ସୋସିଆଲ ମିଡିଆରେ ଅଧିକ ଫଲୋଅର ପାଇବା ନିଶାରେ ଜଣେ ଯୁବତୀ ଘର ଛାଡ଼ି ନିଖୋଜ ହୋଇଥିବା ଘଟଣା ବାଲେଶ୍ୱର ସହରର ଗୋପାଳଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ଗୋପାଳଗାଁର ସଞ୍ଜିତା ନାମକ ଜଣେ ଯୁବତୀ ବିବାହର ପାଞ୍ଚ ବର୍ଷ ପରେ ଗତ ୫ ତାରିଖରେ ସ୍ୱାମୀଙ୍କୁ କିଛି ନ କହି ଘରୁ ବାହାରି ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।
ପରେ ତାଙ୍କ ସ୍ୱାମୀ ବାଲେଶ୍ୱର ଟାଉନ୍ ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରିବା ପରେ ସହରର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା।
ସିସିଟିଭିରେ ସଞ୍ଜିତା ନିଜ ଘରୁ ସାଇକେଲ ଯୋଗେ ଷ୍ଟେସନ୍ ଦିଗକୁ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ତେବେ ଘଟଣାକୁ ପାଞ୍ଚ ଦିନ ବିତିଥିଲେ ମଧ୍ୟ ପୋଲିସକୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୁରାକ୍ ମିଳିନାହିଁ।
ସଞ୍ଜିତା କେଉଁଠାକୁ ଗଲେ ଓ କାହିଁକି ଘରୁ ବାହାରିଲେ, ସେନେଇ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...