ ଫଲୋଥ୍ରୁରେ ବଲକୁ ପାଦରେ ଅଟକାଇଥିଲେ। ସେଥିରେ ସଲମାନ ଆଘା ସହ ହାଲୁକା ଧକ୍କା ଲାଗିଥିଲା ଏବଂ ବଲ୍ ତାଙ୍କ ପାଖରେ ଥମ୍କି ଯାଇଥିଲା।

ସେ ସମୟରେ ସଲମାନ ଆଘା କ୍ରିଜ୍ରୁ ବାହାରେ ଥିବାବେଳେ ବଲ୍ଟି ଉଠାଇ ମିରାଜଙ୍କୁ ଫେରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମିରାଜ ତୁରନ୍ତ ବଲକୁ ଉଠାଇନନ୍-ଷ୍ଟ୍ରାଇକର୍ ଏଣ୍ଡର ଷ୍ଟମ୍ପ ଭାଙ୍ଗିଦେଇଥିଲେ, ଯେତେବେଳେ ଆଘା ତାଙ୍କ କ୍ରିଜ୍ରେ ପହଞ୍ଚିନଥିଲେ।

ଅମ୍ପାୟର ଏହାକୁTV ଅମ୍ପାୟରଙ୍କ ପାଖକୁ ପଠାଇଥିଲେଏବଂ ପୁନର୍ବିଚାର ପରେ ସଲମାନ ଆଘାଙ୍କୁ ଆଉଟ୍ ଘୋଷଣା କରାଯାଇଥିଲା।

୬୨ଟି ବଲରେ୬୪ ରନ୍ କରିଥିବା ସଲମାନ ଆଘାଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ମିରାଜଙ୍କ ସହ କିଛି ସମୟ ପର୍ଯ୍ୟନ୍ତ ତର୍କ ମଧ୍ୟ ହୋଇଥିଲା। ପରେ ମହମ୍ମଦ ରିଜୱାନ ପରିସ୍ଥିତିକୁ ଶାନ୍ତ କରିଥିଲେ।

ଏହି ରନ୍ଆଉଟ୍ରେଆଘା ଓ ରିଜୱାନଙ୍କ ୧୦୯ ରନ୍ର ଭାଗିଦାରି ଭଙ୍ଗିଗଲା। ଏହା ପରେ ପାକିସ୍ତାନ ଦଳର ଧସ ଆରମ୍ଭ ହୋଇଥିଲା।

ଶେଷରେ ପାକିସ୍ତାନ୪୭.୩ ଓଭରରେ ୨୭୪ ରନ୍ରେ ଆଉଟ୍ ହୋଇଥିଲା। ବାଙ୍ଗ୍ଲାଦେଶ ପକ୍ଷରୁରିଶାଦ ହୋସେନ୍ (3/56)ମେହେଦି ହାସନ୍ (2/34)ସର୍ବାଧିକ ୱିକେଟ୍ ନେଇଥିଲେ।

ଏହି ଘଟଣା ପରେ ପୁଣିଥରେ“Spirit of Cricket”ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି।

Latest News
ଲଗାଣ ବର୍ଷାରେ ବାଲେଶ୍ୱରରେ ନଷ୍ଟ ହେଲା ଧାନ ବିହନ; ସରକାରୀ ସହାୟତା ଦାବିରେ ଚାଷୀ

ଲଗାଣ ବର୍ଷାରେ ବାଲେଶ୍ୱରରେ ନଷ୍ଟ ହେଲା ଧାନ...

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବାଲେଶ୍ୱର ଜିଲ୍...

ରୁଷକୁ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା: ୪ ଭାରତୀୟ ନାବିକଙ୍କ ମୃତ୍ୟୁ ଗ୍ରହଣୀୟ ନୁହେଁ

ରୁଷକୁ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା: ୪ ଭାରତୀୟ...

: ୟୁକ୍ରେନ ସଂଘର୍ଷ ଅଞ୍ଚଳରେ କାର୍ଯ୍ୟରତ ଭାରତୀୟ ନାବିକଙ୍କ...

ସିକ୍କିମ ଟନେଲ ଦୁର୍ଘଟଣା: ୨୦ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଏବେ ବି ଟନେଲ ଭିତରେ ଫସିଛନ୍ତି ୫ ଜଣ

ସିକ୍କିମ ଟନେଲ ଦୁର୍ଘଟଣା: ୨୦ ଶ୍ରମିକଙ୍କ ମୃତଦେହ...

ସିକ୍କିମରେ ଘଟିଥିବା ଭୟଙ୍କର ଟନେଲ ଦୁର୍ଘଟଣା ସମଗ୍ର ଦେଶକୁ...

ଦିଲ୍ଲୀରେ ଆନ୍ଦୋଳନର ପ୍ରଭାବ: ୧୬ ମେଟ୍ରୋ ଷ୍ଟେସନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ, ଯାତ୍ରୀ ହଇରାଣ

ଦିଲ୍ଲୀରେ ଆନ୍ଦୋଳନର ପ୍ରଭାବ: ୧୬ ମେଟ୍ରୋ ଷ୍ଟେସନ୍...

ରାଜଧାନୀ ଦିଲ୍ଲୀରେ ଚାଲିଥିବା ତୀବ୍ର ପ୍ରତିବାଦ ଓ ଆନ୍ଦୋଳନ...

ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ପେପର ଲିକ୍ ମାମଲାର ଶୁଣାଣି: ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ପେପର ଲିକ୍ ମାମଲାର...

ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କ ବିରୋଧ...

ଲଗାଣ ବର୍ଷାରେ ଢେଙ୍କାନାଳ ଜଳମଗ୍ନ: ‘ଖାଇବୁ ନା ସାମଗ୍ରୀ ବଞ୍ଚାଇବୁ?’ ବୋଲି ପ୍ରଶ୍ନ କଲେ ଲୋକେ

ଲଗାଣ ବର୍ଷାରେ ଢେଙ୍କାନାଳ ଜଳମଗ୍ନ: ‘ଖାଇବୁ ନା...

ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାର...

ଲଗାଣ ବର୍ଷାରେ ଆଠଗଡ଼ରେ ବନ୍ୟା ସ୍ଥିତି: ୨୦୬ ମି.ମି. ବର୍ଷାରେ ଜଳମଗ୍ନ ରାସ୍ତା ଓ ଚାଷଜମି

ଲଗାଣ ବର୍ଷାରେ ଆଠଗଡ଼ରେ ବନ୍ୟା ସ୍ଥିତି: ୨୦୬...

ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନର...

ଦିଲ୍ଲୀ-ଏନ୍‌ସିଆରରେ ବର୍ଷା ଆଲର୍ଟ: ଆଜି ଓ କାଲି ପ୍ରବଳ ବର୍ଷା ସହ ବଜ୍ରପାତ ସତର୍କତା ଜାରି କଲା ଆଇଏମଡି

ଦିଲ୍ଲୀ-ଏନ୍‌ସିଆରରେ ବର୍ଷା ଆଲର୍ଟ: ଆଜି ଓ କାଲି...

ଦିଲ୍ଲୀ-ଏନ୍‌ସିଆରରେ ପାଗରେ ହଠାତ୍ ପରିବର୍ତ୍ତନ ଦେଖା...

ସାପ୍ତାହିକ ରାଶିଫଳ: ଜୁଲାଇ ୨୦ରୁ ୨୭, ୨୦୨୬; ଜାଣନ୍ତୁ କେଉଁ ରାଶି ପାଇଁ ଖୋଲିବ ଭାଗ୍ୟର ଦ୍ୱାର, କାହାକୁ ରହିବାକୁ ହେବ ସତର୍କ

ସାପ୍ତାହିକ ରାଶିଫଳ: ଜୁଲାଇ ୨୦ରୁ ୨୭, ୨୦୨୬;...

ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+